Home Top News ସୋସିଆଲ ମିଡିଆରେ ପ୍ରଥମ ଶ୍ରେଣୀର ଏକ କବିତାକୁ ନେଇ ବିବାଦ ପରେ, NCERTର ସ୍ପଷ୍ଟୀକରଣ

ସୋସିଆଲ ମିଡିଆରେ ପ୍ରଥମ ଶ୍ରେଣୀର ଏକ କବିତାକୁ ନେଇ ବିବାଦ ପରେ, NCERTର ସ୍ପଷ୍ଟୀକରଣ

149

ନୂଆ ଦିଲ୍ଲୀ ୨୨ ମଇ (ଓଡ଼ିଆ ପୁଅ) ପ୍ରଥମ ଶ୍ରେଣୀ ହିନ୍ଦୀ ପାଠ୍ୟ ପୁସ୍ତକରେ ପ୍ରକାଶିତ ଏକ କବିତାକୁ ନେଇ ସୋସିଆଲ ମିଡିଆରେ ଏବେ ବେଶ୍ ବାଦ ବିବାଦ ଉପୁଜିଛି। ଏହା ପରେ NCERT ଏହାର ସ୍ପଷ୍ଟୀକରଣ ଦେଇଛି। ଏହାର ଉତ୍ତରରେ NCERT ଲେଖିଛି ଯେ ସ୍ଥାନୀୟ ଭାଷା ଶବ୍ଦକୋଷକୁ ପିଲାମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏହି କବିତାଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି।

NCERT ଏହାର ପ୍ରତିକ୍ରିୟାରେ ଲେଖିଛି ଯେ ଏହି କବିତାଗୁଡ଼ିକୁ ସ୍ଥାନୀୟ ଭାଷାର ଭାଷାଭାଷୀ ପିଲାମାନଙ୍କୁ ପିଲାମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ଅନ୍ତର୍ଭୂକ୍ତ କରାଯାଇଛି ଯାହା ଦ୍ୱାରା ଶିକ୍ଷଣ ଆକର୍ଷଣୀୟ ହୋଇପାରିବ।

ଉଲ୍ଲେଖଯୋଗ୍ୟଯେ, ରିମଝିମ୍ ରେ ଲିଖିତ ପ୍ରଥମ ଶ୍ରେଣୀ କବିତାରେ, ‘ଆମ କୀ ଟୋକ୍‌ରୀ’ ଶୀର୍ଷକ ଏହି କବିତାରେ, ଛଅ ବର୍ଷର ଝିଅ ତା’ ମୁଣ୍ଡରେ ଏକ ଟୋକେଇ ଆମ୍ବ ବୋଝେଇ ନେଇ କରି ବିକ୍ରି କରିବାକୁ ଯାଉଛି। କିନ୍ତୁ ଏହି କବିତାରେ ଥିବା ‘ଛୋକ୍ରି’ ଶବ୍ଦ (ଝିଅଙ୍କ ପାଇଁ, ଏହା ଅଣ-ଅପମାନଜନକ ଶବ୍ଦ ଯେପରିକି ଓଡ଼ିଆରେ “ଟୋକି” ଶବ୍ଦ) ବ୍ୟବହାର ପାଇଁ ସୋସିଆଲ ମିଡିଆରେ ଚାଲିଛି ବେଶ୍ ତର୍କ ବିତର୍କ। ଏଥି ସହିତ ଏହା ‘ଶିଶୁ ଶ୍ରମିକ’ କୁ ପ୍ରୋତ୍ସାହିତ କରୁଛି ବୋଲି କୁହାଯାଉଛି। ଏହି କବିତାକୁ ମଧ୍ୟ ଏହି କାରଣରୁ ସମାଲୋଚନା କରାଯାଉଛି। ଆଇଏଏସ୍ ଅବନୀଶ ଶରଣ ମଧ୍ୟ ସୋସିଆଲ ମିଡିଆରେ ଏହା ବିରୁଦ୍ଧରେ ସ୍ୱର ଉଠେଇଥିଲେ। ଏହା ପରେ ଅନେକେ କବିତା ଉପରେ ପ୍ରଶ୍ନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ, NCERT ଏହାର ସପକ୍ଷରେ ଦୁଇଟି ଟ୍ୱିଟ୍ କରିଛି। ଏନସିଇଆର୍‌ଟି ଔପଚାରିକ ଭାବରେ ଉତ୍ତର ରଖିଛିଯେ, ଏହି କବିତାଗୁଡ଼ିକ ପାଠ୍ୟ ପୁସ୍ତକରେ ଦିଆଯାଇଥିବା କବିତା ପ୍ରସଙ୍ଗରେ ଅନ୍ତର୍ଭୁକ୍ତ ହୋଇଛି ଯାହା ପିଲାମାନଙ୍କ ପାଇଁ ଭାଷାଭାଷୀ ଶବ୍ଦକୋଷକୁ ଉପଲବ୍ଧ କରାଇବା ପାଇଁ NCF-୨୦୦୫ ର ଉଦ୍ଦେଶ୍ୟକୁ ମନେ ରଖି କରାଯାଇଛି।

ଏହାର ପରବର୍ତ୍ତୀ ଟ୍ୱିଟରେ ଏନସିଇଆର୍‌ଟି ଲେଖିଛି ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ପରିପ୍ରେକ୍ଷୀରେ ଏକ ନୂତନ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପାଠ୍ୟକ୍ରମର ବାହ୍ୟରେଖା ଉପରେ ଆଧାର କରି ଭବିଷ୍ୟତରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.