Home Top News ବୟକଟ୍ ସତ୍ତ୍ୱେ, ଭଦ୍ରକ ମାଟିରେ ଦମ୍ ଦେଖାଇଲେ ଅପରାଜିତା: କୁଚକ୍ରି ଗୋଷ୍ଠୀଙ୍କୁ ଶକ୍ତ ଆଘାତ୍ ..

ବୟକଟ୍ ସତ୍ତ୍ୱେ, ଭଦ୍ରକ ମାଟିରେ ଦମ୍ ଦେଖାଇଲେ ଅପରାଜିତା: କୁଚକ୍ରି ଗୋଷ୍ଠୀଙ୍କୁ ଶକ୍ତ ଆଘାତ୍ ..

82

ଭୁବନେଶ୍ୱର/ଭଦ୍ରକ: ଶୁକ୍ରବାର ଦିନ ଭଦ୍ରକ ଗସ୍ତରେ ଆସି ଆରେଡ଼ି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ସାରି ଫେରିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ। ଏହି ଅବସରରେ ଏକ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଦିବ୍ୟଙ୍ଗତ ନେତା ବିଷ୍ଣୁ ଚରଣ ସେଠୀଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କୁ ସାକ୍ଷାତ କରି ସମବେଦନା ଜଣାଇଥିଲେ ଅପରାଜିତା ଷଡ଼ଙ୍ଗୀ। ଏହା ସହିତ ଆଉ କିଛି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ଅପରାଜିତା। ଓଡ଼ିଶା ବିଜେପିର ମୁଖିଆ ବୋଲାଉଥିବା ମଙ୍ଗୁଆଳଙ୍କ ଗୁପ୍ତ ଫତୱା ଜାରୀ ସତ୍ତ୍ୱେ ଭଦ୍ରକ ମାଟିରେ ଦମ୍ ଦେଖାଇଛନ୍ତି ଅପରାଜିତା ବୋଲି ଏବେ ଆଲୋଚନା ଜୋର୍ ଧରିଛି। ବାଇକ୍ ରାଲି ମାଧ୍ୟମରେ ହେଉ, ଅବା ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ପଦଯାତ୍ରାରେ ଯିବା ସମୟରେ ହେଉ ଅପରାଜିତାଙ୍କ ସମର୍ଥନରେ ପ୍ରବଳ ଜନସମର୍ଥନ ଦେଖିବାକୁ ମିଳିଥିଲା। ଜିଲ୍ଲା ବିଜେପିର ପଦାଧିକାରୀ ମାନଙ୍କ ବୟକଟ୍ ସତ୍ତ୍ୱେ ତୃଣମୂଳ ସ୍ତରର ଅନେକ କାର୍ଯ୍ୟକର୍ତ୍ତା ଅପରାଜିତାଙ୍କ ସମର୍ଥନରେ ବାହାରିଥିବା ଦେଖିବାକୁ ମିଳିଥିଲା। ବିଜେପିର କିଛି ଜଣ ଅପରାଜିତାଙ୍କୁ ଖୋଲା ସମର୍ଥନ ଦେଇଥିବା ବେଳେ ଅନେକ ଅପରାଜିତାଙ୍କ ଠାରୁ ନିଜକୁ ସଂପୂର୍ଣ୍ଣ ଦୂରେଇ ରଖିଥିଲେ। ତେବେ, ବଡ଼ କଥା ହେଲା ସୂଚନା ମୁତାବକ ମଙ୍ଗୁଆଳଙ୍କ ଭୟରେ ଦୁନିଆଁ ଆଗରେ ଅପରାଜିତାଙ୍କ କାର୍ଯ୍ୟକ୍ରମ ଠାରୁ ନିଜକୁ ଦୂରେଇ ରଖିଥିବା ଜିଲ୍ଲାର କିଛି ଜଣାଶୁଣା ଚେହେରା ଅପରାଜିତାଙ୍କୁ ଭିତିରିଆ ସମର୍ଥନ କରିଥିଲେ। ଲୋକ କିପରି ହେବେ ଏବଂ ଅପରାଜିତାଙ୍କ ଗସ୍ତ କିପରି ସଫଳ ହେବ ନେଇ ସେମାନେ ଭିତିରିଆ ସହଯୋଗ କରିଥିଲେ ବା କ୍ଷେତ୍ର ପ୍ରସ୍ତୁତ କରିଥିଲେ। ଯାହା ଫଳରେ ଅପରାଜିତାଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ଭବ୍ୟ ତଥା ସଫଳ ହେବା ସହିତ ବିରୋଧୀ ଏବଂ କୁଚକ୍ରି ଗୋଷ୍ଠୀଙ୍କ ପାଇଁ ଏକ ଶକ୍ତ ଆଘାତ୍ ତଥା ଅପମାନ ହୋଇ ରହିଗଲା।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.