Home Top News ଧର୍ମେନ୍ଦ୍ରଙ୍କୁ ବଡ ଦାୟିତ୍ୱ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଭାରୀ, ଜାଣନ୍ତୁ ଆଉ...

ଧର୍ମେନ୍ଦ୍ରଙ୍କୁ ବଡ ଦାୟିତ୍ୱ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଭାରୀ, ଜାଣନ୍ତୁ ଆଉ କାହାକୁ କେଉଁ ଦାୟିତ୍ୱ

39

ନୂଆ ଦିଲ୍ଲୀ ୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆସନ୍ତା ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନପାଇଁ ବିଜେପି ପକ୍ଷରୁ ସାଂଗଠନିକ ପ୍ରଭାରୀ ଏବଂ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ତେବେ ସବୁଠାରୁ ମୁଖ୍ୟ ଏବଂ ଗୁରୁତ୍ତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଦାୟୀତ୍ତ୍ୱ ଦେଇଥିବା ବେଳେ ସହ ପ୍ରଭାରୀ ଭାବେ ଶ୍ରୀ ଅନୁରାଗ ସିଂ ଠାକୁର, ଶ୍ରୀ ଅର୍ଜୁନ ରାମ ମେଘୱାଲ ଶ୍ରୀମତୀ ସରୋଜ ପାଣ୍ଡେ, ଶ୍ରୀମତୀ ଶୋଭା କରାଣ୍ଡଲାଜେ, କ୍ୟାପ୍ଟେନ୍ ଅଭିମନ୍ୟୁ ଅନ୍ନପୂର୍ଣ୍ଣା ଦେବୀ ଶ୍ରୀ ବିବେକ ଠାକୁରଙ୍କୁ ନିଯୁକ୍ତ କରାଯାଇଥିବା ଦଳ ପକ୍ଷରୁ ଏକ ପ୍ରେସ୍ ବଜ୍ଞପ୍ତି ମାଧ୍ୟମରେ ଜାତୀୟ ସାଧାରଣ ସମ୍ପାଦକ ଶ୍ରୀ ଅରୁଣ ସିଂ ସୂଚନା ଦେଇଛନ୍ତି।

ତେବେ ଜାଣନ୍ତୁ କେଉଁ ରାଜ୍ୟ ପାଇଁ କାହାକୁ ମିଳିଲା କେଉଁ ଦାୟୀତ୍ତ୍ୱ
ଉତ୍ତରପ୍ରଦେଶ
ପ୍ରଭାରୀ – ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ
ସହ-ପ୍ରଭାରୀ
ଶ୍ରୀ ଅନୁରାଗ ସିଂ ଠାକୁର
ସୂଚନା ଏବଂ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ,
ଶ୍ରୀ ଅର୍ଜୁନ ରାମ ମେଘୱାଲ ସଂସଦୀୟ ବ୍ୟାପାର ଓ ସଂସ୍କୃତି ଓ ପର୍ଯ୍ୟଟନ ରାଜ୍ୟମନ୍ତ୍ରୀ,
ଶ୍ରୀମତୀ ସରୋଜ ପାଣ୍ଡେ
ସାଂସଦ ରାଜ୍ୟସଭା
ଶ୍ରୀମତୀ ଶୋଭା କରାଣ୍ଡଲାଜେ
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଜ୍ୟମନ୍ତ୍ରୀ,
କ୍ୟାପ୍ଟେନ୍ ଅଭିମନ୍ୟୁ
ପୂର୍ବତନ ମନ୍ତ୍ରୀ, ରାଜ୍ୟ ସରକାର, ହରିୟାଣା
ଅନ୍ନପୂର୍ଣ୍ଣା ଦେବୀ
କେନ୍ଦ୍ର ଶିକ୍ଷା ରାଜ୍ୟ ମନ୍ତ୍ରୀ,
ଶ୍ରୀ ବିବେକ ଠାକୁର,
ସାଂସଦ, ରାଜ୍ୟସଭା

ୟୁପି ସମେତ ୫ ଟି ରାଜ୍ୟରେ ନିର୍ବାଚନ ଦାୟିତ୍ୱ ପାଇଁ ପ୍ରଭାରୀ ଏବଂ ସହ ପ୍ରଭାରୀ ଘୋଷଣା କରିଛି ବିଜେପି। ତେବେ ଦଳ ବୁଧବାର ଦିନ ପାଞ୍ଚଟି ରାଜ୍ୟର ଇନଚାର୍ଜଙ୍କର ନାମ ଘୋଷଣା କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯାଇଥିବା ବେଳେ ପଞ୍ଜାବର ଦାୟିତ୍ତ୍ୱ କ୍ୟାବିନେଟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ୍ ଙ୍କୁ, ଉତ୍ତରାଖଣ୍ଡ ପାଇଁ ଶ୍ରୀ ପ୍ରହଲ୍ଲାଦ ଯୋଶୀ, ମଣିପୁର ଶ୍ରୀ ଭୁପେନ୍ଦ୍ର ଯାଦବ, ଗୋଆ ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭିସ୍ ଙ୍କୁ ପ୍ରଭାରୀ ନିଯୁକ୍ତି ମିଳିଛି।

ଉତ୍ତରାଖଣ୍ଡ
ପ୍ରଭାରୀ
ଶ୍ରୀ ପ୍ରହଲ୍ଲାଦ ଯୋଶୀ
ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ
ସହ ପ୍ରଭାରୀ
ଶ୍ରୀମତୀ ଲକେଟ୍ ଚାଟାର୍ଜୀ, ସାଂସଦ ଲୋକସଭା
ସର୍ଦ୍ଦାର ଆର ସିଂ, ଜାତୀୟ ମୁଖପାତ୍ର ବିଜେପି

ମଣିପୁର
ପ୍ରଭାରୀ – ଶ୍ରୀ ଭୁପେନ୍ଦ୍ର ଯାଦବ
ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ ରୋଜଗାର ମନ୍ତ୍ରୀ
ସହ ପ୍ରଭାରୀ
ଶ୍ରୀମତୀ ପ୍ରତୀମା ଭୌମିକ
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଜ୍ୟମନ୍ତ୍ରୀ, ଭାରତ ସରକାର
ଶ୍ରୀ ଅଶୋକ ସିଙ୍ଗଲ
କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ସରକାର, ଆସାମ

ପଞ୍ଜାବ –
ପ୍ରଭାରୀ

ଗଜେନ୍ଦ୍ର ସିଂ ଶେଖାୱାତ୍
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ

ସହ – ପ୍ରଭାରୀ
ଶ୍ରୀ ହରଦୀପ ସିଂ ପୁରୀ,

କେନ୍ଦ୍ର ଗୃହ ଓ ନଗର ବ୍ୟାପାର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ,

ଶ୍ରୀମତୀ ମୀନାକ୍ଷୀ ଲେଖୀ
କେନ୍ଦ୍ର ବୈଦେଶିକ ବ୍ୟାପାର, ସଂସ୍କୃତି ଓ ପର୍ଯ୍ୟଟନ ରାଜ୍ୟ ମନ୍ତ୍ରୀ,

ଶ୍ରୀ ବିନୋଦ ଚାଭଡା
ସାଂସଦ, ଲୋକସଭା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.