Home Top News ଘୂର୍ଣ୍ଣିବଳୟ : ପ୍ରବଳ ବର୍ଷା ସମ୍ଭାବନା – ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ...

ଘୂର୍ଣ୍ଣିବଳୟ : ପ୍ରବଳ ବର୍ଷା ସମ୍ଭାବନା – ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

218

ଭୁବନେଶ୍ୱର ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ପୂର୍ବମଧ୍ୟ ଏବଂ ବଙ୍ଗୋପସାଗରର ଉତ୍ତର-ପୂର୍ବ ଉପକୂଳରେ ସାଇକ୍ଲୋନିକ୍ ପ୍ରବାହ ବର୍ତ୍ତମାନ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମବଙ୍ଗର ବଙ୍ଗୋପସାଗରରେ ଅବସ୍ଥିତ। ଏହା ସମୁଦ୍ର ପତ୍ତନରୁ ୧.୫ କିଲୋମିଟରରୁ ୫.୮ କିଲୋମିଟର ଉଚ୍ଚରେ ଦକ୍ଷିଣ-ପଶ୍ଚିମ ଦିଗକୁ ବିସ୍ତୃତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଓଡିଶା ଉପକୂଳ ଆଡକୁ ଯିବାର ସମ୍ଭାବନା ଅଧିକ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି। ପାଣିପାଗ ବିଭାଗର ପ୍ରାକ ଆକଳନ ଅନୁୟାୟୀ,

ଆଜିଠାର ଆସନ୍ତା କାଲି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ (୧୮ -୧୯ସେପ୍ଟେମ୍ବର)

ଉତ୍ତର ଓଡ଼ିଶାର ଜିଲ୍ଲା ତଥା ଦକ୍ଷିଣ ଓଡିଶାର ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ।
ୟେଲୋ ୱାର୍ଣ୍ଣିଂ –
ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି।

ଦ୍ୱିତୀୟ ଦିନ ଆସନ୍ତା କାଲି (୧୯ ସକାଳ ସାଢ଼େ ଆଠଟାରୁ -୨୦ ସେପ୍ଟେମ୍ବର ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ)

ଓଡିଶାର ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ।

ୟେଲୋ ୱାର୍ଣ୍ଣିଂ
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୩ ଦିନ , (୨୦ ସକାଳ ସାଢ଼େ ଆଠଟାରୁ -୨୧ ସେପ୍ଟେମ୍ବର ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ)
ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ତଥା ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବା ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ।

ୟେଲୋ ୱାର୍ଣ୍ଣିଂ
ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ସୋନପୁର, ନୁଆପଡା, ବଲାଙ୍ଗୀର, ଦେବଗଡ଼ ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୪ ର୍ଥ ଦିନ – (୨୧ ସକାଳ ସାଢ଼େ ଆଠଟାରୁ -୨୨ ସେପ୍ଟେମ୍ବର ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ)
ଓଡିଶା ଜିଲ୍ଲାର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ବହୁତ ଅଧିକ।
ୟେଲୋ ୱାର୍ଣ୍ଣିଂ
ନବରଙ୍ଗପୁର, ନୁଆପଡା, ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.