Home ଓଡ଼ିଶା ପାଣିରେ ପଡୁଛି ଖଣିଜ ପାଣ୍ଠି, ରକ୍ଷଣା ବେକ୍ଷଣ ଅଭାବରୁ ଅଚଳ ପାନୀୟ ଜଳ ପ୍ରକଳ୍ପ ଓ...

ପାଣିରେ ପଡୁଛି ଖଣିଜ ପାଣ୍ଠି, ରକ୍ଷଣା ବେକ୍ଷଣ ଅଭାବରୁ ଅଚଳ ପାନୀୟ ଜଳ ପ୍ରକଳ୍ପ ଓ ଷ୍ଟ୍ରିଟ ଲାଇଟ

77

ଯୋଡା, ୨୬/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଖଣି ଅଞ୍ଚଳବାସୀଙ୍କ ବିକାଶ ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ଖଣି ଅଞ୍ଚଳ ବିକାଶ ନିମନ୍ତେ ଖର୍ଚ୍ଚ ହେଉଥିବା ବେଳେ ରକ୍ଷଣା ବେକ୍ଷଣ ତଥା ତଦାରଖ ଅଭାବରୁ ବିିଭିନ୍ନ ସ୍ଥାନରେ ତାହା ପାଣିରେ ପଡୁଥିବା ଦେଖିବାକୁ ମିଳୁଛି । ଫଳରେ ଖଣି ଅଞ୍ଚଳବାସୀ ଯଥାପୂର୍ବଂ ଅବସ୍ଥାକୁ ଫେରିଆସୁଛନ୍ତି । ଘଟଣାରୁ ପ୍ରକାଶ ଯେ, ଯୋଡା ବ୍ଲକ ଅନ୍ତର୍ଗତ ବଲାଣୀ ପଞ୍ଚାୟତରେ ଅବସ୍ଥିତ ବଲାଣୀ ଓଏମ୍‌ସି ହଟିଂରେ ୨୦୧୮-୧୯ ଆର୍ôଥକ ବର୍ଷରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ୧୦ଲକ୍ଷ ୨୩ ହଜାର ଟଙ୍କା ବିନିମୟରେ ଏକ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ତେବେ ବର୍ଷ ଗୋଟାଏ ନଜାଣୁ ଏହା ଦୀର୍ଘ ଦିନ ହେବ ଅଚଳ ହୋଇପଡିଛି । ଫଳରେ ଏହି ହଟିଂରେ ବସବାସ କରୁଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପରିବାର ନିକଟରେ ପ୍ରଭାହିତ କାରୋ ନଦୀର ପ୍ରଦୂଷିତ ଜଳକୁ ପାନୀୟ ଜଳ ଭାବ ଏବଂ ନିତ୍ୟ ବ୍ୟବହାର କରିବାକୁ ବାଧ୍ୟ ହୋଇପଡିଛନ୍ତି । ଏହି ନଦୀର ପାଶ୍ୱର୍ରେ କେତେ ଗୁଡିଏ ସ୍ପଞ୍ଜ କାରଖାନା ଗଢି ଉଠିଥିବା ବେଳେ ଏହି କାରଖାନାରୁ ନିର୍ଗତ ଅପରିସ୍କାର ଜଳ ସିଧାସଳଖ ନଦୀରେ ମିଶିଥାଏ । ନଦୀ ଜଳକୁ ବ୍ୟବହାର କରିବା ଫଳରେ ବିଭିନ୍ନ ଚର୍ମ ରୋଗ ଏବଂ ପାକସ୍ଥଳି ଜନୀତ ରୋଗ ଦେଖାଦେଇଥାଏ । ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ନିମନ୍ତେ ସରକାର ବିଭିନ୍ନ ଯୋଜନାମାନ କରୁଥିବା ବେଳେ ଏଥିରେ ଆଦୌ ଆନ୍ତରିକତା ଥିବା ଭଳି ଜଣାପଡେନାହିଁ । ଏହା ଯେ କେବଳ ଗୋଟିଏ ଘଟଣା ତାହା ନୁହେଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ନିର୍ମାଣ କରାଯାଇଥିବା ୭୫ ଭାଗ ଏହି ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିବା ଜଣାପଡିଛି । ସରକାର କୋଟି କୋଟି ଟଙ୍କା ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଅର୍ଥ ବିନିମୟ କରୁଥିବା ବେଳେ ଏହା ଜନସାଧାରଣଙ୍କର କୌଣସି କାମରେ ଲାଗିପାରୁନାହିଁ । ରଇଡା, ବଲାଣୀ, ସରେଣ୍ଡା, ଭଦ୍ରାସାହୀ, ଗୁଆଲି ପ୍ରଭୁତି ପଞ୍ଚାୟତ ଗୁଡିକରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରାଯାଇଛି । ସେଗୁଡିକର ସଠିକ୍ ତଦାରଖ କରାଯାଉନଥିବା ବେଳେ ମୋଟାମୋଟି ସବୁ ଗୁଡିକ ଅଚଳ ହୋଇପଡିଥିବା ପଞ୍ଚାୟତବାସୀମାନେ ଅଭିଯୋଗ କରିଛନ୍ତି । ଫଳରେ ହାତୀ ଭୟରେ ଏହି ପଞ୍ଚାୟତବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଏହା ସହିତ ରାସ୍ତା ଗୁଡିକରେ ଆଲୋକ ନଥିବାରୁ ବିଭିନ୍ନ ସମୟରେ ଦୂର୍ଘଟଣାମାନ ଘଟି ଧନ ଜୀବନ ହାନି ହେଉଥିବା ଦେଖାଦେଇଛି । ସରକାର ଖଣିଜ ପାଣ୍ଠିକୁ ଖର୍ଚ୍ଚ କରିବା ପାଇଁ ଯେତିକି ତତ୍ପରତା ପ୍ରକାଶ କରୁଛନ୍ତି ସେହି ହାରରେ ଏହାର ରକ୍ଷଣା ବେକ୍ଷଣ ପ୍ରତି ଧ୍ୟାନ ଦେଲେ ଏହି ଅର୍ଥର ସୁବିନିଯୋଗ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.