Home Coronavirus Outbreak ରାଜ୍ୟରେ ପୁଣି କରୋନା ନେଲା ୮ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୪୫୬ କୁ ବୃଦ୍ଧି

ରାଜ୍ୟରେ ପୁଣି କରୋନା ନେଲା ୮ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୪୫୬ କୁ ବୃଦ୍ଧି

110

ଭୁବନେଶ୍ୱର ୨୮-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୮ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୪୫୬ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବରଗଡ଼ ଜିଲ୍ଲାରୁ ଜଣେ
ଭଦ୍ରକ ଜିଲ୍ଲାରୁ ଜଣେ
ଗଞ୍ଜାମ ଜିଲ୍ଲାରୁ ୨ ଜଣ
ଖୋର୍ଦ୍ଦା ଜିଲ୍ଲାରୁ ୨ ଜଣ
ରାୟଗଡ଼ା ଜିଲ୍ଲାରୁ ଜଣେ
ବଲାଙ୍ଗୀର ଜିଲ୍ଲାରୁ ଜଣେ
ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୮ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ବରଗଡ ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୨- ଭଦ୍ରକ ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୩- ଭୁବନେଶ୍ୱରର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୪- ଭୁବନେଶ୍ୱରର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫- ବଲାଙ୍ଗୀର ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୬- ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭- ଗଞ୍ଜାମ ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୮- ରାୟଗଡା ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.