Home Top News ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ

ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ

21

ପୁରୀ, ୨୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲାକୁ ଜିଲ୍ଲା ପ୍ରଶାସନ ଏକ ସ୍ୱଚ୍ଛ ସହର ଭାବେ ପରିଚିତ କରାଇବା ପାଇଁ ଜୋରସୋରରେ ଲାଗି ପଡ଼ିଛି। ଜିଲ୍ଲାରେ ଥିବା ସାମ୍ବାଦିକମାନଙ୍କ ମଧ୍ୟରେ ସ୍ୱଚ୍ଛତା ଅଣାଯିବା ପାଇଁ ଦାବି ହେଉଛି। ପୁରୀ ସହରରେ ବର୍ତ୍ତମାନ ଶହେରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କ ତାଲିକା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗରେ ପଞ୍ଜିକୃତ ହୋଇଥିବା ଜଣାଯାଇଛି। ପଞ୍ଜିକୃତ ହୋଇଥିବା ସାମ୍ବାଦିକମାନଙ୍କର ସେମାନଙ୍କ ପ୍ରେସ୍‌ରୁ ଆସିଥିବା ଚିଠି ଓ ପରିଚୟ ପତ୍ର ନବୀକରଣ ସଂପର୍କରେ ଜାଞ୍ଚ କରାଯାଉନଥିବା ଅଭିଯୋଗ ହେଉଛି। ଏପରିକି ପୂର୍ବରୁ ଯେଉଁ କାଗଜରେ କାର୍ଯ୍ୟ କରୁଥିଲେ ସେହି ଅନୁଯାୟୀ ସେମାନଙ୍କର ସ୍ୱାସ୍ଥ୍ୟବିମା କରାଯାଇଥିଲା। କିନ୍ତୁ, ସ୍ୱାସ୍ଥ୍ୟବିମା କାର୍ଡ଼ ବଣ୍ଟନ ବେଳେ ସେମାନଙ୍କର କାର୍ଡ଼ର ନବୀକରଣ ଓ ସେମାନେ ସଂପୃକ୍ତ କାଗଜରେ ଏବେ ଅଛନ୍ତି କି ନାହିଁ ଯାଞ୍ଚ କରାନଯାଇ ସେମାନଙ୍କୁ ସ୍ୱାସ୍ଥ୍ୟବିମା କାର୍ଡ଼ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ସାମ୍ବାଦିକମାନଙ୍କର ଆସିଥିବା ଚିଠିର ମିଆଦ ଶେଷ ହୋଇଯାଇଥିଲେ ମଧ୍ୟ ତାହା ଯାଞ୍ଚ କରାଯାଉନଥିବା କୁହାଯାଉଛି। ସାମ୍ବାଦିକମାନଙ୍କ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ କାଗଜର ସଂପାଦକ ମାନଙ୍କୁ ପତ୍ର ଲେଖି ସେମାନଙ୍କ କାଗଜର କିଏ ସାମ୍ବାଦିକ ଓ କିଏ ଫଟୋଗ୍ରାଫର ଅଛନ୍ତି ସେହି ବିଷୟରେ ତଥ୍ୟ ପ୍ରଦାନ କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.