Home ଜିଲ୍ଲା ପରିକ୍ରମା ଚାନ୍ଦପୁର ଓଭରବ୍ରିଜ୍ ନିର୍ମାଣ ପାଇଁ ସ୍ଥାନ ନିର୍ଦ୍ଧାରଣ

ଚାନ୍ଦପୁର ଓଭରବ୍ରିଜ୍ ନିର୍ମାଣ ପାଇଁ ସ୍ଥାନ ନିର୍ଦ୍ଧାରଣ

123

ନୟାଗଡ଼, ୨୪-୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ବ୍ରହ୍ମପୁର-ଚାନ୍ଦପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର କନ୍ଧନୟାଗଡ଼ ଠାରେ ସଂଯୋଗ କରୁଥିବା ଟାଙ୍ଗି ରାଜ୍ୟ ରାଜପଥର ସଙ୍ଗମସ୍ଥଳୀ ରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ସ୍ଥାନ ନିର୍ଦ୍ଧାରଣ ହୋଇଛି। ରଣପୁର ବିଧାୟକ ତଥା ନୟାଗଡ଼ ଜିଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଏହି ସ୍ଥାନକୁ ଅନୁଧ୍ୟାନ କରିବା ସହ ଏହାର ନିର୍ଦ୍ଧାରଣ କରିଛନ୍ତି। ଏହି ଟିମ୍‌ରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓ ବିଭାଗୀୟ ଅଧିକାରୀ ଓଭର ବ୍ରିଜ୍ ର ଯଥାର୍ଥତା ପ୍ରତିପାଦନ କରିବା ସହିତ ଏଠାରେ ଏକ ବ୍ରିଜ ହେବାର ଆବଶ୍ୟକତା ରହିଛି ବୋଲି ଅନୁଭବ କରିଥିଲେ। ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ବିଧାୟକ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏଠାରେ ବ୍ରିଜ ନିର୍ମାଣ ପାଇଁ ଦାବି କରି ଆସୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.