Home Top News ଗୋସେବା: ବୁଲା ଗାଈ ଗୋରୁଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ..

ଗୋସେବା: ବୁଲା ଗାଈ ଗୋରୁଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ..

43

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତର କିଛି ଲୋକଙ୍କ ଘର ଆଗରେ ଏକ ସିମେଣ୍ଟ କୁଣ୍ଡ ରଖାଯାଇଛି। ବିଜୁ ମହିଳା ଜନତା ଦଳ ରାଜ୍ୟ ଉପାଧ୍ୟକ୍ଷା ତଥା ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ ମହାପାତ୍ର ତାଙ୍କ ନିଜ ଗ୍ରାମ ଗୋଳବାଇରେ କିଛି ଘରକୁ ଏହି କୁଣ୍ଡ ଯୋଗାଇ ଦେଇଛନ୍ତି। ଗୃହକର୍ତ୍ତା ତଥା ଘରଣୀ ମାନେ ସକାଳୁ ଏହି କୁଣ୍ଡରେ ପାଣି ଆଣି ଢାଳୁଛନ୍ତି। ବୁଲା ଗାଈ, ଗୋରୁ ତଥା ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପିଇବା ପାଇଁ ଏହି ପାଣି କୁଣ୍ଡ ବ୍ୟବସ୍ଥା କରାଯାଇଛି। ବୁଲା ଗାଈ ଗୋରୁ ତଥା ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ଏପରି ସେବା କାର୍ଯ୍ୟ ନିଶ୍ଚିତ ବାବେ ଏକ ପ୍ରଶଂସନୀୟ କାର୍ଯ୍ୟ।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.