Home ଓଡ଼ିଶା ପୁଣି କରୋନା ନେଲା ୯ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୨୨୫ କୁ ବୃଦ୍ଧି

ପୁଣି କରୋନା ନେଲା ୯ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୨୨୫ କୁ ବୃଦ୍ଧି

105

ଭୁବନେଶ୍ୱର ୫-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୯ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୨୫ କୁ ବୃଦ୍ଧି ପାଇଛି।

ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର ରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଅନ୍ୟ କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୪୪ କୁ ବୃଦ୍ଧିପାଇଛି। ଅନ୍ୟ କାରଣରୁ କଟକ ଏବଂ ମାଲକାନାଗିରି ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୯ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ଗଞ୍ଜାମ ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ତୀବ୍ର କିଡନୀ ଆଘାତରେ ମଧ୍ୟ ପୀଡିତ ଥିଲେ।

୨- ସୁନ୍ଦରଗଡ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୩- ଗଞ୍ଜାମ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କା ମହିଳା।

୪- ଗଞ୍ଜାମ ଜିଲ୍ଲାର ଜଣେ ୫୯ ବର୍ଷ ବୟସ୍କ ପୁରୁଷ।

୫- ଗଜପତି ଜିଲ୍ଲାର ୨୭ ବର୍ଷ ବୟସ୍କ ପୁରୁଷ।

୬- ଗଞ୍ଜାମ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭- କେନ୍ଧୁଝର ଜିଲ୍ଲାର ଜଣେ ୨୧ ବର୍ଷ ବୟସ୍କ ପୁରୁଷ ଯିଏ ଡାଇବେଟିସ୍ (ଟାଇପ୍-୨) ରେ ମଧ୍ୟ ପୀଡିତ ଥିଲେ।

୮- ଖୋର୍ଦ୍ଧା ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।

୯- ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ଅନିୟନ୍ତ୍ରିତ ଡାଇବେଟିସ୍ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

ଜିଲ୍ଲାୱାରୀ ତଥ୍ୟ –

କଟକ ଜିଲ୍ଲାରେ ୨, ୬୨୬ [+୧୬୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨୭ [+୧୬୭] ଜଣ ସକ୍ରୀୟ ଅଛନ୍ତି। ୧, ୬୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲାରେ ୧, ୭୭୫ [+୭୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୭ [+୭୪] ଜଣ ସକ୍ରୀୟ ଅଛନ୍ତି। ୧, ୧୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୧୧, ୮୧୨ [+୨୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୫୫୨ [+୧୯୬] ଜଣ ସକ୍ରୀୟ ଅଛନ୍ତି। ୮, ୧୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୭ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୭ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୯୩୬ [+୮୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୫ [+୭୯] ଜଣ ସକ୍ରୀୟ ଅଛନ୍ତି। ୬୮୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୫, ୩୧୧ [+୧୯୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୯୭୯ [+୧୯୫] ଜଣ ସକ୍ରୀୟ ଅଛନ୍ତି। ୨, ୨୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୭୦୧ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୬ [+୩୭] ଜଣ ସକ୍ରୀୟ ଅଛନ୍ତି। ୩୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ୧, ୭୦୪ [+୮୩] ଜଣ ସଂକ୍ରମିତ ହୋଇଥିବା ବେଳେ ୬୩୦ [+୮୨] ଜଣ ସକ୍ରୀୟ ଅଛନ୍ତି। ୧, ୦୬୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.