Home ଓଡ଼ିଶା ‘Gajapati: A King Without A Kingdom’ ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

‘Gajapati: A King Without A Kingdom’ ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

29

ଭୁବନେଶ୍ୱର ୧୮ ଡିସେମ୍ବର (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ “‘Gajapati: A King Without A Kingdom’” ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକର ଲେଖକ ହେଉଛନ୍ତି ଅଶୋକ ବଳ।

ମହାରାଜା କପିଲେନ୍ଦ୍ର ଦେବଙ୍କଠାରୁ ଆରମ୍ଭ ହୋଇଥିବା ‘ଗଜପତି’ ଆଖ୍ୟା ତାଙ୍କର ଉତ୍ତରାଧିକାରୀଙ୍କ ପାଇଁ ନିରବଚ୍ଛିନ୍ନ ଭାବରେ ପ୍ରଚଳିତ ହୋଇଆସୁଛି।

ପ୍ରଭୁ ଜଗନ୍ନାଥଙ୍କ ସହ ଗଜପତି ରାଜାମାନଙ୍କ ରୀତିନୀତିର ଏକ ଅନନ୍ୟ ଦିଗ ଏହି ପୁସ୍ତକରେ ଆଲୋକପାତ କରାଯାଇଛି। ଗଙ୍ଗା ରାଜା ଚୌଡ଼ଗଙ୍ଗ ଦେବ ପୁରଷୋତ୍ତମ ଜଗନ୍ନାଥଙ୍କୁ ସର୍ବୋଚ୍ଚ ଭାବରେ ଗ୍ରହଣ କରିଥିଲେ।
କପିଲେନ୍ଦ୍ର ଦେବଙ୍କ ଶାସନ ସମୟରେ ଓଡିଆଙ୍କର ଗୌରବର ଇତିହାସ ଗଙ୍ଗା ଠାରୁ କାବେରୀ ନଦୀ ପର୍ଯ୍ୟନ୍ତ ବିସ୍ତାର କରିଥିଲା।

ଗଜପତିଙ୍କ ଦୀର୍ଘ ଇତିହାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଇତିହାସ ଯାହା ଲୋକମାନେ ଜାଣିବା ଉଚିତ୍।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.