Home ଓଡ଼ିଶା ଡିଜିଟାଲ୍ ଗ୍ରାମ: ୧୦୦୦ ଦିନରେ ୨୦ ଲକ୍ଷ ଚାକିରି; ବଦଳିଯିବ ୪.୫ ଲକ୍ଷ ଗାଁ’ର ଚିତ୍ର...

ଡିଜିଟାଲ୍ ଗ୍ରାମ: ୧୦୦୦ ଦିନରେ ୨୦ ଲକ୍ଷ ଚାକିରି; ବଦଳିଯିବ ୪.୫ ଲକ୍ଷ ଗାଁ’ର ଚିତ୍ର ..

246

ନୂଆଦିଲ୍ଲୀ: ଆଗାମୀ ୧୦୦୦ ଦିନ ମଧ୍ୟରେ ଦେଶର ପ୍ରାୟ ୪.୫ ଲକ୍ଷ ଗ୍ରାମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆଗାମୀ ୧୦୦୦ ଦିନ ମଧ୍ୟରେ ୪.୫ ଲକ୍ଷ ଗ୍ରାମ ଗୁଡ଼ିକରେ ଯୁବକ ଠାରୁ ଆରମ୍ଭ କରି ମହିଳା ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ। ଏହି ଯୋଜନା ଅଧୀନରେ ୨୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ। ବିଶେଷ କଥା ହେଉଛି ଏହି ଚାକିରି ଗାଁରେ ହେବ। ଯୁବକମାନଙ୍କୁ ଏଥିପାଇଁ ନିଜ ଗାଁ’ ଛାଡି ସହରକୁ ଯିବାକୁ ପଡ଼ିବ ନାହିଁ।

କେବଳ ଏତିକି ନୁହେଁ, ୧୦୦୦ ଦିନ ପରେ ଗାଁର ଲୋକମାନଙ୍କୁ ପ୍ରତ୍ୟେକ କାମ ପାଇଁ ସହରକୁ ଯାଇ ସରକାରୀ କାର୍ଯ୍ୟାଳୟ ବୁଲିବାକୁ ପଡ଼ିବ ନାହିଁ। ଗ୍ରାମ ଗୁଡ଼ିକର ଡିଜିଟାଲାଇଜେସନ୍ ସହିତ ଏହା ସମ୍ଭବ ହେବ। ବର୍ତ୍ତମାନ ଦେଶର ପ୍ରାୟ ୧.୫ ଲକ୍ଷ ଗ୍ରାମରେ ଅପ୍ଟିକାଲ ଫାଇବର ସ୍ଥାପନ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ୧୦୦୦ ଦିନ ମଧ୍ୟରେ ଅବଶିଷ୍ଟ ସମସ୍ତ ଗ୍ରାମରେ ଅପ୍ଟିକାଲ୍ ଫାଇବର କେବଲିଂ ସ୍ଥାପନ କାର୍ଯ୍ୟ ଶେଷ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ତାରିଖରେ ଘୋଷଣା କରିଛନ୍ତି। ବର୍ତ୍ତମାନ ଅବଶିଷ୍ଟ ୪.୫ ଲକ୍ଷ ଗ୍ରାମକୁ ଅପ୍ଟିକାଲ ଫାଇବର କେବୁଲ ସହିତ ସଂଯୋଗ କରିବାର କାର୍ଯ୍ୟ ଚାଲିଛି।

ଗ୍ରାମ ଗୁଡ଼ିକର ରୂପ ବଦଳିଯିବ –

ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସାଧାରଣ ସେବା କେନ୍ଦ୍ର (ସିଏସସି)ର ସିଇଓ ଦୀନେଶ ତ୍ୟାଗୀ କହିଛନ୍ତି ଯେ ଏହି ଗ୍ରାମ ଗୁଡ଼ିକରେ ଅପ୍ଟିକାଲ ଫାଇବର ଆସିବା ପରେ ପ୍ରତ୍ୟେକ ଗ୍ରାମରେ ଗୋଟିଏ ସାଧାରଣ ସେବା କେନ୍ଦ୍ର ଖୋଲାଯିବ। ଏକ କେନ୍ଦ୍ର ଖୋଲିବା ଦ୍ୱାରା ଅତି କମରେ ପାଞ୍ଚ ଜଣଙ୍କୁ ଚାକିରି ମିଳିବ। ସେହି ଅନୁଯାୟୀ, ଅତି କମରେ ୨୦ ଲକ୍ଷ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ। CSC ଖୋଲିବା ପରେ ଗ୍ରାମବାସୀ ଶିକ୍ଷା ଠାରୁ ଚିକିତ୍ସା ପର୍ଯ୍ୟନ୍ତ ଅନେକ ସୁବିଧା ପାଇବେ ଏବଂ ପ୍ରତ୍ୟେକ କାର୍ଯ୍ୟ ପାଇଁ ସେମାନଙ୍କୁ ସହରକୁ ଯିବାକୁ ପଡ଼ିବ ନାହିଁ। ପ୍ରତ୍ୟେକ ଗ୍ରାମରେ ଗୋଟିଏ ଗ୍ରାମ ସ୍ତରର ଉଦ୍ୟୋଗୀ (VLE) ନିଯୁକ୍ତ ହେବେ। ଯିଏ ଘରେ ଗ୍ରାମବାସୀଙ୍କ ଫସଲ ବିକ୍ରୟ କରିବାର ବ୍ୟବସ୍ଥା କରିବେ। ଗ୍ରାମ ଗୁଡ଼ିକରେ ବ୍ୟାଙ୍କିଙ୍ଗ୍ ସୁବିଧା ମଧ୍ୟ ଉପଲବ୍ଧ ହେବ।

ଅପ୍ଟିକାଲ୍ ଫାଇବରର ଲାଭ –

ଅପ୍ଟିକାଲ ଫାଇବର ଆସିବା ସହିତ ଗ୍ରାମ ଗୁଡ଼ିକରେ ଇଣ୍ଟରନେଟର ଗତି ବୃଦ୍ଧି ପାଇବ। ଫଳରେ ଡେସ୍କଟପ ଚଲାଇବା ସହଜ ହେବ। ଗାଁ ଲୋକେ ଇ- ବାଣିଜ୍ୟ ମାଧ୍ୟମରେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାକୁ ସକ୍ଷମ ହେବେ। ଗ୍ରାମରେ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ ପାଇଁ ସରକାର ସେମାନଙ୍କୁ ଇ- ବଜାରରେ ଯୋଗଦେବାକୁ ମଧ୍ୟ ଅନୁମତି ଦେଇ ପାରନ୍ତି। ତେବେ, ଏହା ସବୁ ସମ୍ଭବ ଯେତେବେଳେ ଇଣ୍ଟରନେଟ୍ ଗତି ତୀବ୍ର ହେବ। ଯାହା କେବଳ ଅପ୍ଟିକାଲ୍ ଫାଇବର ଦ୍ୱାରା ସମ୍ଭବ।

ଭରତନେଟ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଗ୍ରାମ ଯୋଗ କରାଯିବ –
ବିଶେଷଜ୍ଞଙ୍କ ଅନୁଯାୟୀ ଏବେ କରୋନା କାଳରେ କିମ୍ବା ଏହାପରେ ବ୍ରଡବ୍ୟାଣ୍ଡ ଗତି ଦ୍ରୁତ ହେଲେ ଯାଇ ଅର୍ଥନୀତିରେ ବୃଦ୍ଧି ସମ୍ଭବ ହୋଇପାରିବ। ଦୂର ସଞ୍ଚାର ବିଭାଗ ଅନୁଯାୟୀ, ଭାରତନେଟ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଗ୍ରାମକୁ ଅପ୍ଟିକାଲ ଫାଇବର ସହିତ ସଂଯୋଗ କରିବାର କାର୍ଯ୍ୟ ଚାଲିଛି। ଯାହା କାର୍ଯ୍ୟସୂଚୀ ଠାରୁ ବହୁ ପଛରେ ରହିଛି। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନିଜେ ୧୦୦୦ ଦିନର ଲକ୍ଷ୍ୟ ସ୍ଥିର କରିଛନ୍ତି। ତେଣୁ ନିଶ୍ଚିତ ଭାବରେ ଏହି କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ। ବିଶେଷଜ୍ଞଙ୍କ ଅନୁଯାୟୀ, ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଦେଶର ପ୍ରତ୍ୟେକ ଗ୍ରାମରେ କେବୁଲ ମାଧ୍ୟମରେ ଇଣ୍ଟରନେଟ୍ ପ୍ରବେଶ ଆବଶ୍ୟକ। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.