Home ଓଡ଼ିଶା ଦିଲ୍ଲୀରେ ଭୂମିକମ୍ପ – ରିକ୍ଚର ସ୍କେଲରେ ୪.୬

ଦିଲ୍ଲୀରେ ଭୂମିକମ୍ପ – ରିକ୍ଚର ସ୍କେଲରେ ୪.୬

155

ନୂଆ ଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) ଦିଲ୍ଲୀ ଏନ୍‌ସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୦୯ ଟା ୦୮ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଚର ସ୍କେଲରେ ୪.୬ ଥିଲା ବୋଲି ଜଣାପଡ଼ିଛି। ଏହାର ଏପି ସେଣ୍ଟର ରୋହତକରେ ଥିଲା ବୋଲି କୁହାଯାଉଛି। କୌଣସି କ୍ଷୟକ୍ଷତି ହୋଇଥିବାଖବର ନାହିଁ। ଏଥିରେ ଭୟଭୀତ ନ ହେବାକୁ କୁହାଯାଇଛି। ଏହି ଭୂମିକମ୍ପ ଦିଲ୍ଲୀ, ନୋଇଡା, ହରିୟାଣା, ପଞ୍ଜାବରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ଏହା ପୂର୍ବରୁ ଗତ ୧୫ ତାରିଖରେ ଦିଲ୍ଲୀ ଏବଂ ଏନ୍‌ସିଆରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଚର ସ୍କେଲରେ ୨.୨ ଥିଲା। ଏହାର ଏପି ସେଣ୍ଟର ଦିଲ୍ଲୀର ଉତ୍ତର ପଶ୍ଚିମରେ ୧୩ କିମି ଦୂରରେ ଥିଲା।

ଗତ ଏକ ମାସ ମଧ୍ୟରେ ଦିଲ୍ଲୀରେ ୪ ଥର ମୃଦ୍ୟୁ ଭୂମିକମ୍ପ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.