Home ଓଡ଼ିଶା ମୋଦୀଙ୍କ ଓଡ଼ିଶା ଗ୍ରସ୍ତ ପରେ ମିଳିବ ସ୍ପଷ୍ଟ ଚିତ୍ର – ଧର୍ମେନ୍ଦ୍ର ନାଁ ଅପରାଜିତା ?

ମୋଦୀଙ୍କ ଓଡ଼ିଶା ଗ୍ରସ୍ତ ପରେ ମିଳିବ ସ୍ପଷ୍ଟ ଚିତ୍ର – ଧର୍ମେନ୍ଦ୍ର ନାଁ ଅପରାଜିତା ?

1422

ଭୁବନେଶ୍ୱର ୨୨-୧୨ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଅପରାଜିତା ଷଢ଼ଙ୍ଗୀଙ୍କ ବିଜେପିରେ ଯୋଗଦାନ ପରେ ରାଜ୍ୟ ରାଜନୀତିରେ ପ୍ରକାଶ ପାଇଛି ଅନେକ କଳ୍ପନା ଜଳ୍ପନା। ବିଭିନ୍ନ ଗଣମାଧ୍ୟମରେ ଅପରାଜିତାଙ୍କ ବାବଦରେ ଭିନ୍ନଭିନ୍ନ କଥା। କିନ୍ତୁ ରାଜ୍ୟବାସୀଙ୍କୁ ଅଦ୍ୟାବଧି ମିଳିପାରିନାହିଁ ଏକ ସ୍ପଷ୍ଟ ଚିତ୍ର। ୨୦୧୪ ସାଧାରଣ ନିର୍ବାଚନ ପରଠାରୁ ରାଜ୍ୟ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ପ୍ରକାର ଦବଦବା ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ମାତ୍ର ଅପରାଜିତାଙ୍କର ଯୋଗଦାନ ପରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବରକୁ ଯଦି ତର୍ଜମା କରାଯାଏ ତେବେ ଅପରାଜିତାଙ୍କର ଅଭ୍ୟୁଥାନ ନିଶ୍ଚିତ ଭାବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀପାଇଁ ସତର୍କ ଘଣ୍ଟି। ତେଣୁ ସମସ୍ତଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀମୋଦୀଙ୍କ ଓଡ଼ିଶା ଗସ୍ତକୁ।

ବିଜେପୁର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଶୋଚନୀୟ ପରାଜୟ ପରେ ରାଜ୍ୟ ବିଜେପିର ଅନ୍ୟତମ ଟାଣୁଆ ନେତା ପ୍ରତାପ ଷଢ଼ଙ୍ଗୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବିକଳ୍ପଭାବରେ ଉଭା ହୋଇଥିଲେ। ମାତ୍ର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ଧର୍ମେନ୍ଦ୍ର ପ୍ରଧାନ ଗୋଷ୍ଠୀ ପ୍ରତାପ ଷଢ଼ଙ୍ଗୀଙ୍କର ଅଭ୍ୟୁଥାନକୁ ଚପାଇବାରେ ସକ୍ଷମ ହୋଇପାରିଥିଲେ। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରତାପ ଷଢ଼ଙ୍ଗୀଙ୍କୁ ସାକ୍ଷାତ ପାଇଁ ଅନୁମତି ନଦେବା ଏହାର ଜ୍ୱଳନ୍ତ ଉଦାହରଣ। ଏଥିରେ କ୍ଷୁବ୍ଧ ପ୍ରତାପ ଷଢ଼ଙ୍ଗୀ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଘୋର ପାଟିତୁଣ୍ଡ କରିଥିଲେ ବୋଲି ନିର୍ଭରଯୋଗ୍ୟ ସୁତ୍ରରୁ ଜଣାପଡ଼ିଛି। ପ୍ରତାପ ଷଢ଼ଙ୍ଗୀଙ୍କ ମତରେ ମୁଁ ହେଉଛି ପୁରୁଖା ଆରଏସଏସ ସଭ୍ୟ। ତେଣୁ ମୋତେ ଅବହେଳା କରାଯିବାଟା ମୋ ପ୍ରତି ଘୋର ଅପମାନ।

ତେଣୁ ଏସମସ୍ତ ରାଜନୈତିକ ଦୃଷ୍ଟିକୋଣକୁ ଯଦି ଆକଳନ କରାଯାଏ ତେବେ ଅପରାଜିତାଙ୍କର ଗୁରୁତ୍ତ୍ୱ ନିଶ୍ଚିତ ଭାବରେ ରହିଛି। ଦଳୀୟ କର୍ମୀଙ୍କର ତାଙ୍କ ପ୍ରତି ବୃଦ୍ଧିପାଉଥିବା ସମର୍ଥନ ଏହାର ଜ୍ୱଳନ୍ତ ଉଦାହରଣ। ଅପରପକ୍ଷରେ ଓଡ଼ିଶା ରାଜନୀତିର ଜଣେ ଟାଣୁଆ ନେତା ଭାବରେ ପରିଗଣିତ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ରୀୟ ନେତୃବୃନ୍ଦ ଏତେ ସହଜରେ ଅବହେଳା କରିବେ ନାହିଁ। ତେଣୁ ଦ୍ୱନ୍ଦ୍ୱରେ ଥିବା ରାଜ୍ୟ ବିଜେପି କର୍ମି ଏବେ ଅପେକ୍ଷା କରିଛନ୍ତି ମୋଦୀଙ୍କ ଆଗମନକୁ। ମୋଦୀଙ୍କ ଓଡ଼ିଶା ଗସ୍ତରେ ଏହି ଦୁଇ ନେତାଙ୍କ ମଧ୍ୟରୁ ଯାହାକୁ ଅଧିକ ଗୁରୁତ୍ତ୍ୱ ଦିଆଯିବ ସେହିହିଁ ଧରିବ ଆଗାମୀ ଦିନରେ ବିଜେପିର ମଙ୍ଗ ବୋଲି କର୍ମୀମହଲରେ ଆଲୋଚନା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.