ଭୁବନେଶ୍ୱର ୦୨-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୧ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫୧୪ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ବାଲେଶ୍ୱର ଜିଲ୍ଲାରୁ ଜଣେ,
ଭଦ୍ରକ ଜିଲ୍ଲାରୁ ଜଣେ,
ଗଞ୍ଜାମ ଜିଲ୍ଲାରୁ ୩ ଜଣ,
ଜଗତସିଂହପୁର ଜିଲ୍ଲାରୁ ଜଣେ,
ଖୋର୍ଦ୍ଦା ଜିଲ୍ଲାରୁ ୨ ଜଣ,
ପୁରୀ ଜିଲ୍ଲାରୁ ଜଣେ,
ରାୟଗଡ଼ା ଜିଲ୍ଲାରୁ ଜଣେ,
ସମ୍ବଲପୁର ଜିଲ୍ଲାରୁ ଜଣେ,
ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଚିକିତ୍ସିତ ହେଉଥିବା ବେଳେ ୧୧ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।
୧ – ବାଲେଶ୍ୱର ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨- ଭଦ୍ରକ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୩- ଭୁବନେଶ୍ୱରର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪- ଭୁବନେଶ୍ୱରର ୫୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।
୫- ଗଞ୍ଜାମ ଜିଲ୍ଲାର ୬୩ ବର୍ଷ ବୟସ୍କା ମହିଳା।
୬- ଗଞ୍ଜାମ ଜିଲ୍ଲାର ୩୫ ବର୍ଷ ବୟସ୍କ ପୁରୁଷ।
୭- ଗଞ୍ଜାମ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୮- ଜଗତସିଂହପୁର ଜିଲ୍ଲାର ଜଣେ ୯୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୯- ପୁରୀ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୦- ରାୟଗଡା ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ରକ୍ତହୀନତାର ଶିକାର ହୋଇଥିଲେ।
୧୧- ସମ୍ବଲପୁର ଜିଲ୍ଲାର ୫୮ ବର୍ଷ ବୟସ୍କା ମହିଳା।