Odiapua.com

ମହାଭାରତର କର୍ଣ୍ଣ ଭୂମିକାରେ ଦିଲ୍ଲୀପ ରାୟ !

ଭୁବନେଶ୍ୱର: କୁହାଯାଏ, ବନ୍ଧୁତା କରିବ ତ’ କୃଷ୍ଣଙ୍କ ପରି ବନ୍ଧୁ ଅଥବା କର୍ଣ୍ଣଙ୍କ ପରି ବନ୍ଧୁଙ୍କ ସହ ବନ୍ଧୁତା କରିବ।କୃଷ୍ଣ ଏପରି ଜଣେ ବନ୍ଧୁ ଥିଲେ ଯିଏ ମହାଭାରତ ଯୁଦ୍ଧରେ ସଖା ଅର୍ଜୁନଙ୍କ ପାଇଁ ପ୍ରତ୍ୟକ୍ଷ ଯୁଦ୍ଧ କରି ନ’ଥିଲେ, କି ନିଜେ ଅସ୍ତ୍ର ଧରି ନ’ଥିଲେ।କିନ୍ତୁ ଯୁଦ୍ଧରେ ଅର୍ଜୁନ ତଥା ପାଣ୍ଡବଙ୍କର ବିଜୟ ସୁନିଶ୍ଚିତ କରାଇଥିଲେ କୃଷ୍ଣ।ସେହିପରି ଆଉ ଜଣେ ବନ୍ଧୁ ଥିଲେ କର୍ଣ୍ଣ।ଦୁର୍ଯ୍ୟୋଧନ ତଥା କୌରବଙ୍କର ପରାଜୟ ସୁନିଶ୍ଚିତ ଜାଣି ମଧ୍ୟ ବନ୍ଧୁତା ପାଇଁ ସେ ଶେଷ ପର୍ଯ୍ୟନ୍ତ ଦୁର୍ଯ୍ୟୋଧନଙ୍କର ସାଥି ଛାଡ଼ି ନ’ଥିଲେ।ମାତା କୁନ୍ତୀ ଆସି ତାଙ୍କୁ ବୁଝାଇଥିଲେ ମଧ୍ୟ କେବଳ ବନ୍ଧୁ ଧର୍ମ ରକ୍ଷା ପାଇଁ ସେ ଦୁର୍ଯ୍ୟୋଧନଙ୍କ ପକ୍ଷ ଛାଡ଼ି ନ’ଥିଲେ।କୁନ୍ତୀଙ୍କ ପୁତ୍ରମାନଙ୍କ ମଧ୍ୟରେ କର୍ଣ୍ଣ ଅଗ୍ରଜ ହୋଇଥିବା କାରଣରୁ ଯଦି ସେ କୌରବଙ୍କ ପକ୍ଷ ଛାଡ଼ି ପାଣ୍ଡବଙ୍କ ପକ୍ଷକୁ ଚାଲି ଆସିଥାଆନ୍ତେ, ସେ ହୁଏତ ରାଜା ହୋଇଥାଆନ୍ତେ।କିନ୍ତୁ କେବଳ ବନ୍ଧୁ ଧର୍ମ ପାଳନ ପାଇଁ କର୍ଣ୍ଣ ରାଜକୀୟ ଶୁଖ ସ୍ୱାଛନ୍ଦ୍ୟକୁ ଏଡ଼ାଇ ଦେଇଥିଲେ।ସେ ଭଲ ଭାବରେ ଜାଣିଥିଲେ ଦୁର୍ଯ୍ୟୋଧନଙ୍କ ପରାଜୟ ନିଶ୍ଚିତ ଏବଂ ତା’ ପୂର୍ବରୁ ତାଙ୍କ ଅନ୍ତ।କିନ୍ତୁ ସେ ତାହା ଗ୍ରହଣ କରିଥିଲେ।

ମୁହଁ ଖୋଲିଲେ ଦିଲ୍ଲୀପ:ଡରିକି କିମ୍ବା ଚାମଚାଗିରୀ କରି ରାଜନୀତି କରି ପାରିବିନି;ମାଟି ଆଗ ପାର୍ଟି ପଛ

ଏବେ ଯେଉଁ ବିଜେପି – ବିଜେଡି ଭିତରେ ମହାଭାରତ ଚାଲିଛି, ସେଥିରେ କିଏ କାହାକୁ ପାଣ୍ଡବ ବା କୌରବ କହିପାରେ।କାହାକୁ ଧୃତରାଷ୍ଟ୍ର, ଭୀଷ୍ମ, ଅର୍ଜୁନ ବା ଶକୁନି ନାଁ ଦେଇପାରେ।କିନ୍ତୁ ଏ’ ମହାଭାରତ ଯୁଦ୍ଧର କର୍ଣ୍ଣ ବୋଧେ ଦିଲ୍ଲୀପ ରାୟ।ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କ ବନ୍ଧୁତା ସମସ୍ତଙ୍କୁ ଜଣା।ବିଜେଡି ଛାଡ଼ି ଉଭୟ ଯୋଗ ଦେଇଥିଲେ ବିଜେପିରେ।ଦିଲ୍ଲୀପ ବିଧାୟକ ହୋଇ ପାରିଥିଲେ।କିନ୍ତୁ, ବିଜୟ ନୁହେଁ।ତେବେ ଉଭୟ ବିଜେପିରେ ଅବହେଳା, ଅଣଦେଖାର ସମ୍ମୁଖୀନ ହେଲେ ବୋଲି କହିଲେ।ଦିଲ୍ଲୀପ ରାଉରକେଲାରେ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଏବଂ ଦୂତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଦାବି କରୁଥିଲେ।ବିଜେପି ତାଙ୍କ କଥା ଶୁଣିଲା ନାହିଁ।ସେହିପରି ବିଜୟ ମହାପାତ୍ର ବିଜେପି ରାଜ୍ୟ ସଭାପତି ହୋଇ ପାରିଲେ ନାହିଁ।ଏବଂ ମହାନଦୀ ଆଦି ପ୍ରସଙ୍ଗରେ ତାଙ୍କ କଥା ଦଳ ଶୁଣିଲା ନାହିଁ।ଉଭୟ ନିଷ୍ପତି ନେଇ ଏକା ସମୟରେ ବିଜେପି ଛାଡ଼ିଲେ।ଦିଲ୍ଲୀପ “ଆଗ ମାଟି, ପରେ ପାର୍ଟି” କହି ଦଳ ଛାଡ଼ିଥିଲେ।ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।ଏଠାରେ ଦେଖିବାକୁ ଗଲେ ଦିଲ୍ଲୀପ ଏକ ବଡ଼ ତ୍ୟାଗ କରିଥିଲେ।ସେ ବିଧାୟକ ପଦ ଛାଡ଼ିଲେ।ଏବେ ସେ କେଉଁ ଦଳରେ ନାହାଁନ୍ତି।୨୦୧୯ ନିର୍ବାଚନ ଲଢ଼ି ନାହାଁନ୍ତି।କିନ୍ତୁ ବିଜୟ ଏବେ ପୁଣି ବିଜେପିରେ।ଏବଂ ଏବେ ବିଜେପି ଟିକେଟରେ ପାଟକୁରା ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି।ଦିଲ୍ଲୀପ ରାୟ ତାଙ୍କୁ ସବୁ ପ୍ରକାର ସାହାଯ୍ୟ, ସହଯୋଗ କରୁଛନ୍ତି।

ଆଗ ମାଟି,ପରେ ପାର୍ଟି;ଏଇଠି ଜନ୍ମ ଏଇଠି ମରଣ:ଦିଲ୍ଲୀପ ରାୟ

ତେବେ, ଯେତେବେଳେ ଉଭୟ ବିଜେପିରେ ଥିଲେ, ସେତେବେଳେ ଦିଲ୍ଲୀପଙ୍କର ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଏବଂ ଦୂତୀୟ ବ୍ରାହ୍ମଣୀ ସେତୁ କଥା ଶୁଣା ନ’ ଯିବା ଅଲଗା କଥା।କିନ୍ତୁ ସେ ବିଜେପିରେ ସେତେଟା ଅବହେଳିତ ହୋଇ ନାହାଁନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦିଲ୍ଲୀପଙ୍କ ସହ ଅନେକ ଥର ଭଲରେ ମିଶିଥିବାର ଦେଖିବାକୁ ମିଳିଛି।ବରଂ ବିଜୟ ମହାପାତ୍ର ଅବହେଳିତ ହୋଇଛନ୍ତି।ମୋଦୀ ମଧ୍ୟ ତାଙ୍କୁ ଅଣଦେଖା କରିଛନ୍ତି।ଓଡ଼ିଶା ଆସିବା ସମୟରେ ବିଜୟଙ୍କ ହାତରୁ ଫୁଲତୋଡ଼ା ଗ୍ରହଣ କରି ନାହାଁନ୍ତି।ସେହିପରି ଯେତେବେଳେ ଉଭୟ ବିଜେପି ଛାଡ଼ିଲେ, ବିଜେଡି ଦିଲ୍ଲୀପଙ୍କୁ ଗ୍ରହଣ କରିବାକୁ ରାଜି ଥିଲା।କିନ୍ତୁ ବିଜୟଙ୍କୁ ନୁହେଁ।ତେଣୁ ବିଜୟଙ୍କ ପାଇଁ ଉଭୟ କେହି ବିଜେଡିକୁ ଗଲେ ନାହିଁ।ଏବେ କିନ୍ତୁ ବିଜୟ ପୁଣି ଚାଲିଗଲେ ବିଜେପିକୁ।ଆଉ ଦିଲ୍ଲୀପ?ତେବେ ଦିଲ୍ଲୀପ ପାଇଲେ କ’ଣ??ଏବେ ବିଜେପି ଭିତରେ ବିଜୟଙ୍କୁ ହରାଇବା ପାଇଁ ଷଡ଼ଯନ୍ତ୍ର ହେଉଥିବା କଥା କୁହାଯାଉଛି।ତେଣୁ ଦେଖିବାକୁ ଗଲେ,ଉଭୟ ବିଜେପି ଏବଂ ବିଜେଡି ବିଜୟଙ୍କୁ ସବୁବେଳେ ଟାର୍ଗେଟ କରିଛନ୍ତି।ଦିଲୀପଙ୍କୁ ନୁହେଁ।ବିଜୟଙ୍କ ବାରମ୍ବାର ପରାଜୟ ଜାଣି ସୁଧା ଦିଲ୍ଲୀପ ବୋଧେ କେବଳ ବନ୍ଧୁତା ରକ୍ଷା ପାଇଁ ବିଜୟଙ୍କ ସାଥି ଛାଡ଼ି ନାହାଁନ୍ତି।ଅବଶ୍ୟ ବିଜୟ ଦୁର୍ଯୋଧନ ନୁହଁନ୍ତି।କିନ୍ତୁ, ଯେପରି ଦୁର୍ଯ୍ୟୋଧନଙ୍କ ନିଶ୍ଚିତ ପରାଜୟ ଜାଣି ସୁଧା ଶେଷ ସମୟ ଯାଏଁ ତାଙ୍କ ସାଥି ଛାଡ଼ିନଥିଲେ କର୍ଣ୍ଣ।ତେବେ, ଆଜିର ଏ’ ବିଜେପି ଏବଂ ବିଜେଡି ମହାଭାରତର ଦିଲ୍ଲୀପ ରାୟ କ’ଣ କର୍ଣ୍ଣ?//-ଦେବଦତ୍ତ ରଥ

ଡାର୍ଟି ପଲଟିକ୍ସ: ବିଜେପି ଚାହୁଁଛି ବିଜେଡି ଜିତୁ, ବିଜେଡି ଚାହୁଁଛି ବିଜେପି ଜିତୁ! କିନ୍ତୁ, ପାଟକୁରାବାସୀ କ’ଣ ଚାହୁଁଛନ୍ତି?