Home Top News ମୁଖ୍ୟମନ୍ତ୍ରୀଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ : ୪.୫ କୋଟି ଓଡ଼ିଶା ବାସୀଙ୍କୁ ଉତ୍ସର୍ଗ କଲେ...

ମୁଖ୍ୟମନ୍ତ୍ରୀଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ : ୪.୫ କୋଟି ଓଡ଼ିଶା ବାସୀଙ୍କୁ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

34

– ମୋ ଉପରେ ଥିବା ଲୋକଙ୍କ ବିଶ୍ୱାସ ହେଉଛି ଏକ ସଶକ୍ତ ଓଡ଼ିଶା ଆଡ଼କୁ କାମ କରିବା ପାଇଁ ମୋର ସବୁଠାରୁ ବଡ଼ ପ୍ରେରଣା

ନୂଆ ଦିଲ୍ଲୀ ୪-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ତରଫରୁ ଲାଇଫ୍ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ଼ ଗ୍ରହଣ କରିଛନ୍ତି। ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ ଭି ରମନା ଏହି ପୁରସ୍କାର ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅନଙ୍ଗ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି ପୁରସ୍କାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଏହାକୁ ଓଡ଼ିଶାର ୪.୫ କୋଟି ଲୋକଙ୍କୁ ଉତ୍ସର୍ଗ କରିଛନ୍ତି ଯେଉଁମାନେ ତାଙ୍କୁ ଗତ ୨୨ ବର୍ଷ ଧରି ସେବା କରିବା ପାଇଁ ନିରନ୍ତର ଆଶୀର୍ବାଦ ଦେଉଛନ୍ତି। “ମୋ ଉପରେ ଓଡ଼ିଶାବାସୀଙ୍କର ବିଶ୍ୱାସ ହେଉଛି ଏକ ସଶକ୍ତ ଓଡ଼ିଶା ଦିଗରେ କାର୍ଯ୍ୟ କରିବା ମୋର ସବୁଠାରୁ ବଡ଼ ପ୍ରେରଣା” ବୋଲି ସେ କହିଛନ୍ତି।

ଏହି ପୁରସ୍କାର ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଜଷ୍ଟିସ ରମନାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏହି ଫୋରମର ଅଭିବୃଦ୍ଧିରେ ସକ୍ରିୟ ଯୋଗଦାନ ଦେଇଥିବାରୁ ଜଷ୍ଟିସ ପଟ୍ଟନାୟକଙ୍କୁ ବିଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି। ସମସ୍ତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ତରଫରୁ ସେ ବିଭିନ୍ନ କ୍ଷେତ୍ରରେ ଘଟୁଥିବା ଭଲ କାମ ପାଇଁ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶା ଏକ ଦୀର୍ଘ ପଥ ଅତିକ୍ରମ କରିଛି। ୧୯୯୯ ର ସୁପର ସାଇକ୍ଲୋନ ପରେ କିଏ ଭାବିପାରିବେ ଯେ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱରେ ଏକ ମାନଦଣ୍ଡ ସ୍ଥିର କରିବ ଏବଂ ମିଳିତ ଜାତିସଂଘ ଦ୍ୱାରା ପୁରସ୍କୃତ ହେବ।

ଓଡ଼ିଶାର ପରିବର୍ତ୍ତନ ସମ୍ପର୍କରେ ସେ କହିଛନ୍ତି ଯେ ‘ଦାରିଦ୍ର୍ୟ’ ପାଇଁ ଜଣାଶୁଣା ଓଡ଼ିଶା ବର୍ତ୍ତମାନ ଆମ ଦେଶରେ ଦ୍ରୁତତମ ‘ଦାରିଦ୍ର୍ୟ ହ୍ରାସ’ ପାଇଁ ଜଣାଶୁଣା।

ଆମର ଶାସନ ମଡ଼େଲରେ ମହିଳା ସଶକ୍ତିକରଣ ପାଇଁ ଆମେ ଗର୍ବିତ।

ଦେଶ ପାଇଁ ସର୍ବାଧିକ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନ କରୁଥିବା ରାଜ୍ୟ ହେଉଛି ଓଡ଼ିଶା। ଏଠାରେ ଉଲ୍ଲେଖ ଯୋଗ୍ୟଯେ, ଗତ ୨ ଦଶନ୍ଧି ମଧ୍ୟରେ ଓଡ଼ିଶା ଏହାର ଇସ୍ପାତ ଉତ୍ପାଦନକୁ ପ୍ରାୟ ୧୦ ଗୁଣ ବୃଦ୍ଧି କରି କୋଭିଡ ସଙ୍କଟ ସମୟରେ ଦେଶକୁ ସାହାଯ୍ୟ କରିଛି। କୋଭିଡ ମହାମାରୀ ସମୟରେ ଓଡିଶା ୧୭ ଟି ରାଜ୍ୟକୁ ଜୀବନ ରକ୍ଷାକାରୀ ଅକ୍ସିଜେନ ଯୋଗାଇଛି। ଉତ୍ପାଦନ କ୍ଷେତ୍ରରେ ଓଡିଶା ଦେଶରେ ସର୍ବାଧିକ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଛି।

ଓଡିଶା କ୍ରମାଗତ ଦୁଇଥର ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଛି ଏବଂ ବିଭିନ୍ନ କ୍ରୀଡ଼ାରେ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରିଛି, ଓଡିଶା ଭାରତର କ୍ରୀଡ଼ା ରାଜଧାନୀ ଭାବରେ ଅନ୍ୟ ରାଜ୍ୟ ମାନିବାକୁ ମାନଦଣ୍ଡ ସ୍ଥିର କରିଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓଡିଶାର ୮୦% ରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରିଥାଏ। ଆମର 5T ନୀତି ଏବଂ “ମୋ ସରକାର” ପଦକ୍ଷେପ ଏକ ପ୍ରଫେସନାଲ ଶାସନ ଉପରେ ଲୋକଙ୍କ ବିଶ୍ୱାସକୁ ଦୃଢ଼ିଭୂତ କରିଛି।

ଆମେ ସଠିକ୍ ପଥରେ ଅଛୁ ଏବଂ ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଆମ ଲୋକଙ୍କ ସମର୍ଥନ ଦ୍ୱାରା ଆମେ ଶୀଘ୍ର ଶିଖରରେ ପହଞ୍ଚିବୁ। ଓଡ଼ିଶା ଏବଂ ଏହାର ଲୋକମାନଙ୍କୁ ଏହି ମହାନ ସମ୍ମାନ ପ୍ରଦାନ କରିଥିବାରୁ ମୁଁ ପୁଣି ଥରେ କ୍ୟାପିଟାଲ ଫାଉଣ୍ଡେସନକୁ ଧନ୍ୟବାଦ ଦେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.