Odiapua.com

କୂଳଭୂଷଣଙ୍କୁ ୱାଘା ବର୍ଡ଼ରରେ ଫାଶୀ ଦିଆଯାଉ: ବଲିଉଡ୍ ଅଭିନେତ୍ରୀ !

ନୂଆଦିଲ୍ଲୀ: କୁଳଭୂଷଣ ଯାଦବ ମାମଲାରେ ଭାରତର ବିଜୟ ହୋଇଛି।ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଭାରତ ସପକ୍ଷରେ ରାୟ ଦେଇଛନ୍ତି। ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦୀ ଆଦି ଅଭିଯୋଗ ଆଣି ପାକିସ୍ଥାନୀ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ହେଁ ଆଇସିଜେ ଆଜି ଏଥିରେ ରୋକ୍‌ ଲଗାଇଛନ୍ତି।ଆଇସିଜେର ମୋଟ ୧୬ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଭୋଟ୍‌ ଦେଇଥିଲେ।ଏବେ ଭାରତ କୁଳଭୂଷଣଙ୍କ ପାଇଁ ଆଇନଗତ ଲଢ଼େଇ ମଧ୍ୟ ଲଢ଼ିପାରିବ ବୋଲି କୋର୍ଟ କହିଛନ୍ତି।ହେଗ୍‌ଠାରେ ଥିବା ଜାତିସଂଘ କୋର୍ଟଠାରେ ଏହି ରାୟ ଶୁଣାଣି କରାଯାଇଥିଲା।ଏହାକୁ ନେଇ ଭାରତୀୟମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ଥାନର ଏକ ବଡ଼ ପରାଜୟ ଏବଂ ଭାରତର ଏକ ବଡ଼ ବିଜୟ ହୋଇପାରିଛି।

ବାଜପେୟୀ ସରକାର ମଧ୍ୟ କରିଥିଲେ ଏୟାର ଷ୍ଟ୍ରାଇକ୍ ଯୋଜନା: ଶେଷ ସମୟରେ ଟଳିଲା ନିଷ୍ପତି; କାରଣ କ’ଣ?

କିନ୍ତୁ, ଜଣେ ବଲିଉଡ ଅଭିନେତ୍ରୀ କୁଳ ଭୂଷଣଙ୍କୁ ୱାଘା ବର୍ଡ଼ରରେ ଫାଶୀ ଦେଇଦେବା ଉଚିତ୍ ବୋଲି କହିଛନ୍ତି।ଅଭିନେତ୍ରୀ ଜଣଙ୍କ ହେଲେ ପାକିସ୍ଥାନୀ ବୀଣା ମଲ୍ଲିକ।ବୀଣା କେତୋଟି ବଲିଉଡ ଫିଲ୍ମରେ ଅଭିନୟ କରିବା ସହ ରିଆଲିଟି ସୋ “ବିଗ୍ ବସ୍”ରେ ମଧ୍ୟ ଅଂଶ ଗ୍ରହଣ କରି ସାରିଛନ୍ତି।ବୀଣା ଟ୍ୱିଟ କରିଛନ୍ତି, “ହତ୍ୟାକାରୀ ଏବଂ ଆତଙ୍କବାଦୀ କୁଳଭୂଷଣ ଯାଦବଙ୍କ ପ୍ରତି କୌଣସି ପ୍ରକାର ଦୟା ଦେଖାଇବା ଅନୁଚିତ୍।ଯିଏ ଯେପରି କରିବ, ସିଏ ସେପରି ଫଳ ପାଇବ।ତେଣୁ ଅନ୍ୟ ଗୁପ୍ତଚର ଏବଂ ଭାରତୀୟ ଆତଙ୍କବାଦୀଙ୍କୁ ଉଦାହରଣ ଦେବା ପାଇଁ କୁଳଭୂଷଣଙ୍କୁ ୱାଘା ବର୍ଡ଼ରରେ ଝୁଲାଇ (ଫାଶୀ) ଦିଆଯାଉ”।ବାହୁରେ ଆଇଏସଆଇ ଟାଟୁ କରି ଏବଂ ନ୍ୟୁଡ ଫଟୋସୁଟ୍ ଦେଇ ମଝିିିରେ ବୀଣା ବିବାଦ ସୃଷ୍ଟି କରିଥିଲେ।ଏବେ ବୀଣା ବଲିଉଡରୁ ଦୂରରେ ଅଛନ୍ତି।

ବଲିଉଡ ଜଗତର କିଛି ପ୍ରଡ୍ୟୁସର୍ ଏବଂ ଡାଇରେକ୍ଟର ପାକିସ୍ଥାନୀ କଳାକାରଙ୍କୁ ବଲିଉଡ ଫିଲ୍ମରେ ଅଭିନୟ ଏବଂ ଗୀତ ଗାଇବା ପାଇଁ ସୁଯୋଗ ଦେଉଛନ୍ତି।ସେମାନେ ଭାରତ ଆସି ପଇସା ଏବଂ ପ୍ରସିଦ୍ଧି ପାଉଛନ୍ତି।ଏବଂ ପରେ ପାକିସ୍ଥାନ ଯାଇ ଭାରତ ବିରୋଧରେ ବିଷ ଉଗାଲୁଛନ୍ତି।ପାକିସ୍ଥାନୀ କଳାକାରଙ୍କୁ ବିଭିନ୍ନ ସମୟରେ ସୋନୁ ନିଗମ, ପାୟଲ ରୋହତଗୀ, ବିଦ୍ୟା ବାଲନ, କଙ୍ଗନା ରାନାୱତ, ଅନୁପମ ଖେର, ପରେଶ ରାଓଲ ଏବଂ ଅଜୟ ଦେବଗନ୍ ଆଦିଙ୍କ ପରି ଅନେକ ବିରୋଧ କରନ୍ତି।କିନ୍ତୁ ଏମାନଙ୍କୁ ଅସହିଷ୍ଣୁ ବୋଲି କୁହାଯାଏ।ଭାରତରେ ବାମପନ୍ଥୀ ବିଚାରଧାରର ତଥାକଥିତ ବୁଦ୍ଧିଜୀବୀ, ଆୱାର୍ଡ ଫେରାଉଥିବା ଏବଂ ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ, ଓ ବଲିଉଡ ଜଗତର କିଛି ଲୋକ ପାକିସ୍ଥାନୀ କଳାକାରଙ୍କ ପାଇଁ ଓକିଲାତି କରନ୍ତି।ଶାହାରୁକ୍ ଖାନ୍, ସଲମାନ୍ ଖାନ୍, ଅମୀର୍ ଖାନ୍, ମହେଶ ଭଟ୍ଟ, ପୂଜା ଭଟ୍ଟ, ନାସିରୁଦ୍ଦିନ୍ ଶାହା, ଶବାନା ଆଜମୀ ଆଦି ସେମାନଙ୍କ ମଧ୍ୟରୁ ଅନ୍ୟତମ।କଳାକାରମାନଙ୍କ ପାଇଁ କୌଣସି ଭୌଗଳିକ ସୀମା ରହିବା ଅନୁଚିତ ବୋଲି ସେମାନେ କୁହନ୍ତି।ଏବେ ସେମାନେ କ’ଣ କହିବେ?//ଦେବଦତ୍ତ ରଥ

ଇଣ୍ଟରନେଟରେ ନିଆଁ ଲଗାଇଛନ୍ତି ପୂର୍ବ ଭାଜପା ମନ୍ତ୍ରୀଙ୍କ ବୋଲ୍ଡ ଏବଂ ବିଉଟିଫୁଲ ଝିଅ

ଲେଖାଶ୍ରୀଙ୍କୁ ଅଶ୍ଳୀଳ ମେସେଜ୍: ବିଜେଡିକୁ ବିବାଦ ଭିତରକୁ ଟାଣିଲେ ଲେଖା