Home ଆନ୍ତର୍ଜାତୀୟ ଶକ୍ତିଶାଳୀ ଭୂମିକମ୍ପରେ ପାକିସ୍ଥାନରେ ବ୍ୟାପକ କ୍ଷତି : ପାଞ୍ଚ ମୃତ ୫୦ ଆହତ – ସଡ଼କ...

ଶକ୍ତିଶାଳୀ ଭୂମିକମ୍ପରେ ପାକିସ୍ଥାନରେ ବ୍ୟାପକ କ୍ଷତି : ପାଞ୍ଚ ମୃତ ୫୦ ଆହତ – ସଡ଼କ କ୍ଷତିଗ୍ରସ୍ତ

280

ଇସ୍ଲାମାବାଦ ୨୪-୯ (ଓଡ଼ିଆ ପୁଅ) ମଙ୍ଗଳବାର ସଂଧ୍ୟା ୪.୩୩ ବେଳେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ପାକିସ୍ଥାନରେ ବ୍ୟାପକ କ୍ଷତି ହୋଇଛି। ପ୍ରାଥମିକ ଖବର ଅନୁସାରେ ଜଣେ ମହିଳା ସମେତ ପାଞ୍ଚଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଅନେକ ଜାଗାରେ ସଡ଼କ ଫାଟି ଯାଇଛି। ଲୋକ ନିଜର ଘରୁ ବାହରକୁ ବାହାରି ଆସିଛନ୍ତି।

ଭୂମିକମ୍ପରେ ପଞ୍ଜାବ, ଖେବର ପଖତୁନଖ୍ୱା ପ୍ରାନ୍ତ ଏବଂ ଇସ୍ଲାମାବାଦର ଅନେକ ଭାଗରେ ବଡ଼ ଝଟକା ଅନୁଭବ କରାଯୀଇଥିଲା। ୟୁନାଇଟେଡ ଷ୍ଟେଟ୍ସ ଜିଓଲୋଜିକଲ ସର୍ଭେ (USGS) ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ର ଗୁଲାମ କଶ୍ମୀରର ମୀରପୁର ଜାତଲାଂରେ ଥିଲା। ଏହି କ୍ଷେତ୍ର ଲାହୌରରୁ ଉତ୍ତର ପଶ୍ଚିମ ଦିଗରେ ୧୭୩ କିଲୋମିଟର ଦୂରରେ ଅବସ୍ଥିତ। ଏହି ଭୂମିକମ୍ପ ୧୦ ର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ବୋଲି କୁହାଯାଉଛି। ଏହା ପୂର୍ବରୁ ଏଠାରେ ୨୦୦୫ ରେ ମଧ୍ୟ ଭୂମିକମ୍ପ ଆସିଥିଲା, ଯେଉଁଥିରେ ବ୍ୟାପକ କ୍ଷତି ହୋଇଥିଲା।

ଜିଓ ଟିଭି ମୁତାବକ, ଭୂମିକମ୍ପ କାରଣରୁ ପାକିସ୍ତାନର ଇସ୍ଲାମାବାଦ, ରାୱଲପିଣ୍ଡି, ମୁର୍ରୀ, ଝେଲମ, ଚାରସଦ୍ଦା, ସ୍ଵାତ, ଖୈବର, ଏବଟାବାଦ, ବାଜୌର, ନୌଶେରା, ମନସେହରା, ବତ୍ତଗ୍ରାମ, ତୋଗର ଏବଂ କୋହିତାନରେ ବଡ଼ ମାତ୍ରାରେ ଝଟକା ଅନୁଭବ କରାଯାଇଛି। ଭୂମିକମ୍ପର କାରଣରୁ ପ୍ରଭାବିତ କ୍ଷେତ୍ରରେ ଘରୁ ବାହାକୁ ବାହାରି ଆସିଥିଲେ। ଅନେକ ଜାଗାରେ ଘର ଧ୍ଵସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ସଡ଼କ କ୍ଷତିଗ୍ରସ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.