Home Top News ମହିଳା ମୋର୍ଚ୍ଚାର କୁମ୍ଭୀର କାନ୍ଦଣା: ନିଜ ରକ୍ଷଣ ଅସମ୍ଭାଳ, ସେ କାହୁଁ ପରକୁ ..

ମହିଳା ମୋର୍ଚ୍ଚାର କୁମ୍ଭୀର କାନ୍ଦଣା: ନିଜ ରକ୍ଷଣ ଅସମ୍ଭାଳ, ସେ କାହୁଁ ପରକୁ ..

65

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନୀ ମଣ୍ଡଳୀର ତିନି ନମ୍ବର ଜୋନ୍ ବିଜେପି ଜିଲ୍ଲା ପରିଷଦ ସଭ୍ୟା ଅସୀମା ମିଶ୍ରଙ୍କୁ ସ୍ଥାନୀୟ ବିଜେଡି ବିଧାୟକ ଭାଗୀରଥି ସେଠୀ ଏକ ଜନ କାର୍ଯ୍ୟକ୍ରମରେ ସର୍ବ ସମ୍ମୁଖରେ ଅପଶବ୍ଦ କହିବା ଓ ଦୁର୍ବ୍ୟବାହାର କରିବା ଅଭିଯୋଗ ଆସିଛି। ଏ’ ନେଇ ବିଜେପିର ଏକ ପ୍ରତିନିଧି ଦଳ ମହିଳା କମିଶନ ଓ ମାନବ ଅଧିକାର କମିଶନଙ୍କୁ ଭେଟି ଘଟଣା ବାବଦରେ ଅବଗତ କରାଇବା ସହ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀକୁ ଉଚିତ୍ ଦଣ୍ଡ ଦେବା ପାଇଁ ନିବେଦନ କରାଯାଇଛି। ମା’କୁ ସମ୍ମାନର ଗୁଣଗାରିମା ବଖାଣୁଥିବା ରାଜ୍ୟ ସରକାର ମହିଳାଙ୍କୁ ସମ୍ମାନ ଦେବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି। ଏହାର ଅନ୍ୟ ଏକ ଜ୍ୱଳନ୍ତ ଚିତ୍ର କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି। ବିଜୁ ଜନତା ଦଳର ବିଧାୟକ, ସରପଞ୍ଚ ଓ ସମୀତି ସଭ୍ୟମାନେ ମିଶି ବିଜେପିର ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଗାଳି ଗୁଲଜ କରି ଘେରିଯାଇ ସଭାରୁ ବାହାର କରିଦେଇଛନ୍ତି। ଯାହାକି ଜଣେ ମହିଳାଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିଛି। ପୋଲିସ୍ ଶାସକ ଦଳର ମନ୍ତ୍ରୀ, ନେତାଙ୍କର ଗୁଲାମଗିରି କରୁଛନ୍ତି। ରାଜ୍ୟରେ ‘୫’ଟି ସରକାର କାର୍ଯ୍ୟ କରୁଛି ବୋଲି ଏକ ପ୍ରହେଳିକା ରାଜ୍ୟବାସୀଙ୍କୁ ଦେଖିଆ ଚାଲିଛି। ବାସ୍ତବରେ ୫ଟି କାର୍ଯ୍ୟ କରୁନାହିଁ। ଯଦି ୪୮ ଘଣ୍ଟା ଭିତରେ ଆନନ୍ଦପୁର ପୁଲିସ ଅସୀମା ମିଶ୍ରଙ୍କ ତରଫରୁ ଦାୟର କରାଯାଇଥିବା ଏତଲାକୁ ରେଜିଷ୍ଟ୍ରର କରି ତଦନ୍ତକୁ ଆଗକୁ ନ’ ନିଏ, ତେବେ ବିଜେପି ମହିଳା ମୋର୍ଚ୍ଚା କେନ୍ଦୁଝର ଜିଲ୍ଲା ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଚେତାବନୀ ଦେଇଛନ୍ତି।ତେବେ, ଏହା ମହିଳା ମୋର୍ଚ୍ଚାର କୁମ୍ଭୀର କାନ୍ଦଣା ପରି ମନେ ହେଉଛି। ନବୀନ ସରକାର, ୫- ଟି, ବିଜେଡି ମନ୍ତ୍ରୀ, ବିଧାୟକ, ନେତା ସବୁ ମହିଳା ବିରୋଧୀ କହି କ୍ୟାଣ୍ଡେଲ୍ ଯାତ୍ରା, କୋକେଇ ଯାତ୍ରା, ମହିଳା ସୁରକ୍ଷା ଯାତ୍ରା, ନ୍ୟାୟ ଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ, ବିକ୍ଷୋଭ, ଘେରାଓ, ପ୍ରଦର୍ଶନ ଆଦି କରିଆସୁଛି ବିଜେପି। ବିଜେଡି ଶାସନରେ ମହିଳା ଅସୁରକ୍ଷିତ” ନ୍ୟାରା ଦେଇ ମହିଳା ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛି ବିଜେପି। ଏନସିଆରବି ରିପୋର୍ଟ ଆଧାରରେ ଓଡ଼ିଶାରେ ମହିଳା ଅସୁରକ୍ଷିତ ଦର୍ଶାଇ ନବୀନ ତଥା ବିଜେଡି ସରକାରକୁ ଟାର୍ଗେଟ କରୁଛି ବିଜେପି। ଆଉ ଏଥିରେ ଆଗରେ ରହିଛି ବିଜେପି ମହିଳା ମୋର୍ଚ୍ଚା। ମହିଳା ସୁରକ୍ଷା, ମହିଳାଙ୍କ ସମ୍ମାନ କଥା ଉଠାଇ ଚିତ୍କାର କରିଆସୁଛି ବିଜେପି ମହିଳା ମୋର୍ଚ୍ଚା। ତେବେ, ଦିନେ ତତ୍କାଳୀନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଦାମ ରାଉତଙ୍କ ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ ଟିପ୍ପଣୀ ବିଜେପି ଶିବିରରେ ନିଆଁ ଲଗାଇ ଦେଇଥିଲା। ଏହାପରେ ଦାମ ରାଉତଙ୍କ ଇସ୍ତଫା ଦାବି କରି ବିଜେପି ମହିଳା ମୋର୍ଚ୍ଚା ତୀବ୍ର ଆନ୍ଦୋଳନ କରିଥିଲା। ଦାମ ବାବୁଙ୍କୁ ଶ୍ରୀଖଣ୍ଡୀର ଆଖ୍ୟା ଦେଇଥିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। କିନ୍ତୁ, ୨୦୧୯ ନିର୍ବାଚନ ପୂର୍ବରୁ ସେହି ଶ୍ରୀଖଣ୍ଡି ଆସି ପଦ୍ମ ପୋଖରୀରେ ବୁଡ଼ ପକାଇଲେ। ଦାମ ରାଉତ ବିଜେଡି ଛାଡ଼ି ଆସି ବିଜେପିରେ ଯୋଗଦେଲେ। ଯାହାଙ୍କୁ ମହିଳା ବିରୋଧୀ କହି ତାଙ୍କ ବହିଷ୍କାର ଦାବି କରି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ବିଜେପି ମହିଳା ମୋର୍ଚ୍ଚା ଚିତ୍କାର କରୁଥିଲା, ସେହି ନାରୀ ବିରୋଧୀ ନେତାଙ୍କୁ ଏମାନଙ୍କ ନେତା ଧର୍ମେନ୍ଦ୍ର ପ୍ରଧାନ ଫୁଲତୋଡ଼ା ଦେଇ, ଟୋପି ପିନ୍ଧାଇ ନିଜ ଦଳକୁ କୋଳାଇ ନେଲେ! କେବଳ ସେତିକି ନୁହେଁ, ତାଙ୍କୁ ବିଜେପିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ କରାଗଲା ବିଜେପିରୁ ଟିକେଟ୍ ମଧ୍ୟ ଦିଆଗଲା। ପଦ୍ମ ପୋଖରୀରେ ବୁଡ଼ ପକାଇ ଶ୍ରୀଖଣ୍ଡି ବୋଧେ ପୁରୁଷତ୍ୱ ପ୍ରାପ୍ତ କରିଥିଲେ!ସେହିପରି ଆଉ ଏକ ଉଦାହରଣ ହେଲା, ମହିଳା ସୁରକ୍ଷା ଦିଗରେ ବିଜେପି ପକ୍ଷରୁ କରାଯାଉଥିବା ଆନ୍ଦୋଳନରେ ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ପିଙ୍କି ପ୍ରଧାନଙ୍କର ବଡ଼ ଭୂମିକା ଦେଖିବାକୁ ମିଳେ। ମହିଳା ସୁରକ୍ଷା, ମହିଳାଙ୍କୁ ସମ୍ମାନ ପ୍ରସଙ୍ଗରେ ରାଜରାସ୍ତାରେ, ଟିଭି ବାଇଟ୍ ଦେଇ ଖୁବ୍ ଚିଲାନ୍ତି ପିଙ୍କି। ତେବେ, ନିଜେ ଦିନେ ଅଶାଳୀନ ମନ୍ତବ୍ୟର ଶୀକାର ହୋଇଥିଲେ ବିଜେପି ନେତ୍ରୀ ପିଙ୍କି ପ୍ରଧାନ। ତାହା ପୁଣି କେଉଁ କୌଣସି ବିଜେଡି ନେତାଙ୍କ ଠାରୁ ନୁହେଁ, ବରଂ ନିଜ ଦଳର ନେତା ପିଙ୍କି ପ୍ରଧାନଙ୍କୁ ସର୍ବସାଧାରଣରେ କରିଥିଲେ ବେଇଜତ୍! ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ପିଙ୍କି ପ୍ରଧାନ ୨୦୧୯ ନିର୍ବାଚନରେ ଦିଗପହଣ୍ଡିରୁ ବିଜେପି ପ୍ରାର୍ଥୀ ଘୋଷଣା କରାଯିବା ପରେ ସ୍ଥାନୀୟ ବିଜେପିରେ ଦେଖାଦେଇଥିଲା ବିଦ୍ରୋହ। ପିଙ୍କିଙ୍କୁ ଟିକେଟ୍ ମିଳିବା ପରେ ଦିଗପହଣ୍ଡି ପାଇଁ ଆଶାୟୀ ଥିବା ଉତ୍ତମ ପାଣିଗ୍ରାହୀ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କରି ଦେଇଥିଲେ। ଅସନ୍ତୋଷ ଜଣାଇବା ପାଇଁ ଉତ୍ତମ ଓ ତାଙ୍କର ସମର୍ଥକ ପାର୍ଟି ଅଫିସରେ ତାଲା ପକାଇଥିଲେ। କେବଳ ଯେ ସୂର୍ଯ୍ୟ ପାତ୍ର ଟିକେଟ୍ କିଣି ନେଇଛନ୍ତି ବୋଲି ଉତ୍ତମ ବିଜେପିକୁ ଆକ୍ଷେପ କରିନଥିଲେ, ଏକ ସର୍ବସାଧାରଣ ସଭାରେ ପିଙ୍କି ପ୍ରଧାନ ଯୋଗ ଦେଇଥିବା ବେଳେ ଉତ୍ତମ ପାଣିଗ୍ରାହୀଙ୍କ ସମର୍ଥକ ଏବଂ ନିଜେ ଉତ୍ତମ ପାଣିଗ୍ରାହୀ ପିଙ୍କି ପ୍ରଧାନଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ କଟୁ ତଥା ଅରୁଚିକର ମନ୍ତବ୍ୟ ଦେଇଥିଲେ। ପିଙ୍କି ପ୍ରଧାନ ବେଇଜତ୍ ହୋଇ ସଭା ସ୍ଥଳ ଛାଡ଼ି ଚାଲି ଯାଇଥିଲେ।ଏହାପରେ ଉତ୍ତମ ପାଣିଗ୍ରାହୀ ସ୍ୱାଧୀନ ପାର୍ଥି ଭାବରେ ନିର୍ବାଚନ ଲଢ଼ିଥିଲେ। ଭରି ସଭାରେ ନିଜ ଦଳର ଜଣେ ନେତ୍ରୀଙ୍କୁ ବେଇଜତ୍ କରିଥିବା ସେହି ନେତାଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ଆପଣାଇ ନେଲା ବିଜେପି। ଏକ ମିଶ୍ରଣ ପର୍ବରେ ନିଜକୁ ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତମ ପାଣିଗ୍ରାହୀଙ୍କୁ ବିଜେପି ଟୋପି ପିନ୍ଧାଇ, ଫୁଲତୋଡ଼ା ଦେଇ ନିଜ ଦଳକୁ କୋଳେଇ ନେଲେ। ପିଙ୍କି ପ୍ରଧାନ କିମ୍ବା ନାରୀ ସୁରକ୍ଷା, ନାରୀ ସମ୍ମାନ ପାଇଁ ଚିତ୍କାର କରୁଥିବା ମହିଳା ମୋର୍ଚ୍ଚାର କୌଣସି ନେତ୍ରୀଙ୍କର ଏହା ଉପରେ ପ୍ରଶ୍ନ ଉଠାଇବାର ଶକ୍ତି ନଥିଲା। ନିଜ ଦଳରେ ଏମାନଙ୍କର ସମ୍ମାନ ନାହିଁ, ବିରୋଧୀ ବିଜେଡି ଶିବିରରୁ ଏମାନେ ଚାହୁଁଛନ୍ତି ସମ୍ମାନ? ନିଜ ସମ୍ମାନ ଏମାନେ ବଞ୍ଚାଇ ରଖି ପାରୁନାହାଁନ୍ତି, ଅନ୍ୟ ନାରୀର ସୁରକ୍ଷା, ସମ୍ମାନ ପାଇଁ ଉଠାଉଛନ୍ତି ସ୍ୱର? ନିଜ ରକ୍ଷଣ ଅସମ୍ଭାଳ, ସେ କାହୁଁ ପରକୁ ..
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.