Home Top News ବାଇକରେ ଯାଉଥିବା ପିଲାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ନୂଆ ନିୟମ

ବାଇକରେ ଯାଉଥିବା ପିଲାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ନୂଆ ନିୟମ

76

ନୂଆଦିଲ୍ଲୀ: ମୋଟର ବାହନ ଅଧିନିୟମ ଧାରା- ୧୨୯କୁ ମୋଟର ବାହନ (ସଂଶୋଧନ) ଅଧିନିୟମ-୨୦୧୯, ତାରିଖ ୦୯.୦୮.୨୦୧୯କୁ ସଂଶୋଧନ କରାଯାଇଛି। ଏହି ଧାରାର ଅନ୍ୟ ବ୍ୟବସ୍ଥା ହେଉଛି ମୋଟର ସାଇକେଲରେ ଯାଉଥିବା ପିଲା କିମ୍ବା ନିଆଯାଉଥିବା ୪ବର୍ଷ ବୟସରୁ କମ୍ ବୟସର ଯାଉଥିବା ପିଲାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ନିୟମର ବ୍ୟବସ୍ଥା କରିପାରିବେ। ମନ୍ତ୍ରଣାଳୟ ଜିଏସଆର- ୭୫୮(ଇ) ତାରିଖ ୨୧ ଅକ୍ଟୋବର, ୨୦୨୧ ଅନ୍ତର୍ଗତ ଚିଠା ନିୟମ ତିଆରି କରିଛନ୍ତି। ଯେଉଁଥିରେ ନିମ୍ନଲିଖିତ ସୁପାରିଶ କରାଯାଇଛି –

୧ – ୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ ମୋଟର ସାଇକେଲ ଚାଳକଙ୍କ ସହ ସଂଯୁକ୍ତ କରିବା ପାଇଁ ସୁରକ୍ଷା ଉପକରଣର ଉପଯୋଗ କରାଯିବ।
୨ – ଚାଳକ ଏହା ସୁନିଶ୍ଚିତ କରିବ ଯେ ତାଙ୍କ ପଛରେ ବସୁଥିବା ୯ ମାସରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁ ନିଜ କ୍ରେସ୍ ହେଲମେଟ୍ ପିନ୍ଧିବେ। ଯାହା ତାଙ୍କ ମୁଣ୍ଡରେ ଠିକ୍‌ଭାବେ ରହୁଥିବ କିମ୍ବା ସେମାନେ ଏମିତି ମୋଟର ସାଇକେଲ ହେଲମେଟ୍ ପିନ୍ଧିଥିବେ ଯାହା ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ଭାରତୀୟ ମାନକ ବ୍ୟୁରୋ ଅଧିନିୟମ- ୨୦୧୬ ଅନ୍ତର୍ଗତ ନିର୍ଦ୍ଧାରିତ ନିର୍ଦ୍ଦେଶ ଅନୁସାରେ [ASTM 1447]/ [ୟୁରୋପୀୟ (CEN)BS EN 1080/BS EN 1078]ର ଅନୁପାଳନ କରୁଥିବ।
୩ – ମୋଟର ସାଇକେଲ ପଛରେ ୪ବର୍ଷ ବୟସ୍କ ପିଲାଙ୍କୁ ବସାଇ ନିଆଯିବାବେଳେ ତାହାର ଗତି ଘଣ୍ଟା ପ୍ରତି ୪୦ କିଲୋମିଟରରୁ ଅଧିକ ହେବା ଅନୁଚିତ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.