Home ଓଡ଼ିଶା ବନ୍ଧୁକ ଦେଖାଇ ଲୁଟ

ବନ୍ଧୁକ ଦେଖାଇ ଲୁଟ

197

କୁଆଁରମୁଣ୍ଡା,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ବନ୍ଧୁକ ମୁନରେ ଲୁଟି ନେଇଥିଲେ ପ୍ରାୟ ୧୧ ଲକ୍ଷ ଟଙ୍କା । ଏହି ଘଟଣା ଆଜି ରାଉରକେଲାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ,ଏକ ଘରୋଇ ସଂସ୍ଥାର ବୋଲେରୋରେ ବ୍ଳକ୍ କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀ ଟଙ୍କା ନେଇ କାର୍ଯ୍ୟାଳୟକୁ ଆସୁଥିଲେ । ସେମାନଙ୍କ ସହିତ ଗାଡ଼ି ଡ୍ରାଇଭର ଓ ଜଣେ ସୁରକ୍ଷାକର୍ମୀଙ୍କୁ ମିଶାଇ ମୋଟ ୪ ଜଣ ଥିଲେ।ତେବେ ସକାଳ ପ୍ରାୟ ୭ଟା ବେଳେ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୫ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ସେମାନେ ପ୍ରଥମେ ଗୁଳି ଚଳାଇ ସେମାନଙ୍କୁ ଭୟଭୀତ କରିଥିଲ ଓ ତା’ ପରେ ଟଙ୍କା ନେଇ ଯାଇଥିଲେ। ସେମାନେ ବୋଲେରୋରେ ବସିଥିବା ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହିତ ତାଙ୍କ ବନ୍ଧୁକ ଭାଙ୍ଗି ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.