Home ଓଡ଼ିଶା ବେଆଇନ କାର୍ଯ୍ୟକଳାପ ଦୂର କରିବା ପାଇଁ ଫେସଲେସ ଇ-ଆସେସମେଂଟ

ବେଆଇନ କାର୍ଯ୍ୟକଳାପ ଦୂର କରିବା ପାଇଁ ଫେସଲେସ ଇ-ଆସେସମେଂଟ

210

ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ଆୟକର ବିଭାଗରେ ଯାଂଚ ଆକଳନର ପ୍ରଚଳିତ ବ୍ୟବସ୍ଥାରେ କରଦାତା ଏବଂ ବିଭାଗ ମଧ୍ୟରେ ଉଚ୍ଚସ୍ତରୀୟ ବ୍ୟକ୍ତିଗତ ଭାବ ଆଦାନ ପ୍ରଦାନ ବ୍ୟବସ୍ଥା ରହୁଛି। ଏହା ଫଳରେ କର ଅଧିକାରୀ କେତେକ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏହି କାର୍ଯ୍ୟକଳାପକୁ ଦୂର କରିବା ପାଇଁ ଏବଂ ପ୍ରଧାନମନ୍ତ୍ରୀଙ୍କ ଅନ୍ତର୍ଦୁଷ୍ଟିକୁ ସାକାର କରିବା ପାଇଁ ଚଳିତ ବର୍ଷ ପର୍ଯ୍ୟାୟ କ୍ରମେ ଇଲେକ୍ଟ୍ରୋନିକ ମୋଡରେ ଫେସଲେସ ଆକଳନ ଯୋଜନାର ଶୁଭାରମ୍ଭ କରାଯାଉଛି। ଏହା ଫଳରେ କୌଣସି ମାନବୀୟ ଦଖଲ ଏଥିରେ ରହିବ ନାହିଁ। କୌଣସି ନିର୍ଦ୍ଦିଷ୍ଟ କାରବାରର ଆବଶ୍ୟକୀୟ ଯାଂଚ ଏବଂ ଅସାମଞ୍ଜସ୍ୟ ଦୂର କରିବା ପାଇଁ ଏହି ଇ ଆକଳନକୁ ପ୍ରାରମ୍ଭିକ ଭାବେ କାର୍ଯ୍ୟକାରି କରାଯିବ।

ନିର୍ବାଚିତ ଘଟଣା ଗୁଡିକୁ ଯାଂଚ କରାଯିବା ପାଇଁ ଆକଳନ ୟୁନିଟ୍ ଗୁଡିକୁ ବିକ୍ଷିପ୍ତ ଭାବେ ପ୍ରଦାନ କରାଯିବ ଏବଂ ଏକ କେନ୍ଦ୍ରୀୟ ସେଲ ମାଧ୍ୟମରେ ଇଲେକ୍ଟ୍ରୋନିକ ପଦ୍ଧତି ମାଧ୍ୟମରେ ନୋଟିସ ପ୍ରଦାନ କରାଯିବ, ଯେଉଁଥିରେ କି ଆକଳନ କରିଥିବା ପଦାଧିକାରୀଙ୍କ ନାମ, ପଦବୀ ତଥା ସ୍ଥାନ ପ୍ରକାଶ କରାଯିବନାହିଁ। “କରଦାତା ଓ ବିଭାଗ ମଧ୍ୟରେ କେନ୍ଦ୍ରୀୟ ସେଲ ଯୋଗାଯୋଗର ଏକମାତ୍ର ବିନ୍ଦୁ ହେବ। ଆକଳନର ଏହି ନୂତନ ଯୋଜନା ଫଳରେ ଆୟକର ବିଭାଗର ପରିଚାଳନାରେ ଏକ ବଡ ପରିବର୍ତ୍ତନ ଆସିପାରିବ, ” ବୋଲି ଅର୍ଥମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.