Home ଜିଲ୍ଲା ପରିକ୍ରମା ଦେଶୀ ଓ ବିଦେଶୀ ମଦ ଜବତ ୪ ଗିରଫ

ଦେଶୀ ଓ ବିଦେଶୀ ମଦ ଜବତ ୪ ଗିରଫ

30

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ବିଭିନ୍ନ ଗାଁ ଗହଳିରେ ଚୋରାମଦ ସାଂଗକୁ ନକଲି ମଦ ମଧ୍ୟ ଚଢା ଦରରେ ବିକ୍ରି ଚାଲିଛି। ଏନେଇ ଅବକାରୀ ବିଭାଗ ମାସିକିଆ ବଟିନେଇ ଚୁପ୍‌ହୋଇ ବସିଯାଉଥିବାବେଳେ ପୋଲିସ ଅବକାରୀ ବିଭାଗର କାମ ଚଳାଉଛି। ନିକଟରେ ଦୋବଲ ଅଂଚଳର ସୋଧ, କୋଳେଇପଦା, ଓ ଖଡ଼ିପଦା ଅଂଚଳରେ ଚୋରାମଦ କାରବାର ହେଉଥିବାବେବେଳ ଧାମନଗର ପୋଲିସ ମଦ ଯବଦ କରିଥିଲା। ବାରମ୍ବାର ଅବକାରୀ ବିଭାଗର ବିଫଳତା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନପରେ ଧାମନଗର ଅବକାରୀ ବିଭାଗର ଚେତା ପଶିଛି। ଭଦ୍ରକ ଅବକାରୀ ବିଭାଗର ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଧୂଷୁରୀ ଥାନା ଅଂଚଳରେ ବିଭିନ୍ନ ସ୍ଥାନରେ ଚଢାଉକରି ୧୧୦ଲିଟର ଦେଶୀମଦ ୦୭.୭୪୦ ଲିଟର ବିଦେଶୀ ମଦ ଓ ୫ଲିଟର ଆସ୍କା-୪୦ ମଦ ଜବତ କରାଯାଇଥିବାବେଳେ ଏନେଇ ୪ଜଣକୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.