Home Coronavirus Outbreak ସ୍ପିଡ ପୋଷ୍ଟ ଜରିଆରେ ଔଷଧ ଯୋଗାଣ

ସ୍ପିଡ ପୋଷ୍ଟ ଜରିଆରେ ଔଷଧ ଯୋଗାଣ

437

ନୂଆ ଦିଲ୍ଲୀ ୧୪-୪ (ଓଡ଼ିଆ ପୁଅ) ଲକଡାଉନ ସମୟରେ ସ୍ପିଡ ପୋଷ୍ଟ ଜରିଆରେ ଔଷଧ ଯୋଗାଣ ସୁନିଶ୍ଚିତ କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ଲାଗି ଡାକ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଂଚାର, ନ୍ୟାୟ ଓ ଆଇନ, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ। ଏକ ଟ୍ୱିଟ ଜରିଆରେ ସୂଚନା ଦେଇ ସଂଚାର ମନ୍ତ୍ରୀ ଶ୍ରୀ ପ୍ରସାଦ ଉଲ୍ଲେଖ କରିଛନ୍ତି ଯେ ଡାକ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଯାହାଫଳରେ ସେମାନେ ଔଷଧ ପଠାଇବା ଏବଂ ଗ୍ରହଣ କରିବାରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ସାରା ଦେଶରେ ଥିବା ସମଗ୍ର ପୋଷ୍ଟାଲ ନେଟୱର୍କକୁ ଏଥିପାଇଁ ସକ୍ରିୟ କରାଯାଇଛି। ଏହି ଉଦ୍ଦେଶ୍ୟ ଲାଗି ଆନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରେ ଡାକ ପରିବହନ ଲାଗି ବ୍ୟବସ୍ଥା କରାଯାଇଛି। ଜରୁରି ଔଷଧ, କୋଭିଡ-୧୯ ଟେଷ୍ଟିଂ କିଟ, ଚିକିତ୍ସା ସରଞ୍ଜାମକୁ ସଠିକ ଠିକଣାରେ ପହଁଚାଇବା ଲାଗି ନାଲି ରଙ୍ଗର ଡାକ ଭ୍ୟାନ ଏବଂ ସଡ଼କ ପରିବହନ ନେଟୱର୍କ ନିରନ୍ତର ସେବା ଯୋଗାଇ ଆସୁଛନ୍ତି। ବିଭିନ୍ନ ଔଷଧ ଉତ୍ପାଦକମାନଙ୍କ ସହିତ ମିଶି ଡାକ ବିଭାଗ ପକ୍ଷରୁ ଔଷଧ ଏବଂ ଚିକିତ୍ସା ସରଞ୍ଜାମର ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରାଯାଉଛି। ଡାକ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଏଥିପାଇଁ ଦିନରାତିରେ କାର୍ଯ୍ୟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.