Home ଅପରାଧ ବ୍ରାହ୍ମଣୀପାଳ ଠାରେ ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ମରଣାତ୍ମକ ଆକ୍ରମଣ, ଜଣେ ଗୁରୁତର

ବ୍ରାହ୍ମଣୀପାଳ ଠାରେ ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ମରଣାତ୍ମକ ଆକ୍ରମଣ, ଜଣେ ଗୁରୁତର

93

ହରିଚନ୍ଦନପୁର,ତା ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ଅଞ୍ଚଳରେ ମାତ୍ର କିଛି ଦିନର ନିରବତା ପରେ ପୁଣି ବିଜେଡିର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଅନ୍ଯ ଗୋଷ୍ଠୀର ଦୁଇ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଆକ୍ରମଣର ଶିକାର ହୋଇ ଗୁରୁତର ଆହାତ ଜଣଙ୍କ କଂସ କେନ୍ଦୁଆ ଗ୍ରାମର ବାବୁ ବେହେରା ଓ ଅନ୍ଯ ଜଣଙ୍କ ସେହି ଗ୍ରାମର ଚଟୁ ପାତ୍ର ବୋଲି ଜଣାପଡ଼ିଛି । ଚଟୁ ନିଜର ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ସୂଚନା ଦେଇଛନ୍ତି । ଖବର ଅନୁଯାୟୀ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ବ୍ରାହ୍ମଣୀପାଳ ନିକଟସ୍ଥ କୁଶେଇ ସେତୁ ଉପରେ ପ୍ରଥମେ ବଚସା ସୃଷ୍ଟି ହୋଇଥିଲା, ପରେ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା । ଦୁଇ ଗୋଷ୍ଠୀ ତଥା ରାଜା ଚକ୍ର ଓ ଟୁଟୁ ପାତ୍ର ଗୋଷ୍ଠୀ ମଧ୍ଯରେ ଅନେକ ଦିନ ହେବ ବିବାଦ ଲାଗିରହିଛି । ନିଜର ଆଧିପତ୍ଯ ଜାହିର କରିବା ଉଦ୍ଦେଶ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ଭଳି ବିବାଦ ଲାଗିରହିଛି । ଗୁରୁତର ଆହାତ ବାବୁ ବେହେରାଙ୍କୁ ରାଜା ଚକ୍ର ଗୋଷ୍ଠୀର ପିଲାମାନେ ମରଣାତ୍ମକ ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି । ବାବୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.