Home ଓଡ଼ିଶା ପ୍ରସିଦ୍ଧ ଭାଓଲିନ୍ ବାଦକ ପଦ୍ମବିଭୂଷଣ ଟିନ୍ କୃଷ୍ଣନ୍ ଙ୍କ ୯୨ ବର୍ଷ ବୟସରେ ଦେହାନ୍ତ

ପ୍ରସିଦ୍ଧ ଭାଓଲିନ୍ ବାଦକ ପଦ୍ମବିଭୂଷଣ ଟିନ୍ କୃଷ୍ଣନ୍ ଙ୍କ ୯୨ ବର୍ଷ ବୟସରେ ଦେହାନ୍ତ

83

ଚେନ୍ନାଇ: ୩, ନଭେମ୍ବର (ଓଡ଼ିଆ ପୁଅ) ୯୨ ବର୍ଷ ବୟସରେ ଭାଓଲିନ ବାଦକ ପଦ୍ମବିଭୂଷଣ ଟିନ୍ କୃଷ୍ଣନ୍ ଙ୍କ ୯୨ ବର୍ଷ ବୟସରେ ଦେହାନ୍ତ ଦୋଇଛି। ତାଙ୍କର ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ସଙ୍ଗୀତ ଜଗତର ଅନେକ ବରିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକଟ କରିଛନ୍ତି। ବୃଦ୍ଧାବସ୍ଥା କାରଣରୁ ସୋମବାର ତାଙ୍କର ଦେହାନ୍ତ ହୋଇଛି। କୃଷ୍ଣନଙ୍କ ପତ୍ନୀ ଏବଂ ଦୁଇ ସନ୍ତାନ ଅଛନ୍ତି।

ତ୍ରିପୁନିଥୁରା ନାରାୟଣୟର୍ କୃଷ୍ଣନ୍ ତାଙ୍କ ବାପାଙ୍କ ଅଧୀନରେ ଅଳ୍ପ ବୟସରେ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ଏବଂ ୧୧ ବର୍ଷ ବୟସରେ ତାଙ୍କର ପ୍ରଥମ ସଙ୍ଗୀତ ମଞ୍ଚସ୍ଥ କରିଥିଲେ।

୧୯୨୮ ମସିହାରେ କେରଳରେ ଜନ୍ମଗ୍ରହଣ କରିଥିବା କୃଷ୍ଣନ୍ ୧୯୪୦ ଦଶକ ପୂର୍ବରୁ ଚେନ୍ନାଇକୁ ସ୍ଥାନାନ୍ତରିତ ହୋଇଥିଲେ।

ପଦ୍ମ ବିଭୂଷଣ ଏବଂ ସଙ୍ଗୀତ ଏକାଡେମୀର ସଂଗୀତ କଳାନିଧି ସମେତ ଅନେକ ପୁରସ୍କାର ପ୍ରାପ୍ତ କୃଷ୍ଣନ୍ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ମ୍ୟୁଜିକ୍ ଆଣ୍ଡ ଫାଇନ ଆର୍ଟ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.