Home ଅପରାଧ ୧୮ ବର୍ଷୀୟ ଯୁବତୀକୁ ଅପହରଣ ପରେ ଚଳନ୍ତା କାରରେ ଗଣଦୁଷ୍କର୍ମ

୧୮ ବର୍ଷୀୟ ଯୁବତୀକୁ ଅପହରଣ ପରେ ଚଳନ୍ତା କାରରେ ଗଣଦୁଷ୍କର୍ମ

779

ପାଟନା ୧୬-୯ (ଓଡ଼ିଆ ପୁଅ) : ବିହାରର ପଶ୍ଚିମ ଚମ୍ପାରଣରେ ଜଣେ ୧୮ ବର୍ଷୀୟ ଯୁବତୀକୁ ଅପହରଣ ଏବଂ ଗଣ ବଳାତ୍କାର କରିବା ଅଭିଯୋଗରେ ଚାରିଜଣ ଯୁବକଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଛି। ଏହି ଘଟଣାର ସୂଚନା,  ଶନିବାରଦିନ ପୀଡ଼ିତା ପୁଲିସକୁ ଦେଇଛି।

ଗଣମାଧ୍ୟମ ରିପୋର୍ଟ ସୂତ୍ରରୁ କୁହାଯାଉଛିଯେ, ପୀଡ଼ିତା ମୁଜଫ୍ଫରପୁର ଆଶ୍ରୟ ଗୃହରୁ ପୂର୍ବରୁ ଉଦ୍ଧାର କରାଯାଇଥିଲା ଏବଂ ସେ ବେତିୟା ସହର ଥାନା ଅନ୍ତର୍ଗତ ନିଜର ସମ୍ପର୍କୀୟଙ୍କ ସହିତ ରହୁଥିଲା।

ଏହି ଘଟଣାର ସୂଚନା ମିଳିବା ପରେ, ରବିବାରଦିନ ପୁଲିସ ଯୁବତୀର ଡାକ୍ତରୀ ପରୀକ୍ଷା କରାଇଛି ବୋଲି ବେତିୟା ନଗର ଥାନାର ଏସଏଚଓ କହିଛନ୍ତି।

କ’ଣ ପୀଡ଼ିତାକୁ ପୂର୍ବରୁ ଆଶ୍ରୟ ଗୃହରୁ ଉଦ୍ଧାର କରାଯାଇଥିଲା ବୋଲି ପଚରାଯିବାରୁ, ପୁଲିସ ଏହା ଉପରେ ଟିପ୍ପଣୀ ଦେବାକୁ ମନା କରିଥିଲା।

ପୀଡ଼ିତା ଦ୍ଵାରା ଦିଆଯାଇଥିବା ବୟାନ ଆଧାରରେ ପୁଲିସ ଏକ ପ୍ରାଥମିକ ରିପୋର୍ଟ (ଏଫଆଇଆର) ରେକର୍ଡ କରିଛି ଏବଂ ମେଡିକାଲ ରିପୋର୍ଟ ଅପେକ୍ଷାରେ ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.