Home ଅପରାଧ ଦାଉଦର ବନ୍ଧୁ କଂଗ୍ରେସର ବନ୍ଧୁ: ଦେଶର ନଂ-୧ ଶତୃ, ଡି- ଲିଙ୍କରେ ଥିଲେ ୟୁପିଏ ସରକାର...

ଦାଉଦର ବନ୍ଧୁ କଂଗ୍ରେସର ବନ୍ଧୁ: ଦେଶର ନଂ-୧ ଶତୃ, ଡି- ଲିଙ୍କରେ ଥିଲେ ୟୁପିଏ ସରକାର ମନ୍ତ୍ରୀ!

671

ନୂଆଦିଲ୍ଲୀ: ଭାରତର ଏକ ନମ୍ବର ଶତୃ ଅଣ୍ଡର ୱାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ ସହିତ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟର ଜଣେ ମନ୍ତ୍ରୀଙ୍କର ସଂପର୍କ ଥିବା ଘଟଣା ସାମ୍ନାକୁ ଆସିଛି।ସେ ହେଲେ କଂଗ୍ରେସ ସହଯୋଗୀ ଏନସିପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲ।ଦାଉଦର ଘନିଷ୍ଠ ସହଯୋଗୀ ଇକବାଲ୍ ମେନନ ମିର୍ଚ୍ଚି ସହିତ ପ୍ରଫୁଲ ପଟେଲଙ୍କ ଏକ ପ୍ରପୋଟି ଡିଲ୍ ହୋଇଥିବା ଜଣାପଡ଼ିଛି।ଇକବାଲ ମିର୍ଚ୍ଚିର ୨୦୧୩ ମସିହାରେ ମୃତ୍ୟୁ ହୋଇସାରିଛି।ସୂଚନା ମୁତାବକ ୨୦୦୭ ମସିହାରେ ଇକବାଲ ମିର୍ଚ୍ଚି, ମିଲେନିୟମ ଡେଭଲ୍ପର ଏବଂ ପ୍ରଫୁଲ ପଟେଲଙ୍କ ମଧ୍ୟରେ ମୁମ୍ବାଇର ସିଜୟ ହାଉସ ସମ୍ପତ୍ତି ସମ୍ବଦ୍ଧରେ ସିଧା ସଂପର୍କ ରହିଛି।କିଣା ବିକାରେ ଇକବାଲ ମେନନ ମିର୍ଚ୍ଚିର ପତ୍ନୀ ହଜରା ମେନନ ମିର୍ଚ୍ଚି ଏବଂ ପ୍ରଫୁଲ ପଟେଲଙ୍କ ହସ୍ତାକ୍ଷର ରହିଛି।ପ୍ରଫୁଲ ପଟେଲ ସିଜୟ ହାଉସରେ ଦୁଇଟି ଫ୍ଲାଟର ମାଲିକ ଏବଂ ମିଲେନିୟମ ଡେଭଲ୍ପର୍ସ ପ୍ରାଇଭେଟ ଲିମିଟେଡର ସେୟାର୍ ହୋଲ୍ଡର ଅଛନ୍ତି।ଏନ୍ଫୋର୍ସମେଣ୍ଟ ଡିରେକ୍ଟୋରେଟ୍ (ଇଡି) ଏବେ ପ୍ରଫୁଲ ପଟେଲଙ୍କୁ ଜେରା କରିବାର ସମ୍ଭାବନା ରହିଛି।ସୂଚନାଯୋଗ୍ୟ ଇକବାଲ ମିର୍ଚ୍ଚିର ପରିବାର ନାମରେ ଭାରତ ସମେତ ଲଣ୍ଡନରେ ଅନେକ ସମ୍ପତ୍ତି ରହିଛି।ମୁମ୍ବାଇ ବୋମା ବିଷ୍ଫୋରଣ ଘଟଣାରେ ମାଷ୍ଟର ମାଇଣ୍ଡ ଦାଉଦ ଈବ୍ରାହିମ ସହିତ ତା’ର ଘନିଷ୍ଠ ସହଯୋଗୀ ଇକବାଲ ମିର୍ଚ୍ଚିର ମଧ୍ୟ ସଂପୃକ୍ତି ଥିଲା।୧୯୯୩ ମସିହାରେ ମୁମ୍ବାଇରେ ୧୨ଟି ସିରିଏଲ ବୋମା ବିଷ୍ଫୋରଣ ଘଟି ୨୫୭ ଲୋକଙ୍କର ମୃତ୍ୟୁ ଘଟିଥିଲା।ଏବେ ପ୍ରଫୁଲ ପଟେଲଙ୍କର ରାଷ୍ଟ୍ର ବିରୋଧୀଙ୍କ ସହିତ ସଂପର୍କ ଘଟଣାକୁ ନେଇ ବିଜେପି ଏନସିପି ସମେତ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛି।ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ: ସମ୍ବିତ ପାତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.