Home ଓଡ଼ିଶା ମୟୁରଝାଲିଆ ଠାରୁ ନରସିଂହପୁର ରାସ୍ତା ପାଲଟିଛି ମରଣଯନ୍ତା

ମୟୁରଝାଲିଆ ଠାରୁ ନରସିଂହପୁର ରାସ୍ତା ପାଲଟିଛି ମରଣଯନ୍ତା

88

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୯- ସରକାର ମୋ ଗାଁ ମୋ ବିକାଶ କୁ ଆଖି ଆଗରେ ରଖି ଗ୍ରାମପଞ୍ଚାୟତ ରୁ ଗ୍ରାମପଞ୍ଚାୟତ  ସଂଯୋଗ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମ ରେ କଂକ୍ରିଟ୍ ଓ ପିଚୁ ରାସ୍ତା ନିର୍ମାଣ କରୁଛନ୍ତି । କିନ୍ତୁ କେତେକ ସ୍ଥାନ ରେ ବିଭାଗୀୟ ଅଣଦେଖା ଯୋଗୁଁ ରାସ୍ତା ଗୁଡିକ ମରଣଯନ୍ତା ପାଲଟିଛି । ସେଭଳି ଏକ ରାସ୍ତା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିଖଣ୍ଡ ମଧ୍ୟରେ ଥିବା ମୟୁରଝାଲିଆ ଠାରୁ ନରସିଂହପୁର ପୁର୍ତ୍ତ ରାସ୍ତା ପର୍ଯ୍ୟନ୍ତ । ଏହି ରାସ୍ତା ନିର୍ମାଣ ହେବା ପରେ ରଣପୁର ସଦର ମହକୁମା ଠାରୁ ମୟୁରଝାଲିଆ ରାସ୍ତା ର ଦୁରତ୍ୱ ୫ କିଲୋ ମିଟର ବ୍ୟବଧାନ କମ୍ ହୋଇଥିଲା । ଏହି ୭ କିଲୋ ମିଟର ରାସ୍ତା ଏବେ ବିଭାଗୀୟ ଅବହେଳା ଯୋଗୁଁ ମରଣଯନ୍ତା ପାଲଟିଛି । ପ୍ରତିଦିନ ରାତି ସାରା  ଏହି ରାସ୍ତା ଦେଇ ମୟୁରଝାଲିଆ ମାଙ୍କଡା ପଥର ଖଣି ରୁ ଶହ ଶହ ମିନିଟ୍ରକ ଓ ଟ୍ରାକ୍ଟର ମାଙ୍କଡା ପଥର ବୋହିଥାଏ ।

ରାସ୍ତା ଏପରି ହୋଇଛି ପିଚୁ ରାସ୍ତା ମଝିରେ ଛୋଟ ଛୋଟ ପୁଷ୍କରଣୀ ର ଭ୍ରମ ସୃଷ୍ଟି ହେଉଛି । ଦୁଇ ଚକିଆ ଯାନ ଚଳାଇ ଯାଉଥିବା ଯାତ୍ରୀ ମାନଙ୍କ ପାଇଁ ମରଣଯନ୍ତା ପାଲଟିବା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଅନେକ ସମୟରେ ମାଙ୍କଡା ପଥର ବୋଝେଇ ଗାଡି ରାସ୍ତା ର ମଝିରେ ମଧ୍ୟ ଓଲଟି ପଡୁଛି । ଏ ସର୍ମ୍ପକେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିଖଣ୍ଡ ଯନ୍ତ୍ରୀ ଋଷିନାଥ ବରାଳ ଙ୍କ ସହ ଯୋଗାଯୋଗ କରିବାରେ ରାସ୍ତା ବିପଦ ଶଙ୍କୁଳ ହୋଇପଡିଥିବା ଘଟଣା କୁ ସ୍ୱୀକାର କରନ୍ତି । କୁହନ୍ତି ନରସିଂହପୁର ଗ୍ରାମ ପୁଷ୍କରଣୀ ନିକଟରେ ଥିବା ରାସ୍ତା ସିମେଣ୍ଟ କଂକ୍ରିଟ୍ କରିବା ପାଇଁ ଟେଣ୍ଡର କୁ ଯାଇଛି । ନାଟିମୀ ନଦୀ ନିକଟ ରାସ୍ତା ପାଇଁ ବ୍ୟୟ ଅଟକଳ ଚାଲିଛି । ବର୍ଷା ବନ୍ଦ ହେଲେ ରାସ୍ତା କାର୍ଯ୍ୟ ଆରମ୍ଭ ହେବ ।  କିନ୍ତୁ ଜିଲ୍ଲା ବିଭାଗୀୟ ଉଚ୍ଚ ଅଧିକାରୀ ରାସ୍ତା ର ତୁରନ୍ତ ମରାମତି କରି ଯାତାୟତ ଯୋଗ୍ୟ କରିବା ପାଇଁ ମୟୁରଝାଲିଆ ଓ ନରସିଂହପୁର ଗ୍ରାମ ପଞ୍ଚାୟତ ଲୋକମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.