Home Top News ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି : ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ମହାପ୍ରଭୁଙ୍କ ଦର୍ଶନ...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି : ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

75

ପୁରୀ ୨୭-୧୦ (ଓଡ଼ିଆ ପୁଅ) : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଜି ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶ୍ରୀଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳିରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶ୍ରୀଙ୍ଗାର କରାଯାଇଥାଏ। ଏଥିରେ ହିଙ୍ଗୁଳ, ହରିତାଳ, କସ୍ତୁରି, ନାଲି, ଧଳା, କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥାଏ। ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶ୍ରୀଙ୍ଗାର କରାଯାଇଥାଏ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆଜି ଅପରାହ୍ନରେ ପ୍ରାୟ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନ୍ନର୍ବାର ସମସ୍ତ ନୀତି କାନ୍ତି ଆରମ୍ଭ ହୋଇ ସାଧାରଣ ଦର୍ଶନ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.