Home ଜିଲ୍ଲା ପରିକ୍ରମା ଗତୀଶ୍ୱର କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ଗତୀଶ୍ୱର କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

88

ନୟାଗଡ଼,୨୪ା୨: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଜୁନିଅର କଲେଜରେ ଗତ ୧୨ ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଯାଇଛି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଆର୍ଥିକ ସହାୟତାରେ ଅନୁଷ୍ଠିତ ଏହି ଶିବିର ଅଧ୍ୟାପକ ଶିବରାମ ପଢିଆରୀଙ୍କ ତତ୍ୱାବଧାନରେ ହୋଇଥିବାବେଳେ ଉପାଧ୍ୟକ୍ଷ ଜଗନ୍ନାଥ ପଟ୍ଟନାୟକ ଉଦ୍ୟାପନ ଉତ୍ସବରେ ଯୋଗଦେଇ ସାଂପ୍ରତିକ ସମାଜରେ ବାଳିକାମାନଙ୍କ ପାଇଁ ଏହି ପ୍ରଶିକ୍ଷଣ ନିହାତି ଅପରିହାର୍ଯ୍ୟ ବୋଲି କହିଥିଲେ । ନିଜକୁ ସୁରକ୍ଷିତ ରଖି ସମାଜରେ ବୃଦ୍ଧି ପାଉଥିବା ଅସାମାଜିକ କାର୍ଯ୍ୟକୁ କିପରି ମୁକାବଲା କରାଯାଇପାରିବ ତାହା ଉପରେ ଶ୍ରୀ ପଟ୍ଟନାୟକ ଆଲୋକପାତ କରିଥିଲେ । ଏହି ତାଲିମରେ ପ୍ରଶିକ୍ଷକଭାବେ ସଂନ୍ଧ୍ୟାରାଣୀ  ନାଏକ ପ୍ରଶିକ୍ଷଣ ଦେଇଥିବାବେେଳେ କଲେଜର ଅଧ୍ୟାପକ,କର୍ମଚାରୀମାନେ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.