Home Coronavirus Outbreak ସାଂସଦ ନବନୀତ ରାଣା କରୋନା ପଜେଟିଭ୍; ଅବସ୍ଥା ଗୁରୁତର ..

ସାଂସଦ ନବନୀତ ରାଣା କରୋନା ପଜେଟିଭ୍; ଅବସ୍ଥା ଗୁରୁତର ..

128

ମୁମ୍ବାଇ: ମହାରାଷ୍ଟ୍ର ଅମ୍ରାବତୀ ସାଂସଦ ନବନୀତ କୌର ରାଣାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। ନବନୀତ ଅଗଷ୍ଟ ୬ ତାରିଖରେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଏହାପରେ ସେ ହୋମ୍ ଆଇସୋଲେସନରେ ରହି ଚିକିତ୍ସା କରାଉଥିଲେ। ଏହାପରେ ନାଗପୁରର ୱୋକାର୍ଡ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଏହାପରେ ତାଙ୍କ ଫୁସଫୁସରେ ସଂକ୍ରମଣ ଘଟି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା ସହିତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ନାଗପୁରରୁ ମୁମ୍ବାଇ ସ୍ଥିତ ଲିଲାବତୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ନବନୀତଙ୍କ ସ୍ୱାମୀ ବିଧାୟକ ରବି ରଣାଙ୍କ ସମେତ ପରିବାରର ୧୬ ଜଣ ସଦସ୍ୟ କରୋନା ପଜିଟିଭ ଥିବା ଜଣାପଡିଛି। ରବି ରାଣା ନାଗପୁରରେ ଚିକିତ୍ସିତ ହେଉଥିଲା ବେଳେ ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ଲୀଲାବତୀରେ ଭର୍ତ୍ତି କରାଯାଇଛି। ପରିବାରର ଅନ୍ୟ ସଦସ୍ୟମାନେ ଅମରାବତୀରେ ଚିକିତ୍ସିତ ହେଉଛନ୍ତି। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.