Home Coronavirus Outbreak ଭଦ୍ରକ ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଲାଗିଲା ୮ଟି ଭେଣ୍ଟିଲେଟର: ଧନ୍ୟବାଦ ଜଣାଇଲେ ବିଜେପି ମହିଳା ମୋର୍ଚ୍ଚା...

ଭଦ୍ରକ ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଲାଗିଲା ୮ଟି ଭେଣ୍ଟିଲେଟର: ଧନ୍ୟବାଦ ଜଣାଇଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ

44

ଭଦ୍ରକ: କରୋନା ମହାମାରୀ ଦୂତୀୟ ଲହର ସଂକ୍ରମଣକୁ ନେଇ ଆଜି ସମସ୍ତେ ଆତଙ୍କିତ। ପ୍ରତ୍ୟେକ ଦିନ ଅନେକ ଚିହ୍ନା ମୁହଁ, ବନ୍ଧୁ, ଆତ୍ମୀୟ ସ୍ୱଜନଙ୍କୁ ଆମେ ହରାଉଛେ। ମନ ବିଚଳିତ ହୋଇଯାଉଛି। ସବୁ ସ୍ତରରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରୀ ରହିଛି। କିନ୍ତୁ, ଏହା ମଧ୍ୟ ସତ୍ୟ ଯେ ଅକ୍ସିଜେନର ବ୍ୟବସ୍ଥା ହେଉ କି ଭେଣ୍ଟିଲେଟର ବ୍ୟବସ୍ଥା ବା ବେଡ୍ ମିଳିବା କଥା ବା ଚିକିତ୍ସା ମିଳିବା ଭଳି ଆନୁସଙ୍ଗିକ ବ୍ୟବସ୍ଥାରେ ଅନେକ ତୃଟି ବିଚ୍ୟୁତି ରହୁଛି। ଭଦ୍ରକ ହେଉ କି ରାଜ୍ୟର ଯେ କୌଣସି ସ୍ଥାନ ହେଉ ସେହି ସମାନ ସମସ୍ୟା। ଏହାର କାରଣ, ପ୍ରଥମରୁ ହିଁ ଏ’ ସବୁ ଦିଗରେ ଭିତ୍ତିଭୂମିର ବ୍ୟବସ୍ଥା ନାହିଁ। ରାଜ୍ୟ ସରକାର ଏଥିପାଇଁ ସଂପୂର୍ଣ୍ଣ ଭାବରେ ଦାୟୀ। କିନ୍ତୁ, ଏବେ ରାଜନୀତି କରିବାର ସମୟ ନୁହେଁ। ଏମିତିରେ ଭଦ୍ରକ ଜିଲ୍ଲା ମେଡିକାଲର ଡାକ୍ତରମାନଙ୍କୁ ଦୋଷାରୋପ କରିଦେବା ଠିକ୍ ନୁହଁ। ସେମାନେ ବା କରିବେ କଣ? ମୂଳ ବ୍ୟବସ୍ଥାରେ ତ’ ରହିଛି ତୃଟି। ଭଦ୍ରକ ମେଡିକାଲ ଡାକ୍ତରମାନେ ଯଦି ସହଯୋଗ କରୁନଥାନ୍ତେ, ତେବେ ସେମାନଙ୍କ ମଧ୍ୟରୁ ଏକାଧିକ ଡାକ୍ତର କୋଭିଡ୍ ପିଜେଟିଭ୍ ଚିହ୍ନଟ ହୋଇନଥାନ୍ତେ। ସେମାନେ ଦିନରାତି ଆମରି ସେବାରେ ହିଁ ଲାଗିଛନ୍ତି। ଆମ ପରି ସେମାନଙ୍କର ମଧ୍ୟ ଜୀବନ ଅଛି, ପରିବାର ଅଛି ଓ ସଂସାର ଅଛି ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ। ତେବେ ଏ’ ଭିତରେ କିଛିଟା ଆସ୍ୱସ୍ତିର କଥା ଭଦ୍ରକ ଜିଲ୍ଲା କୋଭିଡ୍ ହସ୍ପିଟାଲରେ ୮ଟି ଭେଣ୍ଟିଲେଟର ଲଗାଯାଇଛି। ଏ’ ନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆବଶ୍ୟକତାକୁ ଅନୁଭବ କରି ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଥିବାରୁ ଧନ୍ୟବାଦ ଜଣାଇବା ସହ ଅଧିକ ପରିମାଣରେ ଅକ୍ସିଜେନ ଏବଂ ବେଡ୍ ବ୍ୟବସ୍ଥା ଏବଂ ଟିକାକରଣର ସୁବ୍ୟବସ୍ଥା କରାଇବାକୁ ଦାବୀ କରିଛନ୍ତି ହରପ୍ରିୟା ସାହୁ। ନିକଟରେ ମାନନୀୟ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଏକ ନିବେଦନ କରି କହିଥିଲେ “ଭଦ୍ରକ ଜିଲ୍ଲାର ସମସ୍ତ ସଚେତନ ନାଗରିକ ମାନଙ୍କୁ ମୋର ବିନମ୍ର ଅନୁରୋଧ, ସାମ୍ପ୍ରତିକ ବିଶ୍ୱ ମହାମାରୀ କରୋନାରୁ ମୁକ୍ତ ହେବା ପାଇଁ ପ୍ରଥମେ ଆମେ ନିଜକୁ ନିଜେ ସଚେତନ ହେବା। ଆମମାନଙ୍କୁ ଏହି ବିପଦ ସମୟରେ ସାହାଯ୍ୟ, ସହଯୋଗ କରିବା ପାଇଁ ଯେଉଁ ସରକାରୀ ଅଧିକାରୀମାନେ ଆମମାନଙ୍କୁ ଶୃଙ୍ଖଳିତ ହେବା ନେଇ ବାରଣ କରୁଛନ୍ତି, ତାହାକୁ ଆମେ ମାନିବା ଉଚିତ୍। ଆମ ପରି ସରକାରୀ ଅଧିକାରୀ ମାନଙ୍କର ମଧ୍ୟ ଜୀବନ ଅଛି, ପରିବାର ଅଛି ଓ ସଂସାର ଅଛି। ବାସ୍ତବ କଥା, ଆମେ ଭଦ୍ରକବାସୀ ସ୍ୱାସ୍ଥ୍ୟ ବିଭାଗ ହେଉ ବା କେନ୍ଦ୍ର ସରକାର କିିମ୍ବା ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସନର ଗାଇଡଲାଇନ୍ ମାନିବା। କରୋନା ବିରୋଧରେ ସମସ୍ତେ ମିଳିମିଶି ଲଢ଼ିବା, ଆଉ ଜିତିବା ବୋଲି କହିଛନ୍ତି ହରପ୍ରିୟା ସାହୁ।

କୋଭିଡ୍- ୧୯ ମହାମାରୀ; ଏକ ବିନମ୍ର ନିବେଦନ: ବିଷ୍ଣୁ ସେଠୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.