Home ଓଡ଼ିଶା ମୁହଁ ଖୋଲିଲେ ଦିଲ୍ଲୀପ:ଡରିକି କିମ୍ବା ଚାମଚାଗିରୀ କରି ରାଜନୀତି କରି ପାରିବିନି;ମାଟି ଆଗ ପାର୍ଟି ପଛ

ମୁହଁ ଖୋଲିଲେ ଦିଲ୍ଲୀପ:ଡରିକି କିମ୍ବା ଚାମଚାଗିରୀ କରି ରାଜନୀତି କରି ପାରିବିନି;ମାଟି ଆଗ ପାର୍ଟି ପଛ

1569

ଭୁବନନେଶ୍ୱର: ଓଡ଼ିଶାରେ ଏ’ ଦଳ ବଦଳ ଗୋଳିଆ ରାଜନୀତି ଭିତରେ ବିଜେପି ଛାଡ଼ିଥିବା ଓଡ଼ିଶା ରାଜନୀତିର ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କର କ’ଣ ଯେ ଆଭିମୁଖ୍ୟ ରହିବ ତା’ ଉପରେ ସମସ୍ତଙ୍କର ନଜର ଥିଲା।ଦିଲ୍ଲୀପ କିନ୍ତୁ ମୌନ ଥିଲେ।ତେବେ,ଗୁରୁବାର ଦିନ ଦିଲ୍ଲୀପ ରାୟ ରାଉରକେଲା ଯାଇ ନିଜ ସମର୍ଥକ ମାନଙ୍କ ସହ ଆଲୋଚନା କରିବା ସହ ମୁହଁ ଖୋଲିଛନ୍ତି।

ଦିଲ୍ଲୀପ କହିଛନ୍ତି କ’ଣ କରିବି କ’ଣ ନାହିଁ, ସେ ନେଇ ମୁଁ ନିଜେ ଏକ ବଡ଼ ଦ୍ଵନ୍ଦ ଭିତରେ ରହିଛି।ରାଉରକେଲାରେ ଏୟାରପୋର୍ଟ, ସ୍ମାର୍ଟ ସିଟି, ପାସପୋର୍ଟ ଅଫିସ, ସୁପର ସ୍ପେଶାଲିଟ ହସ୍ପିଟାଲ ଏବଂ ଦୂତୀୟ ବ୍ରାହ୍ମଣୀ ସେତୁ ନେଇ ମୋର ପ୍ରାଥମିକତା ରହି ଆସିଛି।ଏୟାରପୋର୍ଟ ପାଇଁ ସବୁ କାମ ସରିଛି,କିନ୍ତୁ ପ୍ଲାଇଟ ଉଡ଼ି ପାରିଲା ନାହିଁ।ସେହିପରି ସୁପର ସ୍ପେଶାଲିଟ ହସ୍ପିଟାଲ ଏବଂ ଦୂତୀୟ ବ୍ରାହ୍ମଣୀ ସେତୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୋଟିଏ ବିଧାୟକ ହୋଇ ମଧ୍ୟ ୭ ଥର ସାକ୍ଷାତ କରିଛି।୨୧ ମାସ ହେଇଗଲା, କିନ୍ତୁ କାମ ହୋଇ ପାରିଲା ନାହିଁ।କାମ ପାଇଁ ୨୬୦ କୋଟି ଟଙ୍କା ଏଷ୍ଟିମେଟ ହୋଇଥିଲା।କିନ୍ତୁ କୁହାଯାଉଛି,ଏବେ କ’ଣ ୯୦/୧୦୦ କୋଟି ଟଙ୍କା ଆସିଛି।ଏକ ତୃତୀୟାଂଶ ଅର୍ଥ ଆସିବାକୁ ୫ ବର୍ଷ ଲାଗିଗଲା?ଏବଂ ସେତିକିର ବି କିଛି ପ୍ରମାଣ ନାହିଁ।ପ୍ରମାଣ ମାଗିଲେ,ଆଜି କାଲି କଥା କୁହାଯାଉଛି।ବିଜେପି ମତେ ବାରମ୍ବାର ଦଳରେ ପୁନଃ ଯୋଗ ଦେବାକୁ କହୁଛି।କିନ୍ତୁ କାହିଁକି ଛାଡିଥିଲି, ପୁଣି କାହିଁକି ଯୋଗ ଦେବି,ରାଉରକେଲା ବାସୀଙ୍କୁ ମୁଁ କ’ଣ ଉତ୍ତର ଦେବି?ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଆଲୋଚନା ଭିତରେ ଏ ସମସ୍ୟା ନେଇ ଜଣାଇଛି।

ବିଜେପିକୁ ଯାଇ ପାରୁନି,ବିଜେଡିକୁ ମଧ୍ୟ ଯାଇନି।”ମାଟି ଆଗ,ପାର୍ଟି ପଛ” ପାଇଁ ଦଳ ଛାଡ଼ିଛି।ରାଉରକେଲାରେ ସୁପର ସ୍ପେଶାଳିଟି ହସ୍ପିଟାଲ ଏବଂ ଦୂତୀୟ ବ୍ରାହ୍ମଣୀ ସେତୁ,ଏହି ଦୁଇଟି କାମ ମୋର ପ୍ରାଥମିକତା ରହି ଆସିଛି।ଏମପି, ଏମଏଲଏ ଥାଏ କି ନ’ ଥାଏ ଶେଷଯାଏଁ ସେଥିପାଇଁ ଲଢ଼ିବି।ଆବଶ୍ୟକ ପଡ଼ିଲେ ପ୍ରାଇଭେଟ ସ୍ତରରେ ସେହି କାମ କରିବାକୁ ଉଦ୍ୟମ କରିବି।କିନ୍ତୁ, ପ୍ରତିଶୃତି ଦେଇ ଯେଉଁ ଦଳ ବା ନେତା ଆମ କାମ କରି ନାହାଁନ୍ତି, ତାଙ୍କୁ ଆମେ ସମର୍ଥନ ଦେବା ନାହିଁ।ଏ’ ନେଇ ୮ ତାରିଖରେ ଏକ ଶେଷ ଆଲୋଚନା ବାକିଥିବା କହିବା ସହ ନିଜ ନାମରେ ହୋଇଥିବା ସିବିଆଇ କେଶ କଥା କହିଛନ୍ତି ଦିଲ୍ଲୀପ।୧୦୦ ବର୍ଷ ହେଲା ବନ୍ଦ ଥିବା ଏକ ଖଣିକୁ ବିହାର ବିଜେପିର ଜଣେ ସାଂସଦ ନେବାକୁ ଚାହୁଁଥିଲେ।ଏବଂ ଏ’ ନେଇ ମୋ ସହଯୋଗ ଲୋଡ଼ିଥିଲେ।ମୁଁ କେବଳ ପୁନଃ ବିଚାର ପାଇଁ ଲେଖିଥିଲି।ସେଥିପାଇଁ ମୋ ନାମରେ ସିବିଆଇ କେସ!କିନ୍ତୁ,ସେଥିପାଇଁ ମୁଁ ଡରିଯାଇ ନାହିଁ।ରାଉରକେଲା ପାଇଁ ମୋର କାମ ଜାରି ରହିବ।ମୁଁ କେବେ ଡରିକି କିମ୍ବା ଚାମଚାଗିରୀ କରି ରାଜନୀତି କରି ପାରିବି ନାହିଁ ବୋଲି କହିଛନ୍ତି ସ୍ୱାଭିମାନି ନେତା ଦିଲ୍ଲୀପ ରାୟ।//ଦେବଦତ୍ତ

https://twitter.com/odiapuanews/status/1113794705504882694

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.