Home ଓଡ଼ିଶା ଜୁନ, ୨୦୨୦ରେ ଜିଏସଟି ରାଜସ୍ଵ ସଂଗ୍ରହ – ଜୁନ ମାସରେ ୯୦, ୯୧୭ କୋଟି ଟଙ୍କାର...

ଜୁନ, ୨୦୨୦ରେ ଜିଏସଟି ରାଜସ୍ଵ ସଂଗ୍ରହ – ଜୁନ ମାସରେ ୯୦, ୯୧୭ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ଵ ସଂଗ୍ରହ

156

ନୂଆ ଦିଲ୍ଲୀ ୧-୭ (ଓଡ଼ିଆ ପୁଅ) ଜୁନ, ୨୦୨୦ ରେ ସକଳ ଜିଏସଟି (ବସ୍ତୁ ଏବଂ ସେବା ଟିକସ) ରାଜସ୍ଵ ସଂଗ୍ରହ ୯୦, ୯୧୭ କୋଟି ଟଙ୍କା ହୋଇଛି। ଏଥିମଧ୍ୟରେ ସିଜିଏସଟି ୧୮, ୯୮୦ କୋଟି ଟଙ୍କା, ଏସଜିଏସଟି ୨୩, ୯୭୦ କୋଟି ଟଙ୍କା, ଆଇଜିଏସଟି ୪୦, ୩୦୨ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୧୫, ୭୦୯ କୋଟି ଟଙ୍କା ସମେତ) ଏବଂ ଉପକର (ସେସ) ୭, ୬୬୫ କୋଟି ଟଙ୍କା (ବସ୍ତୁଗୁଡ଼ିକର ଆମଦାନୀ ଉପରୁ ସଂଗୃହିତ ୬୦୭ କୋଟି ଟଙ୍କା ସମେତ) ସାମିଲ ରହିଛି।

ସରକାର ନିୟମିତ ପରିଶୋଧ ରୂପରେ ଆଇଜିଏସିଟିରୁ ସିଜିଏସଟି ଲାଗି ୧୩, ୩୨୫ କୋଟି ଟଙ୍କା ଏବଂ ଏସଜିଏସଟି ଲାଗି ୧୧, ୧୧୭ କୋଟି ଟଙ୍କା ପରିଶୋଧ କରିଛନ୍ତି। ଜୁନ, ୨୦୨୦ରେ ନିୟମିତ ପରିଶୋଧ ପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ସଂଗୃହିତ ମୋଟ ରାଜସ୍ଵ ସଜିଏସଟି ପାଇଁ ୩୨, ୩୦୫ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୩୫, ୦୮୭ କୋଟି ଟଙ୍କା ଥିବା ଜଣାଯାଇଛି।

ଜୁନ, ୨୦୨୦ରେ ଅର୍ଜିତ ରାଜସ୍ଵ ଗତବର୍ଷର ଚଳିତ ମାସରେ ସଂଗୃହିତ ରାଜସ୍ଵ ପରିମାଣାର ୯୧% ରହିଛି। ଜୁନ, ୨୦୨୦ ସମୟରେ ବସ୍ତୁଗୁଡ଼ିକର ଆମଦାନୀର ରାଜସ୍ଵ ୭୧% ଥିଲା ଏବଂ ଘରୋଇ କାରବାର (ସେବା ଆମାଦନୀ ସହିତ) ପ୍ରାପ୍ତ ରାଜସ୍ଵ ଗତ ବର୍ଷ ଚଳିତ ମାସ ସମୟରେ ଏସବୁ ଉତ୍ସରୁ ସଂଗୃହିତ ରାଜସ୍ଵର ୯୭% ରହିଛି। ଜୁନ ମାସ ସମୟରେ ମେ ୨୦୨୦ର କେତେକ ରିଟର୍ଣ୍ଣ ବ୍ୟତୀତ ଫେବୃଆରୀ, ମାର୍ଚ୍ଚ ଏବଂ ଏପ୍ରିଲ ୨୦୨୦ର ରିଟର୍ଣ୍ଣ ମଧ୍ୟ ଦାଖଲ କରାଯାଇଛି। କାରଣ ସରକାର ଜିଏସଟି ରିଟର୍ଣ୍ଣ ଦାଖଲ କରିବାର ସମୟ ସାରଣୀକୁ ଯଥେଷ୍ଟ କୋହଳ କରିଛନ୍ତି। ମଇ ୨୦୨୦ର କେତେକ ରିଟର୍ଣ୍ଣ ଯାହା ସାଧାରଣତଃ ଜୁନ ୨୦୨୦ରେ ଦାଖଲ କରାଯାଇଥାଏ, ସେଗୁଡ଼ିକୁ ଜୁଲାଇ, ୨୦୨୦ର ପ୍ରଥମ କିଛିଦିନରେ ଦାଖଲ କରାଯିବ।

କୋଭିଡ-୧୯ କାରଣରୁ ଚଳିତ ଆର୍ଥିକ ବର୍ଷ ସମୟରେ ରାଜସ୍ଵ ଆଦାୟ ଯଥେଷ୍ଟ ପ୍ରଭାବିତ ହୋଇଛି, ଯାହାର ଏକ କାରଣ ହେଉଛି ମହାମାରୀର ବ୍ୟାପକ ଆର୍ଥିକ ପ୍ରଭାବ ଏବଂ ଅନ୍ୟ କାରଣ କାରଣ ହେଉଛି ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ଵାରା ରିଟର୍ଣ୍ଣ ଦାଖଲ ଏବଂ ଟିକସ ପରିଶୋଧକୁ କୋହଳ କରାଯିବା। ତେବେ ବିଗତ ତିନି ମାସର ତଥ୍ୟ ଜିଏସଟି ରାଜସ୍ଵରେ ଆସିଥିବା ସୁଧାରକୁ ଦର୍ଶାଉଛି। ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ୩୨, ୨୯୪ କୋଟି ଟଙ୍କା ହୋଇଥିଲା ଯାହାକି ବିଗତ ବର୍ଷ ଏହି ମାସରେ ସଂଗୃହିତ ରାଜସ୍ଵର ୨୮% ଥିଲା। ମଇ ମାସରେ ଜିଏସଟି ସଂଗ୍ରହ ୬୨, ୦୦୯ କୋଟି ଟଙ୍କା ଥିଲା ଯାହା ବିଗତ ବର୍ଷ ଏହି ମାସରେ ସଂଗୃହିତ ରାଜସ୍ଵର ୬୨% ଥିଲା। ବର୍ଷର ପ୍ରଥମ ତିନି ମାସରେ ଜିଏସଟି ସଂଗ୍ରହ ବିଗତ ବର୍ଷ ଏହି ତ୍ରୈମାସରେ ସଂଗୃହିତ ରାଜସ୍ଵର ୫୯% ଥିଲା। ତେବେ ବହୁସଂଖ୍ୟକ ଟିକସଦାତାମାନଙ୍କ ନିକଟରେ ଏବେ ସୁଦ୍ଧା ମଇ, ୨୦୨୦ ଲାଗି ନିଜର ରିଟର୍ଣ୍ଣ ଦାଖଲ କରିବା ଲାଗି ସମୟ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.