Home Top News ବିପିନ୍ ରାୱତଙ୍କ ଅପମାନ୍ ସହି ନପାରି ଧର୍ମ ପରିବର୍ତ୍ତନ କରିବେ ଅଲ୍ଲୀ ଆକବର !

ବିପିନ୍ ରାୱତଙ୍କ ଅପମାନ୍ ସହି ନପାରି ଧର୍ମ ପରିବର୍ତ୍ତନ କରିବେ ଅଲ୍ଲୀ ଆକବର !

188

ନୂଆଦିଲ୍ଲୀ: ମାଲାୟାଲମ୍ ଚଳଚ୍ଚିତ୍ର ନିର୍ମାତା ଅଲ୍ଲୀ ଆକବରଙ୍କ ଘୋଷଣା ସମସ୍ତଙ୍କୁ ଚକିତ କରିଛି। ଅଲ୍ଲୀ ଆକବର କହିଛନ୍ତି ଯେ ସେ ମୁସଲିମ ଧର୍ମ ଛାଡି ଘରକୁ ଫେରିବାକୁ ଚାହୁଁଛନ୍ତ। ପୁଣି ହିନ୍ଦୁ ହେବାକୁ ଚାହୁଁଛନ୍ତି। ହେଲିକେପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ୍ ରାୱତଙ୍କ ଦେହାନ୍ତ ପରେ ଇସଲାମିକ୍ ମୌଳବାଦୀ ମାନଙ୍କର ସୋସିଆଲ୍ ମିଡିଆ ପ୍ରତିକ୍ରିୟା ପରେ ଅଲ୍ଲୀ ଆକବର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଲାଇଭ୍ ଭିଡିଓରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁକୁ ପାଳନ କରୁଥିବା ଲୋକଙ୍କୁ ଅଲି ଆକବର ଦୃଢ଼ ନିନ୍ଦା କରିଛନ୍ତି। ବାସ୍ତବରେ, ଅଲ୍ଲୀ ଆକବର ବିପିନ୍ ରାୱତଙ୍କ ମୃତ୍ୟୁର ଏକ ଲାଇଭ ଭିଡିଓ କରିଥିଲେ, ଯେଉଁଥିରେ କିଛି ଲୋକ ହସୁଥିବା ଇମୋଜି ପୋଷ୍ଟ କରିଥିଲେ। ଅଲ୍ଲୀ ଆଘାତ ପାଇଛନ୍ତି ଯେ ଦେଶର ଜଣେ ସାହସୀ ପୁଅକୁ କିପରି କେହି ପରିହାସ କରିପାରେ! ଫେସବୁକ୍ ଲାଇଭରେ ଆସି ସେ ଏ ବିଷୟରେ କହିଛନ୍ତି। ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅଲ୍ଲୀ ଆକବର କହିଛନ୍ତି, ‘ଏହାକୁ କଦାପି ଗ୍ରହଣ କରାଯାଇପାରିବ ନାହିଁ ଏବଂ ସେଥିପାଇଁ ମୁଁ ମୋର ଧର୍ମ ତ୍ୟାଗ କରୁଛି। ମୋର ଏବଂ ମୋ ପରିବାରର କୌଣସି ଧର୍ମ ନାହିଁ।କେବଳ ଏତିକି ନୁହେଁ ଅଲ୍ଲୀ ଆକବରଙ୍କ ସହ ତାଙ୍କ ପତ୍ନୀ ଲୁସିମା ମଧ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିବେ। ହିନ୍ଦୁ ଧର୍ମ ଅନୁଯାୟୀ ସେ ତାଙ୍କ ନାମ ମଧ୍ୟ ବାଛିଛନ୍ତି। ହିନ୍ଦୁ ହେବା ପରେ ଅଲ୍ଲୀ ଆକବର ରାମସିମନ୍ ଭାବରେ ପରିଚିତ ହେବେ। ସେ କହିଥିଲେ ଯେ ରାମସିମନ୍ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ତାଙ୍କ ସଂସ୍କୃତି ପାଇଁ ଛିଡ଼ା ହୋଇଥିଲେ। ଅଲ୍ଲୀ ଆକବରଙ୍କ ଅନୁଯାୟୀ ରାମସିମନ୍ ନାମ ତାଙ୍କ ପାଇଁ ସର୍ବୋତ୍ତମ। ମୋୖଳବାଦୀ ଏପରି କାର୍ଯ୍ୟରେ ଦୁଃଖିତ ଅଲ୍ଲୀ ଆକବର ଫେସବୁକ୍ ଲାଇଭରେ ଆସି କହିଛନ୍ତି ଯେ ‘ଇସଲାମର ସର୍ବୋଚ୍ଚ ଧାର୍ମିକ ନେତାମାନେ ମଧ୍ୟ ଦେଶଦ୍ରୋହୀଙ୍କ ଏପରି କାର୍ଯ୍ୟକୁ ବିରୋଧ କରି ନାହାଁନ୍ତି। ଜଣେ ସାହସୀ ସୈନିକଙ୍କୁ ଅପମାନ ସେ କଥା ସେ ଗ୍ରହଣ କରିପାରିବେ ନାହିଁ। ଅଲ୍ଲୀ ଏବେ ଧର୍ମ ଉପରେ ବିଶ୍ୱାସ ହରାଇଛନ୍ତି। ନିଜର ମତ ରଖି ସେ ଆହୁରି କହିଛନ୍ତି ଯେ ଆଜି ମୁଁ ଜନ୍ମରୁ ପାଇଥିବା ଏକ କପଡ଼ା ଫିଙ୍ଗି ଦେଉଛି। ଏବେଠାରୁ ମୁଁ ଆଉ ମୁସଲମାନ ନୁହେଁ। ମୁଁ କେବଳ ଭାରତର ଜଣେ ନାଗରିକ। ମୋର ଏହି ନିଷ୍ପତ୍ତି ସେହି ଲୋକଙ୍କ ପାଇଁ ଏକ ଉତ୍ତର, ଯେଉଁମାନେ ଭାରତ ବିରୁଦ୍ଧରେ ଇମୋଜି ପୋଷ୍ଟ କରିଛନ୍ତି।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.