Home ଅପରାଧ ଆଇଜିଆଇ ବିମାନବନ୍ଦରରେ ୬୬ ଲକ୍ଷ ଟଙ୍କାରୁ ଅଧିକ ଚୋରାଚାଲାଣ ସିଗାରେଟ ଜବତ କରିଛି ଦିଲ୍ଲୀ କଷ୍ଟମ୍ସ

ଆଇଜିଆଇ ବିମାନବନ୍ଦରରେ ୬୬ ଲକ୍ଷ ଟଙ୍କାରୁ ଅଧିକ ଚୋରାଚାଲାଣ ସିଗାରେଟ ଜବତ କରିଛି ଦିଲ୍ଲୀ କଷ୍ଟମ୍ସ

110

ନୂଆଦିଲ୍ଲୀ -୨୫-୭ (ଓଡ଼ିଆ ପୁଅ) କୋଭିଡ-୧୯ କାରଣରୁ ଦୁବାଇରେ ଫସି ରହି ଫେରିଥିବା ୧୩ ଜଣ ଭାରତୀୟ ଯାତ୍ରୀଙ୍କ ଠାରୁ ୨୩ ଜୁଲାଇ, ୨୦୨୦ରେ ଦିଲ୍ଲୀ କଷ୍ଟମ୍ସ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ଚିତ୍ରିତ ଚେତାବନୀ ନଥିବା ବିଦେଶୀ ସିଗାରେଟ (୩୭୦୦ ଦଣ୍ଡା) ଜବତ କରି ଚୋରା ଚାଲାଣ ମାମଲା ରୁଜୁ କରିଛି। ଯାତ୍ରୀମାନେ ବିମାନ ନମ୍ବର ଇକେ-୫୧୦ ଦେଇ ଦୁବାଇରୁ ଦିଲ୍ଲୀ ଯାତ୍ରା କରୁଥିଲେ ଏବଂ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ-୩ରେ ୨୩-୦୭-୨୦୨୦ ସକାଳ ୦୯:୦୫ରେ ପହଞ୍ଚିଥିଲେ। ଏହି ୧୩ ଜଣ ଭାରତୀୟ ଯାତ୍ରୀ ଗ୍ରୀନ ଚ୍ୟାନେଲ ପାର ହେବା ପରେ ସେମାନଙ୍କୁ ଧରା ଯାଇଥିଲା।

କଷ୍ଟମ୍ସ ଆଇନ ୧୯୬୨ର ଧାରା ୧୧୦ ଅନୁଯାୟୀ ଉଦ୍ଧାର ହୋଇଥିବା ସିଗାରେଟ ଜବତ କରାଯାଇଛି। ଜବତ ସାମଗ୍ରୀର ସାମୂହିକ ମୂଲ୍ୟ ୬୬-୬୦ ଲକ୍ଷ।

କଷ୍ଟମ୍ସ ଆଇନ ୧୯୬୨ର ଧାରା ୧୦୪ ଅନୁଯାୟୀ ୧୩ ଜଣ ଭାରତୀୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଅଧିକ ଅନୁସନ୍ଧାନ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.