Home ଓଡ଼ିଶା କୃଷକମାନଙ୍କ ପାଇଁ ଖୁସି ଖବର: ପିଏମ୍ ସମ୍ମାନ ନିଧି ବ୍ୟତୀତ ପ୍ରତିବର୍ଷ ମିଳିବ ନଗଦ ୫୦୦୦...

କୃଷକମାନଙ୍କ ପାଇଁ ଖୁସି ଖବର: ପିଏମ୍ ସମ୍ମାନ ନିଧି ବ୍ୟତୀତ ପ୍ରତିବର୍ଷ ମିଳିବ ନଗଦ ୫୦୦୦ ଟଙ୍କା: ଜାଣନ୍ତୁ କ’ଣ ଏ’ ଯୋଜନା ..

254

ନୂଆଦିଲ୍ଲୀ: କୃଷି ମୂଲ୍ୟ ଏବଂ ମୂଲ୍ୟ ଆୟୋଗ (CACP) ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM- KISAN) ବ୍ୟତୀତ କୃଷକମାନଙ୍କୁ ବାର୍ଷିକ ୫୦୦୦ ଟଙ୍କା ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ଆୟୋଗ କହିଛି ଯେ କୃଷକମାନଙ୍କୁ ପ୍ରତିବର୍ଷ ନଗଦ ୫୦୦୦ ଟଙ୍କା ସାର ସବସିଡି ଆକାରରେ ଦିଆଯିବା ଉଚିତ। ଏହି ରାଶି ଦୁଇଥର ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ (ଡିବିଟି) ସିଧା ସ୍ଥାନାନ୍ତର କରାଯାଇ ପାରିବ ବୋଲି ଆୟୋଗ ପରାମର୍ଶ ଦେଇଛନ୍ତି। ଏହା ଅଧୀନରେ ଖରିଫ ଫସଲ ପାଇଁ ୨୫୦୦ ଟଙ୍କା ଏବଂ ରବି ଫସଲ ପାଇଁ ୨୫୦୦ ଟଙ୍କା ଦିଆଯାଇ ପାରିବ।

ସାର କମ୍ପାନୀ ଗୁଡ଼ିକୁ ସବସିଡି ଦେବା ବନ୍ଦ କରିଦେବ କେନ୍ଦ୍ର –
ଯଦି କୃଷି ଉତ୍ପାଦନର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ଆୟୋଗର ସୁପାରିଶ ଗ୍ରହଣ କରାଯାଏ ତେବେ ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ବାବଦରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ (ଡିବିଟି)କୁ ବାର୍ଷିକ ୬,୦୦୦ ଟଙ୍କା ବ୍ୟତୀତ ୫୦୦୦ ଟଙ୍କା ସାର ସବସିଡି ମିଳିବ। ଯଦି ସାର ସବସିଡି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ, ତେବେ ଶସ୍ତା ସାର ବିକ୍ରୟ ପାଇଁ କମ୍ପାନୀମାନଙ୍କୁ ଦିଆଯାଇଥିବା ସବସିଡି ଶେଷ କରି ଦିଆଯିବ।

ସରକାର କୃଷକ ମାନଙ୍କୁ ପ୍ରତିବର୍ଷ ମୋଟ ୧୧,୦୦୦ ଟଙ୍କା ଦେବେ –
ସାର କମ୍ପାନୀ ଗୁଡ଼ିକ ଦ୍ୱାରା ପ୍ରାପ୍ତ ସବସିଡି ଯୋଗୁଁ କୃଷକମାନେ ବର୍ତ୍ତମାନ ବଜାରରେ ଶସ୍ତା ମୂଲ୍ୟରେ ୟୁରିଆ ଏବଂ ପି ଆଣ୍ଡ କେ ସାର ପାଉଛନ୍ତି। ଏହା ବଦଳରେ ସରକାର ପ୍ରକୃତ ମୂଲ୍ୟ ଏବଂ ରିହାତି ସହିତ ସବସିଡି ଯୁକ୍ତ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ମୂଲ୍ୟ କମ୍ପାନୀ ଗୁଡ଼ିକୁ ପ୍ରଦାନ କରିଦେବେ। ସରକାର ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM- KISAN) ଅଧୀନରେ କୃଷକ ମାନଙ୍କୁ ତିନୋଟି କିସ୍ତିରେ ୨୦୦୦ – ୨୦୦୦ଟଙ୍କା ପ୍ରଦାନ କରୁଛନ୍ତି। ଏହି ଯୋଜନାରେ ଏ’ ପର୍ଯ୍ୟନ୍ତ ୯ କୋଟି କୃଷକ ପଞ୍ଜୀକୃତ ହୋଇଛନ୍ତି। ଯଦି ଏହି ସୁପାରିଶ ଗ୍ରହଣ କରାଯାଏ, ତେବେ ସରକାର ପ୍ରତିବର୍ଷ କୃଷକ ମାନଙ୍କୁ ୧୧,୦୦୦ ଟଙ୍କା ସବସିଡି ପ୍ରଦାନ କରିବେ। /- @DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.