Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ‘କାରାଗାର ସ୍ଥାପନ ଦିବସ’ ପାଳିତ

ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ‘କାରାଗାର ସ୍ଥାପନ ଦିବସ’ ପାଳିତ

34

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସରେ ରାଜ୍ୟରେ ‘କାରାଗାର ସ୍ଥାପନ ଦିବସ’ ପାଳିତ ହେବାର ନିଷ୍ପତ୍ତି ନିଆଯିବା ପରେ ଆଜି ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର ପରିସରରେ ଏହି ଉତ୍ସବ ପାଳିତ ହୋଇଛି । ଏହି ନିରାଡମ୍ବର ଉତ୍ସବରେ କାରାରକ୍ଷୀ ଓ ଅନ୍ତେବାସୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଇ ବିଜେତାମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତା ମଧ୍ୟରେ କ୍ୟାରମ୍‌, ବକ୍ତୃତା, ଦେଶାତ୍ମବୋଧକ ସଂଗୀତ, ପ୍ରବନ୍ଧ ଓ ମହିଳା ବନ୍ଦୀମାନଙ୍କ ମଧ୍ୟରେ ଝୋଟି, ମ୍ୟୁଜିକ୍ ଚେୟାର, ହୁଳହୁଳି ଏବଂ କର୍ମଚାରୀମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜେତାମାନଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଏବେ ଏହି ଉପକାରାଗାରରେ ୩୩୦ ଜଣ ପୁରୁଷ ଅନ୍ତେବାସୀ ଥିବାବେଳେ ୨୨ ଜଣ ସଜା କାଟୁଥିବାବେଳେ ୨୨ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି । ଅନୁଷ୍ଠିତ କ୍ୟାରମ୍ ପ୍ରତିଯୋଗିତା ପାଇଁ ମୁନା ସୋରି ଓ ହରିଶ ମହାନ୍ତି, ସଂଗୀତରେ ହିମାଂଶୁ ସାହୁ, ବକ୍ତୃତାରେ ଚକ୍ରଧର ସେଠୀ, ପ୍ରବନ୍ଧରେ ଜ୍ୟୋତିପ୍ରକାଶ ଜେନା ପ୍ରମୁଖ ବିଜୟୀ ହୋଇ ପୁରସ୍କୃତ ହୋଇଥିବବେଳେ ମହିଳାମାନଙ୍କ ମଧ୍ୟରେ ଝୋଟିରେ ଇତିଶ୍ରୀ ପତି ଓ ସାନ୍ତ୍ୱନା ମୂଳକ ଭାବେ ଶାନ୍ତିଲତା ଅଧିକାରୀ, ରୀନାମଣି ଓ ବାସନ୍ତୀ ବାରିକଙ୍କୁ ପୁରସ୍କୃତ କରାଯାଇଥିଲା । କାରାରକ୍ଷୀମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପାଇଁ ସତ୍ୟବ୍ରତ ବାରିକ, ସୁନାରାମ ମହାନ୍ତ, ରତ୍ନାକର ସେଠୀ, ବଳଦେବ ମହାନ୍ତି ଓ ଅମୂଲ୍ୟ ପାତ୍ରଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଶୃଙ୍ଖଳା ପାଇଁ କାରାରକ୍ଷୀ ଅଭୟ ପଟ୍ଟନାୟକ ଓ ବନ୍ଦୀ ସଂଜୟ କୁମାର ମଳିକଙ୍କୁ ସମ୍ମାନିତ କରାଯାଇଥିଲା । କରୋନା ସମୟରେ ଅନ୍ତେବାସୀମାନଙ୍କର ଉତ୍ତର ସ୍ୱାସ୍ଥ୍ୟସେବା ଓ ଉପଯୁକ୍ତ ସାନିଟାଇଜେସନ୍ ପାଇଁ ଜେଲ୍ ଫାର୍ମାସିଷ୍ଟ ଜନ୍ମେଜୟ ମହାନ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜେଲ୍ ପରିସରରେ ଅନ୍ତେବାସୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ୟାଣ୍ଟିନ୍ ଉଦ୍‌ଘାଟନ ହୋଇଥିଲା । କରୋନା କଟକଣା ମଧ୍ୟରେ ସାମାଜିକ ଦୂରତା ବଜାୟ ରଖି ପାଳିତ ହୋଇଥିବା ଏହି ଉତ୍ସବରେ ଜେଲ୍ ଅଧୀକ୍ଷକ କୁଆଁର ମାରାଣ୍ଡି, କାରାପାଳ ଦିଲେଶ୍ୱର ଜେନା, ସହକାରୀ ଉପ-କାରାରକ୍ଷୀ ହେମନ୍ତ କୁମାର ସିଂହ, କାରାରକ୍ଷୀ ବଳଦେବ ମହାନ୍ତି, ସୁନାରାମ ମାହାନ୍ତ, ଜମାଦାର ବଳଦେବ ମହାନ୍ତି, ପ୍ରଦୀପ ରାମ, ଭଗବାନ ସେନାପତି, ସଂଜିତ ନାୟକ ଓ ଅମୂଲ୍ୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.