Home ଅପରାଧ କଟକ: ଅନୁଭବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲା ମହିଳା ମୋର୍ଚ୍ଚା

କଟକ: ଅନୁଭବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲା ମହିଳା ମୋର୍ଚ୍ଚା

230

କଟକ: ଅଭିନେତା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ମହିଳା ମୋର୍ଚ୍ଚା।କଟକ ନଗର ବିଜେପି ମହିଳା ମୋର୍ଚ୍ଚା ତରଫରୁ ଗୌରୀ ଶଙ୍କର ପାର୍କ ସମ୍ମୁଖରେ ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମା’କୁ ସମ୍ମାନର କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କ ନ୍ୟାରାକୁ ସାକାର କଲେ ସାଂସଦ ଅନୁଭବ ମହାନ୍ତି କହି କଟାକ୍ଷ କରିଛି ମହିଳା ମୋର୍ଚ୍ଚା। ଲୋକ ପ୍ରତିନିଧିଙ୍କ ସ୍ୱାମୀ ଯଦି ନିଜ ସ୍ତ୍ରୀଙ୍କୁ ସମ୍ମାନ ଦେଇପାରିଲେ ନାହିଁ, କିପରି ରାଜ୍ୟର ମହିଳା ମାନଙ୍କୁ ସମ୍ମାନ ଦେବେ ବୋଲି ପ୍ରଶ୍ନ କରିଛି ମହିଳା ମୋର୍ଚ୍ଚା। ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ବରିଷ୍ଠ ନେତ୍ରୀ ରଶ୍ମିରେଖା ଦାସ, କଟକ ନଗର ବରିଷ୍ଠ ନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ସମେତ ମମତା ନନ୍ଦି, ଲିଲି ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.