Home Top News ସ୍ଥଗିତ ହେବ ନାହିଁ GATE ୨୦୨୨ ପରୀକ୍ଷା : ସୁପ୍ରିମକୋର୍ଟ

ସ୍ଥଗିତ ହେବ ନାହିଁ GATE ୨୦୨୨ ପରୀକ୍ଷା : ସୁପ୍ରିମକୋର୍ଟ

95

ନୂଆ ଦିଲ୍ଲୀ ୩-୨ (ଓଡ଼ିଆ ପୁଅ) GATE ୨୦୨୨ କୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ପରୀକ୍ଷା ଫେବୃଆରୀ ୫ ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ ପରୀକ୍ଷା ପ୍ରକ୍ରିୟାରେ ହସ୍ତକ୍ଷେପ କଲେ ବିଶୃଙ୍ଖଳା ଏବଂ ଅନିଶ୍ଚିତତା ସୃଷ୍ଟି ହୋଇପାରେ ବୋଲି କହିଛନ୍ତି ସୁପ୍ରିମ କୋର୍ଟ।

ସୂଚନାଯୋଗ୍ୟଯେ, ଆଜି ଫେବୃଆରୀ ୩ ରେ ୧୧ ଜଣ ପରୀକ୍ଷାର୍ଥୀଙ୍କ ଦ୍ୱାରା ଏହି ପିଟିସନ୍ ଦାଖଲ କରାଯାଇଥିଲା। ପରୀକ୍ଷାର୍ଥୀମାନେ ପରୀକ୍ଷା ସ୍ଥଗିତ ରଖିବାକୁ ଏକ ଅନଲାଇନ୍ ରେ ଆବେଦନ କରିଥିଲେ। ଯଦି ପରୀକ୍ଷା ତାରିଖ ସ୍ଥଗିତ କରାନଯିବ, ତେବେ GATE ୨୦୨୨ ରେ ଉପସ୍ଥିତ ହେବାକୁ ଥିବା ପରୀକ୍ଷାର୍ଥୀମାନେ ସଂକ୍ରମିତ ହେବା ଏବଂ କରୋନା ସଂକ୍ରମଣ ହେବା ଦ୍ୱାରା ସେମାନଙ୍କ ଜୀବନ ପ୍ରତି ତଥା ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଆସିପାରେ ବୋଲି ଆବେଦନକର୍ତ୍ତାମାନେ ଯୁକ୍ତି ବାଢ଼ିଥିଲେ। ଏହି ଆବେଦନ ପୂର୍ବରୁ ୭୫, ୦୦୦ ରୁ ଅଧିକ ଦସ୍ତଖତ ଗ୍ରହଣ କରାଯାଇଛି।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ୍ ଇଞ୍ଜିନିୟରିଂ (GATE) ୨୦୨୨ ରେ ହାଜର ହେବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏକ ଟ୍ରାଭେଲ୍ ପାସ୍ ପ୍ରକାଶ କରିଛି।

ଏହି ପାଶ୍‌ରେ ଦର୍ଶାଯାଇଛି ଯେ, GATE କମିଟି ଦ୍ୱାରା ଜାରି କରାଯାଇଥିବା କରୋନା ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, କରୋନା ନେଗେଟିଭ୍ ଥିବା ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଥିବାବେଳେ ଲକ୍ଷଣ ଥିବା କିନ୍ତୁ ନେଗେଟିଭ୍‌ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଛି, କିନ୍ତୁ ଅଲଗା କୋଠରୀରେ। ଅଧିକନ୍ତୁ, covid-୧୯ ପଜିଟିଭ ପରୀକ୍ଷାର୍ଥୀ, ଲକ୍ଷଣ ଥାଉ କିମ୍ବା ନଥାଉ, ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ।

GATE ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ଦୁଇଟି ପିଟିସନ ଦାଖଲ କରାଯାଇଥିଲା। ଗୋଟିଏ ଆବେଦନ ପରୀକ୍ଷାର୍ଥୀଙ୍କ ଦ୍ୱାରା ଏବଂ ଅନ୍ୟଟି କୋଚିଂ ପ୍ରତିଷ୍ଠାନ ଶିକ୍ଷକ ଉମେଶ ଧାନ୍ଦେଙ୍କ ଦ୍ୱାରା କରାଯାଇଥିଲା। ଛାତ୍ର ଏବଂ ଅନ୍ୟ ହିତାଧିକାରୀମାନେ ଦୀର୍ଘ ଦିନ ଧରି ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଆସୁଥିଲେ। ଏହାକୁ ନେଇ ଅନେକ ଅନଲାଇନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ଫେବୃଆରୀ ୫ ରୁ ଅନୁଷ୍ଠିତ ହେବ ପରୀକ୍ଷା। ୯ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।ହେବେ। ରିପୋର୍ଟ ଅନୁଯାୟୀ ଭାରତର ପ୍ରଧାନ ବିଚାରପତି ଏନଭି ରମଣ, ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ହିମା କୋଲିଙ୍କୁ ନେଇ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.