Home ଅପରାଧ ବିଜେଡି ସାଂସଦଙ୍କ ଭାଇରାଲ୍ ଚାପୁଡ଼ା

ବିଜେଡି ସାଂସଦଙ୍କ ଭାଇରାଲ୍ ଚାପୁଡ଼ା

223

ଭୁବନେଶ୍ୱର/ବ୍ରହ୍ମପୁର: ବ୍ରହ୍ମପୁର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଭିତରେ ଲୁଚି ରହିଥିବା ତାଙ୍କର ଏକ ଭିନ୍ନ ରୂପ ସାମ୍ନାକୁ ଆସିଛି।ଶାନ୍ତ ଏବଂ ଭଦ୍ର ଜଣା ପଡ଼ୁଥିବା ସାଂସଦ ଚନ୍ଦ୍ରଶେଖର ତାଙ୍କର ଉଗ୍ର ରୂପ ଦେଖାଇଛନ୍ତି।ଏକ ସଭାରେ ସେ ତାଙ୍କର ଜଣେ କର୍ମୀଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି।ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।ଏବଂ ଏହାକୁ ନେଇ ଚନ୍ଦ୍ରଶେଖରଙ୍କୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ବିଜେଡି ପକ୍ଷରୁ ଆୟୋଜିତ ହେଉଥିଲା ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସମ୍ମିଳନୀ।ଏଠାରେ କଂଗ୍ରେସ ଏବଂ ବିଜେପି କର୍ମୀ ବିଜେଡିରେ ଯୋଗ ଦେଉଥିଲେ।ବିଜେଡିର ଅନ୍ୟାନ୍ୟ ନେତାମାନଙ୍କ ସହ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସୋରଡ଼ା ବିଧାୟକ ତଥା କର୍ଯ୍ୟକ୍ରମର ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଞ୍ଚ ଉପରେ ଉପସ୍ଥିତ ଥିଲେ।ବିଜେଡିରେ ଯୋଗ ଦେଉଥିବା ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରା ଯାଉଥିଲା।ତେବେ ଏହି ସମୟରେ ନୂଆ କରି ଦଳରେ ଯୋଗ ଦେବାକୁ ଆସିଥିବା ଜଣେ କର୍ମୀ ସଂଗ୍ରାମ କେଶରୀ ସାହୁଙ୍କୁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉତ୍ତରୀୟ ପିନ୍ଧାଇବାକୁ ଯିବା ବେଳେ କର୍ମୀ ଜଣଙ୍କ ଫୁଲ ମାଳଟି ଧରି ଚନ୍ଦ୍ରଶେଖର ସାହୁଙ୍କ ହାତକୁ ବଢ଼ାଇ ଦେଇଥିଲେ।ସେ ଚାହୁଁଥିଲେ, ଚନ୍ଦ୍ରଶେଖର ତାଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରନ୍ତୁ।କାରଣ ସଂପୃକ୍ତ କର୍ମୀ ଜଣଙ୍କ କଂଗ୍ରେସରେ ଥିଲେ ଏବଂ ଚନ୍ଦ୍ରଶେଖର ମଧ୍ୟ କଂଗ୍ରେସରେ ଥିଲେ।ତେଣୁ ସେ ବୋଧେ ଚାହୁଁଥିଲେ ତାଙ୍କ ନେତା ତାଙ୍କୁ ସ୍ବାଗତ କରନ୍ତୁ।କିନ୍ତୁ, ଚନ୍ଦ୍ରଶେଖର ତାଙ୍କୁ ସ୍ୱାଗତ କରିବେ କ’ଣ ଓଲଟି ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ।ବୋଧେ, କାଳେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଖରାପ ଭାବିବେ ଭାବି ଚନ୍ଦ୍ରଶେଖର ଏପରି କରିଛନ୍ତି ବୋଲି କୁହାଯାଉଛି।ଏବଂ ବିଚରା କର୍ମୀ ଜଣଙ୍କ ସାଂସଦଙ୍କ ଠାରୁ ଚାପୁଡ଼ା ଖାଇବା ପରେ ବିଧାୟକଙ୍କ ହାତରୁ ପୁଣି ଉତ୍ତରୀୟ ପିନ୍ଧିଥିଲେ।//ଦେବଦତ୍ତ ରଥ

https://www.facebook.com/609698619397032/videos/vb.609698619397032/3059671414046298/?type=2&theater

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.