Home Coronavirus Outbreak ରାଜ୍ୟରେ ପୁଣି କରୋନା ନେଲା ୭ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୪୪୮ କୁ ବୃଦ୍ଧି

ରାଜ୍ୟରେ ପୁଣି କରୋନା ନେଲା ୭ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୪୪୮ କୁ ବୃଦ୍ଧି

142

ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୭ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୪୪୮ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବରଗଡ଼ ଜିଲ୍ଲାରୁ ୨ ଜଣ 
ଭଦ୍ରକ ଜିଲ୍ଲାରୁ ଜଣେ
ଖୋର୍ଦ୍ଦା ଜିଲ୍ଲାରୁ ଜଣେ
ସମ୍ବଲପୁର ଜିଲ୍ଲାରୁ ୩ ଜଣ

ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୭ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ଭୁବନେଶ୍ୱରର ଜଣେ ୬୨ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ମଧୁମେହ, କରୋନାରୀ ଧମନୀ ରୋଗ, ହାଇପୋଥାଇରଏଡିଜିମ୍, ମୋର୍ବିଡ ମେଦବହୁଳତାରେ ପୀଡ଼ିତ ଥିଲେ।

୨- ବରଗଡ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ମଧୁମେହରେ ମଧ୍ୟ ପୀଡିତ ଥିଲେ।

୩- ବରଗଡ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୪- ଭଦ୍ରକ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

୫- ସମ୍ବଲପୁର ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୬- ସମ୍ବଲପୁର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ହାଇପୋନାଟ୍ରେମିଆରେ ପୀଡିତ ଥିଲେ।

୭- ସମ୍ବଲପୁର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.