Home ଓଡ଼ିଶା ବିଧାୟକ ଙ୍କ ଦ୍ୱାରା ରୂପାନ୍ତରିତ ବିଦ୍ୟାଳୟ ଓ ନଦୀ ବନ୍ଧ ସମିକ୍ଷା

ବିଧାୟକ ଙ୍କ ଦ୍ୱାରା ରୂପାନ୍ତରିତ ବିଦ୍ୟାଳୟ ଓ ନଦୀ ବନ୍ଧ ସମିକ୍ଷା

46

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୯- ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ସେପ୍ଟେମ୍ବର ୧୮ ତାରିଖ ଦିନ ଧୋଇ ହୋଇ ଯାଇଥିବା ନଦୀ ବନ୍ଧ ଓ ମୋ ସରକାର ଙ୍କ ପ୍ରସ୍ତାବିତ ପରିବର୍ତ୍ତିତ ବିଦ୍ୟାଳୟ ପରିଦର୍ଶନ କରି ସମିକ୍ଷା କରିଥିବା ଜଣାପଡିଛି । ଲୋଧାଚୁଆ ଗ୍ରାମ ପଞ୍ଚାୟତ , ମନ୍ଦାକିନୀ ନଦୀ କୂଳ ରେ ଥିବା ମାଟି ରାସ୍ତା ଟି ଗତ ଲଘୁଚାପ ଜନିତ ବର୍ଷା ରେ ଧୋଇହୋଇ ଯାଇଥିଲା । ବିଧାୟକ ଉକ୍ତ ନଦୀ ବନ୍ଧ ରାସ୍ତା ପରିଦର୍ଶନ କରି ଜଳ ସେଚନ ବିଭାଗ ର ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓ ଅଧିଖଣ୍ଡ ଯନ୍ତ୍ରୀ ତୃପ୍ତୀମୟୀ ନାୟକ ଙ୍କୁ ଡକାଇ କାର୍ଯ୍ୟଧାରା ର ସମିକ୍ଷା କରିବା ସହ ଉନ୍ନତି କରଣ ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡିଛି ।

ସେହିଭଳି ଭାବରେ ରାଜ୍ୟ ସରକାର ଙ୍କ ମୋ ସରକାର ଅଧିନରେ ରୂପାନ୍ତରିତ ପଞ୍ଚାୟତ ହାଇସ୍କୁଲ ବ୍ରଜରାଜପୁର ରେ ପହଞ୍ଚି ସମିକ୍ଷା କରିଥିବା ଜଣାପଡିଛି । ଏହି ଉଚ୍ଚ ବିଦ୍ୟାଳୟ ଟି ୬୭ ଲକ୍ଷ ଟଙ୍କା ବ୍ୟୟ ବିନିମୟ ରେ ପରିବର୍ତ୍ତିତ କରାଯିବ । ଯାହାକି ମୋ ସରକାର ଙ୍କ ଯୋଜନା ୪୦ ଲକ୍ଷ ଟଙ୍କା  ଓ ପଞ୍ଚାୟତ ଅର୍ଥ ରୁ ୨୭ ଲକ୍ଷ ବ୍ୟୟ କରାଯିବ । ବିଦ୍ୟାଳୟ ର ଲାଇବ୍ରେରି ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବ ବୋଲି କହିଥିବା ଜଣାପଡିଛି । ଇତି ଅବସର ରେ ବିଧାୟକଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ପୋଶାକ ବଣ୍ଟନ କରାଯାଇଥିଲା । ତାଙ୍କ ସହ ରଣପୁର ବ୍ଲକ ର ପୁର୍ବତନ ଅଧକ୍ଷ ତଥା ଯୁବ ନେତା ଇଂ ବେଦାଶିଶ ପଟ୍ଟନାୟକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.