Home ଅନୁଗୁଳ ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ସମ୍ପନ୍ନ ପଦକ୍ଷେପ ପାଇଁ ଖଣିଖାଦାନ ଅଂଚଳ ତାଳଚେରକୁ ଲାଭ ମିଳିଛି: ଧର୍ମେନ୍ଦ୍ର...

ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ସମ୍ପନ୍ନ ପଦକ୍ଷେପ ପାଇଁ ଖଣିଖାଦାନ ଅଂଚଳ ତାଳଚେରକୁ ଲାଭ ମିଳିଛି: ଧର୍ମେନ୍ଦ୍ର ପ୍ରଧାନ

157

ତାଳଚେର,୧/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କେନ୍ଦ୍ରରେ ମୋଦୀ ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷର ହିସାବକୁ ସମଗ୍ର ଦେଶରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଭର୍ଚୁଆଲ ର‌୍ୟାଲି ଆୟୋଜିତ ହେଉଥିବା ବେଳେ, ଆଜି ବୁଧବାର ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ତାଳଚେର ବିଧାନସଭା କ୍ଷେତ୍ରରେ ଜନ ସମ୍ବାଦ ର‌୍ୟାଲି ଆୟୋଜନ କରାଯାଇଛି । ପ୍ରାୟତଃ ୫ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତାଙ୍କୁ ଭିସି ମାଧ୍ୟମରେ ଏ ହିଙ୍ଗୁଳା ମାଟିର ସୁଯୋଗ୍ୟ ସନ୍ତାନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ ଏବଂ ସେ ଗରିବ ଘରରୁ ଆସିଥିବା ବେଳେ ଗରିବ କଲ୍ୟାଣ ଯୋଜନା ତଥା ଆତ୍ମ ନିର୍ଭର ଭାରତ ପାଇଁ ୨୦ଲକ୍ଷ କୋଟି ଟଙ୍କା ବ୍ୟୟ କରି ସମଗ୍ର ବିଶ୍ୱରେ ଆଜି ଭାରତକୁ ଏକ ନୂଆ ପରିଚୟ ଦେଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସବ୍‌କା ସାଥ ଓ ସବ୍‌କା ବିକାଶକୁ ପାଥେୟ କରି ସମସ୍ତ ଜନସାଧାରଣଙ୍କ ହିତ ପାଇଁ ମୋଦୀ ସରକାର ସର୍ବଦା ଚେଷ୍ଟିତ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ମୋଦୀଙ୍କ ଦୂର ଦୃଷ୍ଟି ଯୋଗୁଁ ସମ୍ପନ୍ନ ପଦକ୍ଷେପ ପାଇଁ ଖଣିଖାଦାନ ଅଂଚଳ ଅନୁଗୋଳ ଓ ତାଳଚେରକୁ ଲାଭ ମିଳିଛି । ୨ୟ ପାଳିର ପ୍ରଥମ ବର୍ଷର ୩ ମାସ ମଧ୍ୟରେ ୩୭୦ ଧାରା ଉଚ୍ଛେଦ,ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ଏବଂ ବର୍ତମାନ ସମଗ୍ର ବିଶ୍ୱରେ କରୋନା ମହାମାରୀ ବ୍ୟାପିଥିବା ବେଳେ, ଅନ୍ୟ ବିକଶିତ ଦେଶମାନଙ୍କ ତୁଳନାରେ ଭାରତ ସବୁ କ୍ଷେତ୍ରରେ ଆଜି ବିଶ୍ୱକୁ ଦିଗଦର୍ଶନ ଦେଇପାରିଛି । କରୋନା ସଂକ୍ରମଣରେ ବିଶ୍ୱରେ ଭାରତରେ ସୁସ୍ଥ ସଂଖ୍ୟା ଅଧିକ ଏବଂ ମୃତ୍ୟୁ ସଂଖ୍ୟା ହାରରେ ମଧ୍ୟ ଅତି ନଗନ୍ୟ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଭାରତର ଏ ପରିସ୍ଥିତିରେ ହିମାଳୟ ପର୍ବତ ପରି ନରେନ୍ଦ୍ର ମୋଦୀ ଏକ ବଡ଼ ନେତୃତ୍ୱ ତଥା ଅନନ୍ୟ ନେତୃତ୍ୱ ଠିଆ ହୋଇଛନ୍ତି । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଠାରୁ ଆରମ୍ଭ କରି ସମଗ୍ର ବିଶ୍ୱ ଆଜି ପ୍ରଶଂସା ତଥା ଅନୁକରଣ କରୁଛନ୍ତି । ୧୫୦ଟି ଦେଶକୁ ଆଜି ଭାରତ କରୋନା ରୋଗରେ ବ୍ୟବହାର କରାଯାଉଥିବା ଔଷଧ ପ୍ରଦାନ କରିପାରିଛି । ଯାହାକି ୧୩୦ କୋଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୈାରବର ବିଷୟ । ଦେଶରେ ମୋଦୀଙ୍କ ନେତୃତ୍ୱକୁ ୭୩ ପ୍ରତିଶତ ଭାରତୀୟ ପସନ୍ଦ କରୁଥିବା ବେଳେ ଓଡ଼ିଶାରେ ୯୬ ପ୍ରତିଶତ ଲୋକେ ପସନ୍ଦ କରନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ଭଳି ଜଗନ୍ନାଥଙ୍କ ବଡ଼ ଭକ୍ତଙ୍କ କାରଣରୁ ଆଜି ବିଶ୍ୱବାସୀ ରଥଯାତ୍ରା ଦେଖିପାରିଲେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ମେଡ଼ିକାଲ କଲେଜ,ଏଫସିଆଇ,ନାଲକୋର ଆଲୁମିନିୟମ ପାର୍କ,ଏନ୍‌.ଟି.ପି.ସି ତାଳଚେର ଥର୍ମାଲର ପୁନଃଉଦ୍ଧାର, ରେଳପଥ, ଜଳପଥ, ରାଜପଥରେ ସମଗ୍ର ଅନୁଗୋଳ ଜିଲ୍ଲାକୁ ମୋଦୀ ସରକାର ହଜାର ହଜାର କୋଟି ଟଙ୍କା ପ୍ରଦାନ କରିଥିବା ବେଳେ,୫୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୩ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ଘରେ ଘରେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ପହଂଚାଇବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କରିଥିଲେ । ଏହାସହ ମାସ୍କ ଏବଂ ୨ମିଟର ସାମାଜିକ ଦୂରତା ଅବଲମ୍ବନ କରିବାକୁ ସେ ନାଗରିକମାନଙ୍କୁ ପରାମର୍ଶ ଦେଇଥିଲେ । ମୋଦୀ ସରକାର ଗରିବ ଲୋକମାନଙ୍କ ସମର୍ପିତ ବୋଲି ବିଜେପି ରାଜ୍ୟ ସମ୍ପାଦକ ତଥା ତାଳଚେର ନିର୍ବାଚନମଣ୍ଡଳୀର ନେତା କାଳନ୍ଦୀ ସାମଲ ପ୍ରକାଶ କରିଥିଲେ । ତାଳଚେର ଡିଏଭି ସ୍କୁଲ ପ୍ରତିଷ୍ଠା,ସାର କାରଖାନା,ମେଡ଼ିକାଲ କଲେଜ ଏବଂ ଏନ୍‌.ଟି.ପି.ସି ତାଳଚେର ଥର୍ମାଲର ପୁନଃଉଦ୍ଧାର ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ତାଳଚେରରେ କେନ୍ଦ୍ରୀୟ ବିଦ୍ୟାଳୟ,ଟି.ଟି.ପି.ଏସ.କୁ ପୁନଃରୁଦ୍ଧାର ପାଇଁ ଅଯଥା ୨ବର୍ଷ ବିଳମ୍ବ କରିବା ଏବଂ ସେଂଟ୍ରାଲ ସ୍କୁଲ ତାଳଚେରରେ କରାଇ ନଦେବା ପାଇଁ ବିଜେଡ଼ି ନେତୃତ୍ୱକୁ ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି,ରବି ନାରାୟଣ ପାଣି,ଅଶୋକ ମହାନ୍ତି,ଭାଗିରଥି ପ୍ରଧାନ,ପ୍ରତାପ ପ୍ରଧାନ,ଅଗସ୍ତି ବେହେରା,ପ୍ରକାଶ ମହାରଣା,ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,କଣିହାଁ ବ୍ଲକ ଅଧ୍ୟକ୍ଷା ନମିତା ବେହେରା,ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ସମସ୍ତ ମଣ୍ଡଳ ସଭାପତି,ଆଇଟି ସେଲ,ପ୍ରଶାନ୍ତ ନନ୍ଦ,ମିଡ଼ିଆ ସେଲ ଅନୁଗୋଳ ଜିଲ୍ଲା ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଯୋଗ ତେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.