Home ଓଡ଼ିଶା ହିମାଞ୍ଚଳ ପ୍ରଦେଶର କୁଲ୍ଲୁ ବସ୍ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୪୪ କୁ ବୃଦ୍ଧି

ହିମାଞ୍ଚଳ ପ୍ରଦେଶର କୁଲ୍ଲୁ ବସ୍ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୪୪ କୁ ବୃଦ୍ଧି

89

କୁଲ୍ଲୁ ୨୧-୬ (ଓଡ଼ିଆ ପୁଅ) ଗତକାଲି ହିମାଞ୍ଚଳ ପ୍ରଦେଶର କୁଲ୍ଲୂ ରେ ଏକ ବଡ଼ ବସ୍ ଦୁର୍ଘଟଣା ହୋଇଛି। ଏଠାରେ ଏକ ବସ ଘାଟିରୁ ତଳକୁ ଖସି ପଡ଼ିଥିଲା, ଯେଉଁଥିରେ ୨୦ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନା ମିଳିଥିଲା ଏବଂ ୩୫ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ ବୋଲି ପ୍ରଥମିକ ଖବର ହସ୍ତଗତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହି ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ପାଇଥିବା ବେଳେ ୩୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଥିରେ ପ୍ରାୟ ୭୮ ଜଣ ଯାତ୍ରୀ ଯାତ୍ରା କରୁଥିଲେ ବୋଲି ଜଣାପଡିଛି। ଏହି ଦୁର୍ଘଟଣା କୁଲ୍ଲୂର ବଂଜାରରେ ହୋଇଛି।

ସୂଚନାଯୋଗ୍ୟଯେ, ବସଟି କୁଲ୍ଲୂ ଜିଲ୍ଲାର ବଂଜାରରୁ ଏକ କିଲୋମିଟର ଆଗକୁ ଭିୟୋଠ ମୋଡ଼ ନିକଟରେ ଥିବା ୫୦୦ ଫୁଟ ଗଭୀର ଖାଲରେ ଖସିପଡ଼ିଥିଲା। ବସ କୁଲ୍ଲୂରୁ ଗାଡ଼ାଗୁଶୈଣୀ ଯାଉଥିଲା। ଏଥିରେ ପ୍ରାୟତଃ ୭୫ରୁ ଅଧିକ ଲୋକ ଯାତ୍ରା କରୁଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ, ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟରେ ହୋଇଥିଲା। ନଦୀର ଜୋର ସ୍ରୋତ ମଧ୍ୟରେ ସ୍ଥାନୀୟ ଲୋକମାନଙ୍କର ସହାୟତା ରେସ୍କ୍ୟୁ ଅପରେଶନ ଚାଲିଥିଲା।

ଦୁର୍ଘଟଣା ଏତେ ଭୟାନକ ଥିଲାଯେ, ବସଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ଆହତ ୧୨ ମହିଳା, ୬ ବାଳିକା, ୭ ଶିଶୁ ଏବଂ ୧୦ଜଣ ଯୁବକଙ୍କୁ ରେସ୍କ୍ୟୁ କରାଯାଇଥିଲା। କିଛି ଆହତମାନଙ୍କର ଅବସ୍ଥା ଗଂଭୀର ଗୁରୁତର ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.