Home ଓଡ଼ିଶା ପିଏମ କେୟାର୍ସ ପାଣ୍ଠିକୁ ୨.୫ କୋଟି ଟଙ୍କା ପ୍ରଦାନ କଲେ ଇପିଏଫଓ କର୍ମଚାରୀ

ପିଏମ କେୟାର୍ସ ପାଣ୍ଠିକୁ ୨.୫ କୋଟି ଟଙ୍କା ପ୍ରଦାନ କଲେ ଇପିଏଫଓ କର୍ମଚାରୀ

59

ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପିଏମ କେୟାର୍ସ ପାଣ୍ଠିକୁ ସ୍ଵେଚ୍ଛାକୃତ ଭାବେ ଗୋଟିଏ ଦିନର ଦରମା ପ୍ରାୟ ୨.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଇପିଏଫଓ ବିଶ୍ଵର ସର୍ବବୃହତ ସାମାଜିକ ସୁରକ୍ଷା ସଂସ୍ଥା। କୋଭିଡ-୧୯ ମହାମାରୀର ମୁକାବିଲାରେ ଏହା ସରକାରଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇଦେଉଛି। ଇପିଏଫଓର ଅଧିକାରୀ ଓ କର୍ମଚାରୀମାନେ ଇପିଏଫ ଉଠାଣ ଦାବି ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କୋଭିଡ-୧୯ ଦାବିର ପ୍ରୋସେସିଂକୁ ତ୍ୱରାନ୍ୱିତ କରିବା ଲାଗି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.