Home Top News ଫେସବୁକ୍ ଡାଉନ୍ : ଫେସବୁକ୍ ମେସେଞ୍ଜର ଏବଂ ଇନଷ୍ଟାଗ୍ରାମ ବ୍ୟବହାରକାରୀ ହେଲେ ଚିନ୍ତିତ, ଦୁନିଆର ଅନେକ...

ଫେସବୁକ୍ ଡାଉନ୍ : ଫେସବୁକ୍ ମେସେଞ୍ଜର ଏବଂ ଇନଷ୍ଟାଗ୍ରାମ ବ୍ୟବହାରକାରୀ ହେଲେ ଚିନ୍ତିତ, ଦୁନିଆର ଅନେକ ଦେଶରେ ଦେଖାଗଲା ଏହି ସମସ୍ୟା

35

ନୂଆ ଦିଲ୍ଲୀ ୧୦-୧୨ (ଓଡ଼ିଆ ପୁଅ) ଫେସବୁକ୍ ଏବଂ ଏହାର ଆପ୍ଲିକେସନ, ମେସେଞ୍ଜର ଏବଂ ଇନଷ୍ଟାଗ୍ରାମ କେତେକ ସ୍ଥାନରେ ଜାଉନ୍ ହେବାର ରିପୋର୍ଟରୁ ପ୍ରକାଶ। ଏ ନେଇ ଅନେତ ୟୁଜର୍ସଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଦୁନିଆର ଅନେକ ୟୁଜର୍ସ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ଫେସବୁକ୍ ଏବଂ ଇନ୍ଷ୍ଟାଗ୍ରାମ କାମ କରିବା ବନ୍ଦ କରି ଦେଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମେସେଞ୍ଜର ସହିତ ସମସ୍ୟା ବିଷୟରେ ଅଭିଯୋଗ କରୁଥିବାବେଳେ କେତେକ ବ୍ୟବହାରକାରୀ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଆପ୍ ସହିତ ମଧ୍ୟ ସମସ୍ୟା ଦେଖାଦେଇଥିବା ପ୍ରକାଶ କରିଛନ୍ତି। ଯଦିଓ, ଏହି ସମସ୍ୟା ସମସ୍ତ ଉପଭୋକ୍ତାଙ୍କୁ ପ୍ରଭାବିତ କରିନାହିଁ, କିନ୍ତୁ ପର୍ଯ୍ୟାପ୍ତ ସଂଖ୍ୟକ ଲୋକ ଏହାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଅବଶ୍ୟ ଫେସବୁକ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିନାହିଁ।

ଅନ୍ଲାଇନ୍ ଅଟୋଜ୍ ଟ୍ରାକର୍ ଡାଉନ୍ ଡିଟେକ୍ଟର ଅନୁଯାୟୀ, ଭାରତୀୟ ସମୟ ଅପରାହ୍ନ ପ୍ରାୟ ୩ ଟା ସମୟରେ ହଠାତ୍ ଅଭିଯୋଗ ବୃଦ୍ଧି ପାଇଥିଲା। ରିପୋର୍ଟ ଅନୁଯାୟୀ, ଜାପାନ ଏବଂ ୟୁରୋପରେ ଏହି ସମସ୍ୟା ଆରମ୍ଭ ହୋଇଥିଲା ଏବଂ ଖୁବ୍ ଶୀଘ୍ର ଏହାର ପ୍ରଭାବ ଭାରତର ଉପଭୋକ୍ତାମାନଙ୍କ ଉପରେ ମଧ୍ୟ ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.