Home ଆନ୍ତର୍ଜାତୀୟ ପାକିସ୍ଥାନରେ ଭୂମିକମ୍ପ; ଭାରତରେ ଝଟକା

ପାକିସ୍ଥାନରେ ଭୂମିକମ୍ପ; ଭାରତରେ ଝଟକା

242

ନୂଆଦିଲ୍ଲୀ: ପାକିସ୍ଥାନର ରାଓ୍ଵଲପିଣ୍ଡି ନିକଟରେ ଭୂମିକମ୍ପ ହୋଇଛି।ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି।ଏବଂ ଏହି ଭୂକମ୍ପ ଝଟକା ପ୍ରାୟ ୪ଟା ୩୫ ମିନିଟରେ ଅନୁଭୂତ ହୋଇଛି।ସୂଚନା ଅନୁଯାୟୀ ପାକିସ୍ଥାନର ଜାଟଲାନ ଅଞ୍ଚଳ ଭୂକମ୍ପର କେନ୍ଦ୍ର ଥିଲା।ଏହା ଲାହୋରଠୁ ପ୍ରାୟ ୧୭୩ କିମି ଦୂରରେ ଅବସ୍ଥିତ।

ଏହି ଭୂକମ୍ପର ଝଟକା କଶ୍ମୀର ସମେତ ଦିଲ୍ଲୀ ଏନସିଆରରେ ମଧ୍ୟ ଅନୁଭୂତ ହୋଇଛି।ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ଏବଂ ଲୋକେ ନିଜ ନିଜର ଅଫିସ ଓ ଘରୁ ବାହାରି ଯାଇଛନ୍ତି।ଭୂକମ୍ପର ଝଟକା ହରିୟାଣା, ହିମାଚଳ ପ୍ରଦେଶ, ପଞ୍ଜାବର ଅମୃତସର, ଲୁଧିଆନା, ଚଣ୍ଡିଗଡ଼, ଗୁରୁଦାସପୁର, ହରିୟାଣା ଗୁରୁଗ୍ରାମରେ ମଧ୍ୟ ଅନୁଭବ କରାଯାଇଛି। ପଶ୍ଚିମ ଉତ୍ତର ପ୍ରଦେଶର ଗାଜିଆବାଦ ଓ ମେରଠରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି।ପ୍ରାରମ୍ଭିକ ଖବର ମୁତାବକ ଭୂକମ୍ପରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ।୨୦୦୫ରେ ମଧ୍ୟ ଜାମ୍ମୁ-କାଶ୍ମୀରରେ ଏମିତି ଏକ ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.